Posted inଜାତୀୟ

ଭାରତ ଚୁପ ହୋଇ ବସି ରହିବ ବୋଲି ଭାବିବା ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାକୁ ତାଗିଦ କରି ଗୋଖଲେ କହିଛନ୍ତି ଯେ ଚାଇନା ଭ୍ରମରେ ରହିବା ଉଚିତ୍ ନୁହେଁ ଯେ ଭାରତ ଏଲଏସି କୁ ନେଇ ଏହାର ଉଚିତ ଉତ୍ତର ଦେବ ନାହିଁ। ଭାରତ ଏହାର ସମସ୍ତ ଭୁଲ ନୀତିର ଉପଯୁକ୍ତ ଉତ୍ତର ଦେବ। ୨୦୨୦ର ଗଲଓ୍ବାନ ଘାଟି ଘଟଣାରେ ଚାଇନ ସମ୍ପର୍କରେ ଜାତୀୟ ଜନମତ ସକ୍ରିୟ ହୋଇଥିଲା। ଆମର ସେନା ପ୍ରତ୍ୟେକ ପଦକ୍ଷେପ ପାଇଁ ପ୍ରସ୍ତୁତ ।

ବିଜୟ ଗୋଖଲେ କହିଛନ୍ତି ଯେ ଅଗଷ୍ଟ ୨୦୨୦ରେ ରେଜାଙ୍ଗ ଲା-ରେଚିନ ଲା ରେ ସ୍ନୋ ଲିଓପାର୍ଡ କାଉଣ୍ଟର ଅପରେଶନ କରାଯାଇଥିଲା। ଭାରତ ଏହି ଅପରେଶନକୁ ବୁଝିଶୁଝି କାର୍ଯ୍ୟକାରୀ କରିଥିଲା। ମାତ୍ର ଚାଇନା ଏ ବିଷୟରେ ଚିନ୍ତା କରି ନଥିଲା। ସ୍ନୋ ଲିଓପାର୍ଡ କାଉଣ୍ଟର ଅପରେଶନ ମାଧ୍ୟମରେ ଚାଇନା ସୈନ୍ୟଙ୍କୁ ପୋଙ୍ଗଙ୍ଗ ତ୍ସୋ ହ୍ରଦରୁ ପଛକୁ ଯିବାକୁ ଭାରତୀୟ ସେନା ବାଧ୍ୟ କରିଥିଲା। ଏଭଳି ପରିସ୍ଥିତିରେ ଚାଇନାର ଧାରଣା ରହିଛି ଯେ ଏଲଏସିରେ ଛୋଟ ଛୋଟ ଘଟଣାରେ ଭାରତ ପ୍ରତିଶୋଧ ନେବ ନାହିଁ କାରଣ ଭାରତ ରିସ୍କ ନେବାକୁ ଚାହିଁବ ନାହିଁ। ମାତ୍ର ଏବେ ଆଉ ସେଭଳି ହେବ ନାହିଁ।

ଗୋଖଲେ କହିଛନ୍ତି ଯେ ଚାଇନାର ଦୁଇଟି ଧାରଣା ରହିଛି। ପ୍ରଥମଟି ହେଉଛି ଏକ ପୃଥକ ଘଟଣାର ଜବାବରେ ଭାରତ ଏକ ବଡ଼ ଧରଣର ସାମରିକ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେବ ନାହିଁ। ଦ୍ୱିତୀୟରେ ଭାରତ ଅନ୍ୟ ଦେଶ ସହିତ ମି ମିଶି ଆକ୍ରମଣ କରିବ ନାହିଁ।

ଗୋଖଲେ କହିଛନ୍ତି ଯେ ଚାଇନା ରାଜନେତାମାନେ ମଧ୍ୟ ସେମାନଙ୍କର ବିଶ୍ୱାସ ତ୍ୟାଗ କରିବା ଉଚିତ ଯେ ଆଗାମୀ ସମୟରେ କୌଣସି ସାମରିକ ମୁକାବିଲା ପରେ ଭାରତୀୟ ପ୍ରତିକ୍ରିୟା ଅତ୍ୟନ୍ତ ନମନୀୟ ହେବ କାରଣ ଭାରତ ନିଜର ସାମରିକ ସାମର୍ଥ୍ୟ ଏବଂ ଆହ୍ବାନକୁ ଦୃଷ୍ଟିରେ ରଖି ଏଲଏସିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri