Posted inଖେଳ

ଓଡ଼ିଶାରେ ୪ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ: ଖୁବଶୀଘ୍ର ପ୍ରକାଶ ପାଇବ ଭେନ୍ୟୁ ତାଲିକା

ଭୁବନେଶ୍ୱର,୨୦।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୨୦୨୩-୨୪ ଘରୋଇ କ୍ରିକେଟ ସିଜନ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶାରେ ଏଲିଟ ଗ୍ରୁପ୍‌-ଡି’ର ୪ଟି ରଣଜୀ ଟ୍ରଫି ମ୍ୟାଚ ଆୟୋଜନ ସ୍ପଷ୍ଟ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହା ସୂଚାଇ ଦିଆଯାଇଛି। ଭେନ୍ୟୁ ତାଲିକା ଦିଆଯାଇ ନ ଥିଲେ ମଧ୍ୟ ୨୦୨୪ ଜାନୁୟାରୀ ୧୯ରୁ ଫେବୃୟାରୀ ୯ ମଧ୍ୟରେ ୪ଟି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ୨୦୨୪ ଜାନୁୟାରୀ ୧୯ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶା ଓ ଜମ୍ମୁ-କଶ୍ମୀର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହାପରେ ଜାନୁୟାରୀ ୨୬ରୁ ୨୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଫେବୃୟାରୀ ୨ରୁ ୫ ପର୍ଯ୍ୟନ୍ତ ପଣ୍ଡିଚେରୀ ଓ ଫେବୃୟାରୀ ୯ରୁ ୧୨ ପର୍ଯ୍ୟନ୍ତ ଉତ୍ତରା ଖଣ୍ଡକୁ ଭେଟିବ ଓଡ଼ିଶା।

ସିନିୟର ମହିଳା ଟି୨୦ ଟ୍ରଫି ଗ୍ରୁପ୍‌ ‘ସି’ ଲିଗ୍‌ ଗୁରୁବାରଠାରୁ କଟକର ବାରବାଟୀ ଷ୍ଟାଡିୟମ ଓ ଭୁବନେଶ୍ୱରର କିଟ୍‌ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଦୁଇ ଭେନ୍ୟୁରେ ଲିଗ୍‌ ମ୍ୟାଚ ଗୁଡ଼ିକ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୨୧ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ୧୬ ବର୍ଷରୁ କମ୍‌ ପୁରୁଷ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପ୍ଲେଟ୍‌ ଗ୍ରୁପ୍‌ ଲିଗ୍‌ ଡିସେମ୍ବର ୧ରୁ ୨୩ ପର୍ଯ୍ୟନ୍ତ ଚାଲିବ। ମ୍ୟାଚଗୁଡ଼ିକ ୩ ଦିନ ବିଶିଷ୍ଟ ହେବ ଏବଂ ଏଥିରେ ମୋଟ ୧୫ଟି ମ୍ୟାଚ ଆୟୋଜନ ହେବ। ୧୯ ବର୍ଷରୁ କମ୍‌ ପୁରୁଷ କୁଚ୍‌ ବିହାର ଟ୍ରଫି ଏଲିଟ ଗ୍ରୁପ୍‌-ଇ ଲିଗ୍‌ର ୩ଟି ମ୍ୟାଚ ନଭେମ୍ବର ୧୭ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶା ୩ଟି ମ୍ୟାଚରେ ଯଥାକ୍ରମେ ପଣ୍ଡିଚେରୀ, ହାଇଦ୍ରାବାଦ ଓ ଛତିଶଗଡ଼କୁ ଭେଟିବ। ମ୍ୟାଚଗୁଡ଼ିକ ୪ ଦିନ ବିଶିଷ୍ଟ ହେବ। ୨୩ ବର୍ଷରୁ କମ୍‌ ପୁରୁଷ ସି.କେ. ନାଇଡ଼ୁ ଟ୍ରଫି ଏଲିଟ ଗ୍ରୁପ୍‌-ସି ଲିଗ୍‌ର ୩ଟି ମ୍ୟାଚ ୨୦୨୪ ଜାନୁୟାରୀ ୭ରୁ ଫେବୃୟାରୀ ୨୧ ପର୍ଯ୍ୟନ୍ତ ଆୟୋଜନ ହେବ। ଏଥିରେ ୩ଟି ମ୍ୟାଚରେ ଓଡ଼ିଶା ଯଥାକ୍ରମେ ସୌରାଷ୍ଟ୍ର, ଝାଡ଼ଖଣ୍ଡ ଓ ପଞ୍ଜାବ ସହିତ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri