ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କୁ ମିଳୁନି ପ୍ରାପ୍ୟ

ବରଗଡ଼ ଅଫିସ୍‌,୨୦।୫: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମଣ୍ଡି ଗୁଡ଼ିକରେ ଧାନ ସଂଗ୍ରହ କରାଯାଉଛି। ହେଲେ ମଣ୍ଡିରୁ ଆଶାନୁରୂପ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିରୁ ଯେଉଁ ଚାଷୀଙ୍କ ଧାନ ବିକ୍ରି ହୋଇ ଉଠୁଛି, ଦୀର୍ଘଦିନ ପରେ ମଧ୍ୟ ସେମାନଙ୍କୁ ବିକ୍ରିଧାନ ପ୍ରାପ୍ୟ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଚାଷୀଙ୍କୁ କାଳବୈଶାଖୀ ବର୍ଷା ଭୟ ଘାରିଛି। ସେହିପରି ବିକ୍ରିଧାନ ପ୍ରାପ୍ୟ ନ ପାଇ ଚାଷୀମାନେ ଅମଳରେ ନିୟୋଜିତ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରି ପାରୁ ନାହାନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ନ ଥିବାବେଳେ ଏଭଳି ଅବ୍ୟବସ୍ଥା ଜିଲାରେ ଚାଲିଥିବା ଧାନ ସଂଗ୍ରହର ସ୍ବଚ୍ଛତାକୁ ପଦାରେ ପକାଇଛି ।
ଗତ ଏପ୍ରିଲ ମାସରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରୁ ମେ ୬ତାରିଖରୁ ଧାନ ସଂଗ୍ରହ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଅତାବିରା ଅଞ୍ଚଳର କିଛି ଚାଷୀନେତା ଏହାକୁ ୧୦ତାରିଖକୁ ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନଠାରେ ଦାବି ଉପସ୍ଥାପନ କରିଥିଲେ। ଚାଷୀ ସଙ୍ଗଠନର ଏଭଳି ଦାବି ଜିଲାରେ ପ୍ରଥମ ହୋଇଥିବାବେଳେ ଏଥିରେ ଚାଷୀନେତାଙ୍କ ଭୂମିକାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଧାନ ଅମଳ କରିଥିବା ଚାଷୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ତେବେ ଅତାବିରା ଅଞ୍ଚଳର ଚାଷୀ ନେତାଙ୍କ ଦାବି ଅନୁଯାୟୀ ମେ ୬ ବଦଳରେ ୧୦ତାରିଖରୁ ଅତାବିରା ଆରଏମସି ଅଧୀନ ଅତାବିରା ବ୍ଲକରେ ହିଁ କେବଳ ମଣ୍ଡିଗୁଡ଼ିକ ଖୋଲିଥିଲା ।
ଅନ୍ୟପଟେ ମେ ୧୨ତାରିଖରୁ ଅତାବିରା ଆରଏମସି ଅଧୀନ ଭେଡ଼େନ ବ୍ଲକ ସମେତ ଜିଲାର ଅନ୍ୟ ମଣ୍ଡି ଗୁଡ଼ିକରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ତେବେ ମଣ୍ଡି ଖୋଲିବା ଦିନଠାରୁ ହିଁ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ହୋଇଥିଲା। ମାତ୍ର ସଂଗୃହୀତ ଧାନ ପରିମାଣରେ ମଣ୍ଡିରୁ ଧାନ ଉଠୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଖାବସ୍ତା ଯୋଗାଇ ଦେବାକୁ ଧାନ ସଂଗ୍ରହ କମିଟି ବୈଠକରେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବାବେଳେ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ଅତାବିରାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ମଣ୍ଡିକୁ ଆସୁଥିବା ଧାନ ବିକ୍ରି ହୋଇ ପାରୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି। କେବଳ ସେତିକି ନୁହେଁ, ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ ।
ସେହିପରି ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସର୍ବାଧିକ ଅଢ଼େଇ ଏକର ଜମି ପାଇଁ ୬୫କୁଇଣ୍ଟାଲ ଧାନ ବିକ୍ରି କରି ପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇ ଟୋକନକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ବଦଳରେ ଯଥେଷ୍ଟ କମ୍‌ ରହିଥିବାରୁ ମଣ୍ଡିକୁ ଧାନ ନେବାରେ ବାଧକ ସାଜିଛି। କଥା ଏତିକିରେ ସରି ନାହିଁ, ଧାନବିକ୍ରିରେ ଆହୁରି ଅନେକ ବିଭାଗୀୟ ତ୍ରୁଟି ସାମ୍ନାକୁ ଆସିଛି। ପରିଚୟପତ୍ର ପ୍ରସ୍ତୁତି ସମୟରେ ଚାଷୀଙ୍କୁ ଧାନ ବିକ୍ରିର ଏକ ସମ୍ଭାବ୍ୟ ତାରିଖ ଉଲ୍ଲେଖ କରିବାକୁ କୁହାଯାଇଥିଲା। ତଦନୁଯାୟୀ, ଚାଷୀମାନେ ନିର୍ଦ୍ଧାରିତ ଫର୍ମରେ ସେହି ତାରିଖ ମଧ୍ୟ ଉଲ୍ଲେଖ କରିଥିଲେ। ମାତ୍ର ଚାଷୀଙ୍କ ଉଲ୍ଲେଖିତ ତାରିଖକୁ ଆହୁରି ବିଳମ୍ବିତ କରାଯାଇଥିବା ଭଳି ଘଟଣା ପରିଲକ୍ଷିତ ହୋଇଛି ।
ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀ ଏସ. ନେକାଣ୍ଟି ପରିଚୟପତ୍ର ପ୍ରସ୍ତୁତି ସମୟରେ ଧାନ ବିକ୍ରି ତାରିଖ ମେ ୧ରୁ ୧୫ତାରିଖ ମଧ୍ୟରେ ଉଲ୍ଲେଖ କରିଥିଲେ। କିନ୍ତୁ ତାଙ୍କୁ ମିଳିଥିବା ଟୋକନରେ ଧାନ ବିକ୍ରି ଧାରିଖ ମେ ୨୨ତାରିଖ ଉଲ୍ଲେଖ ରହିଛି ବୋଲି ନେକାଣ୍ଟି କହିଛନ୍ତି। ଅନ୍ୟପଟେ ସେ ଗତ ୧୨ତାରିଖରୁ ମଣ୍ଡିକୁ ୨୦୦ ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ନେଇଛନ୍ତି। ମାତ୍ର ଟୋନ ନିର୍ଦ୍ଧାରିତ ତାରିଖରେ ଆସିଲେ ଯାଇ ସେହି ଧାନ କିଣାଯିବ ବୋଲି ବିଭାଗୀୟ କର୍ମଚାରୀ କହୁଥିବା ସେ ପ୍ରକାଶ କରିଛନ୍ତି। ଏହା ସହିତ ମଣ୍ଡିରେ ଯେଉଁ ପଲିଥିନ ଦିଆଯାଉଛି, ତାହା ଫଟା ଦଦରା ରହିଛି ଏବଂ ଧାନ ସୁରକ୍ଷିତ ରଖିବାକୁ ଉପଯୁକ୍ତ ନୁହେଁ ବୋଲି ନେକାଣ୍ଟି କହିଛନ୍ତି । ସେହିପରି ଯେଉଁ ଚାଷୀମାନେ ଧାନ ବିକ୍ରି କରି ସାରିଛନ୍ତି, ତାଙ୍କୁ ବିକ୍ରିଧାନର ପ୍ରାପ୍ୟ ମଧ୍ୟ ମିଳି ନ ଥିବା ଅଭିଯୋଗ ହୋଇଛି । କଲାପାଣିର ଚାଷୀ ଏମ. ରାମବାବୁ କହିଛନ୍ତି, ଗତ ୧୩ତାରିଖରୁ ସେ କଲାପାଣି ମଣ୍ଡିରେ ୧୩୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଧାନବିକ୍ରିର ୪୮ଘଣ୍ଟାରେ ବିକ୍ରିଧାନର ପ୍ରାପ୍ୟ ମିଳିବ ବୋଲି ରାଜ୍ୟ ସରକାର କହୁଥିଲେ ସୁଦ୍ଧା ଦୀର୍ଘ ୭ଦିନ ହେଲା ତାଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟରାଶି ଜମା ହୋଇନାହିଁ । ଫଳରେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନରେ ଅସୁବିଧାର ସମ୍ମୁଖୀନ ହେଉଥିବା ରାମବାବୁ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୭୩୨୮୮ ୭୨୦୯୬ରେ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ମତାମତ ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri