ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ ଶ୍ବଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାଙ୍କ ମା’ ସବିତା ସ୍ବାଇଁଙ୍କ ଏତଲା କ୍ରମେ ଥାନା ମାମଲା ନଂ.୩୯/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା – ୮୦/୮୫/୧୦୩(୧)/୩(୫) ଏବଂ ଯୌତୁକ ନିରୋଧ ଆଇନ ଧାରା – ୪ ଅନୁଯାୟୀ ଗୁରୁବାର ସନ୍ଧ୍ୟାଙ୍କ ସ୍ବାମୀ ତଥା ଅଭିଯୁକ୍ତ ଅଜିତ ବିଷୋୟୀଙ୍କୁ ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଜିତଙ୍କ ଘର ଭିତରୁ କୀଟନାଶକ ପ୍ୟାକେଟ ଖୋଳ, ବିଷ ପ୍ରକ୍ରିୟା ପରେ ସନ୍ଧ୍ୟା କରିଥିବା ବାନ୍ତି ଓ ତାଙ୍କ ପିନ୍ଧା ଲୁଗାକୁ ଜବତ କରି ପରୀକ୍ଷା ନିମନ୍ତେ ଫରେନ୍ସିକ ଲାବ୍ରୋଟରୀକୁ ପଠାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହି ଘଟଣାରେ ଶ୍ବଶୁର ନିରଞ୍ଜନ ବିଷୋୟୀ, ଶାଶୁ ଓ ଦିଅର ଫେରାର୍‌ ଥିବା ଜଣାପଡିଛି।ଗତ ୨୦୨୧ ଡିସେମ୍ବର ୧୧ ତାରିଖରେ କୁକୁଡ଼ାଖଣ୍ଡି ବ୍ଲକ ଲାଠି ଗ୍ରାମର କାଳିଆ ସ୍ବାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲ୍ଲୀ ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଅଜିତଙ୍କୁ ବିବାହ କରିଥିଲେ। ତାଙ୍କ ୪ ବର୍ଷ ବୟସର ଏକ ପୁତ୍ର ସନ୍ତାନ ଅଛି। ସନ୍ଧ୍ୟା ଅନ୍ୟ ଜଣେ ଯୁବକଙ୍କ ସହ ସଦା ସର୍ବଦା ଫୋନରେ କଥା ହେଉଥିବାରୁ ସ୍ବାମୀ ଅଜିତ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଅଜିତ ଏନେଇ ତାଙ୍କ ଶାଶୁ, ଶ୍ବଶୁରଙ୍କୁ ଜଣାଇଥିଲେ। ତଥାପି ସନ୍ଧ୍ୟା ନ ସୁଧୁରିବା କାରଣରୁ ଅଜିତ ତାଙ୍କୁ ଏକାଧିକ ଥର ମାଡ଼ ମାରିବା ସହ ବାପ ଘରୁ ଅଧିକା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି ସେ ଲାଠି ଗ୍ରାମ ସ୍ଥିତ ବାପ ଘରକୁ ଚାଲିଯାଇଥିଲେ। ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଅଜିତ କିଛିଦିନ ପୂର୍ବେ ନିଜ ଗାଁକୁ ଫେରିବା ପରେ ଶ୍ବଶୁର ଘରକୁ ଯାଇଥିଲେ। ଘରେ ଶ୍ରାଦ୍ଧ ଭୋଜି ଥିବା କହି ସନ୍ଧ୍ୟାଙ୍କୁ ତାଙ୍କ ଘରକୁ ପଠାଇବାକୁ ଶାଶୁଙ୍କୁ କହିଥିଲେ। ଗତ ୧ ତାରିଖରେ ସନ୍ଧ୍ୟାଙ୍କ ଭାଇ ବିଜୁଳି ସ୍ବାଇଁ ଭଉଣୀ ଓ ଭଣଜାଙ୍କୁ ସାଙ୍ଗରେ ଆଣି ଜକରାପଲ୍ଲୀ ଗାଁରେ ଛାଡିଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ସନ୍ଧ୍ୟାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବର ପାଇ ସନ୍ଧ୍ୟାଙ୍କ ବାପ ଘର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ଜାଣିଥିଲେ। ପରେ ସନ୍ଧ୍ୟାଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri