ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କୁ ମିଳୁନି ପ୍ରାପ୍ୟ

ବରଗଡ଼ ଅଫିସ୍‌,୨୦।୫: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମଣ୍ଡି ଗୁଡ଼ିକରେ ଧାନ ସଂଗ୍ରହ କରାଯାଉଛି। ହେଲେ ମଣ୍ଡିରୁ ଆଶାନୁରୂପ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିରୁ ଯେଉଁ ଚାଷୀଙ୍କ ଧାନ ବିକ୍ରି ହୋଇ ଉଠୁଛି, ଦୀର୍ଘଦିନ ପରେ ମଧ୍ୟ ସେମାନଙ୍କୁ ବିକ୍ରିଧାନ ପ୍ରାପ୍ୟ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଚାଷୀଙ୍କୁ କାଳବୈଶାଖୀ ବର୍ଷା ଭୟ ଘାରିଛି। ସେହିପରି ବିକ୍ରିଧାନ ପ୍ରାପ୍ୟ ନ ପାଇ ଚାଷୀମାନେ ଅମଳରେ ନିୟୋଜିତ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରି ପାରୁ ନାହାନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ନ ଥିବାବେଳେ ଏଭଳି ଅବ୍ୟବସ୍ଥା ଜିଲାରେ ଚାଲିଥିବା ଧାନ ସଂଗ୍ରହର ସ୍ବଚ୍ଛତାକୁ ପଦାରେ ପକାଇଛି ।
ଗତ ଏପ୍ରିଲ ମାସରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରୁ ମେ ୬ତାରିଖରୁ ଧାନ ସଂଗ୍ରହ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଅତାବିରା ଅଞ୍ଚଳର କିଛି ଚାଷୀନେତା ଏହାକୁ ୧୦ତାରିଖକୁ ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନଠାରେ ଦାବି ଉପସ୍ଥାପନ କରିଥିଲେ। ଚାଷୀ ସଙ୍ଗଠନର ଏଭଳି ଦାବି ଜିଲାରେ ପ୍ରଥମ ହୋଇଥିବାବେଳେ ଏଥିରେ ଚାଷୀନେତାଙ୍କ ଭୂମିକାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଧାନ ଅମଳ କରିଥିବା ଚାଷୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ତେବେ ଅତାବିରା ଅଞ୍ଚଳର ଚାଷୀ ନେତାଙ୍କ ଦାବି ଅନୁଯାୟୀ ମେ ୬ ବଦଳରେ ୧୦ତାରିଖରୁ ଅତାବିରା ଆରଏମସି ଅଧୀନ ଅତାବିରା ବ୍ଲକରେ ହିଁ କେବଳ ମଣ୍ଡିଗୁଡ଼ିକ ଖୋଲିଥିଲା ।
ଅନ୍ୟପଟେ ମେ ୧୨ତାରିଖରୁ ଅତାବିରା ଆରଏମସି ଅଧୀନ ଭେଡ଼େନ ବ୍ଲକ ସମେତ ଜିଲାର ଅନ୍ୟ ମଣ୍ଡି ଗୁଡ଼ିକରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ତେବେ ମଣ୍ଡି ଖୋଲିବା ଦିନଠାରୁ ହିଁ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ହୋଇଥିଲା। ମାତ୍ର ସଂଗୃହୀତ ଧାନ ପରିମାଣରେ ମଣ୍ଡିରୁ ଧାନ ଉଠୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅଖାବସ୍ତା ଯୋଗାଇ ଦେବାକୁ ଧାନ ସଂଗ୍ରହ କମିଟି ବୈଠକରେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବାବେଳେ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ଅତାବିରାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ମଣ୍ଡିକୁ ଆସୁଥିବା ଧାନ ବିକ୍ରି ହୋଇ ପାରୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଆନ୍ଦୋଳନ ପାଇଁ ମୁଣ୍ଡ ଟେକିଛି। କେବଳ ସେତିକି ନୁହେଁ, ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ ।
ସେହିପରି ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସର୍ବାଧିକ ଅଢ଼େଇ ଏକର ଜମି ପାଇଁ ୬୫କୁଇଣ୍ଟାଲ ଧାନ ବିକ୍ରି କରି ପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇ ଟୋକନକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୬୫ କୁଇଣ୍ଟାଲ ବଦଳରେ ଯଥେଷ୍ଟ କମ୍‌ ରହିଥିବାରୁ ମଣ୍ଡିକୁ ଧାନ ନେବାରେ ବାଧକ ସାଜିଛି। କଥା ଏତିକିରେ ସରି ନାହିଁ, ଧାନବିକ୍ରିରେ ଆହୁରି ଅନେକ ବିଭାଗୀୟ ତ୍ରୁଟି ସାମ୍ନାକୁ ଆସିଛି। ପରିଚୟପତ୍ର ପ୍ରସ୍ତୁତି ସମୟରେ ଚାଷୀଙ୍କୁ ଧାନ ବିକ୍ରିର ଏକ ସମ୍ଭାବ୍ୟ ତାରିଖ ଉଲ୍ଲେଖ କରିବାକୁ କୁହାଯାଇଥିଲା। ତଦନୁଯାୟୀ, ଚାଷୀମାନେ ନିର୍ଦ୍ଧାରିତ ଫର୍ମରେ ସେହି ତାରିଖ ମଧ୍ୟ ଉଲ୍ଲେଖ କରିଥିଲେ। ମାତ୍ର ଚାଷୀଙ୍କ ଉଲ୍ଲେଖିତ ତାରିଖକୁ ଆହୁରି ବିଳମ୍ବିତ କରାଯାଇଥିବା ଭଳି ଘଟଣା ପରିଲକ୍ଷିତ ହୋଇଛି ।
ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀ ଏସ. ନେକାଣ୍ଟି ପରିଚୟପତ୍ର ପ୍ରସ୍ତୁତି ସମୟରେ ଧାନ ବିକ୍ରି ତାରିଖ ମେ ୧ରୁ ୧୫ତାରିଖ ମଧ୍ୟରେ ଉଲ୍ଲେଖ କରିଥିଲେ। କିନ୍ତୁ ତାଙ୍କୁ ମିଳିଥିବା ଟୋକନରେ ଧାନ ବିକ୍ରି ଧାରିଖ ମେ ୨୨ତାରିଖ ଉଲ୍ଲେଖ ରହିଛି ବୋଲି ନେକାଣ୍ଟି କହିଛନ୍ତି। ଅନ୍ୟପଟେ ସେ ଗତ ୧୨ତାରିଖରୁ ମଣ୍ଡିକୁ ୨୦୦ ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ନେଇଛନ୍ତି। ମାତ୍ର ଟୋନ ନିର୍ଦ୍ଧାରିତ ତାରିଖରେ ଆସିଲେ ଯାଇ ସେହି ଧାନ କିଣାଯିବ ବୋଲି ବିଭାଗୀୟ କର୍ମଚାରୀ କହୁଥିବା ସେ ପ୍ରକାଶ କରିଛନ୍ତି। ଏହା ସହିତ ମଣ୍ଡିରେ ଯେଉଁ ପଲିଥିନ ଦିଆଯାଉଛି, ତାହା ଫଟା ଦଦରା ରହିଛି ଏବଂ ଧାନ ସୁରକ୍ଷିତ ରଖିବାକୁ ଉପଯୁକ୍ତ ନୁହେଁ ବୋଲି ନେକାଣ୍ଟି କହିଛନ୍ତି । ସେହିପରି ଯେଉଁ ଚାଷୀମାନେ ଧାନ ବିକ୍ରି କରି ସାରିଛନ୍ତି, ତାଙ୍କୁ ବିକ୍ରିଧାନର ପ୍ରାପ୍ୟ ମଧ୍ୟ ମିଳି ନ ଥିବା ଅଭିଯୋଗ ହୋଇଛି । କଲାପାଣିର ଚାଷୀ ଏମ. ରାମବାବୁ କହିଛନ୍ତି, ଗତ ୧୩ତାରିଖରୁ ସେ କଲାପାଣି ମଣ୍ଡିରେ ୧୩୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଧାନବିକ୍ରିର ୪୮ଘଣ୍ଟାରେ ବିକ୍ରିଧାନର ପ୍ରାପ୍ୟ ମିଳିବ ବୋଲି ରାଜ୍ୟ ସରକାର କହୁଥିଲେ ସୁଦ୍ଧା ଦୀର୍ଘ ୭ଦିନ ହେଲା ତାଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟରାଶି ଜମା ହୋଇନାହିଁ । ଫଳରେ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନରେ ଅସୁବିଧାର ସମ୍ମୁଖୀନ ହେଉଥିବା ରାମବାବୁ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶରଥି ସୋରେନଙ୍କୁ ତାଙ୍କ ମୋବାଇଲ ନମ୍ବର ୭୩୨୮୮ ୭୨୦୯୬ରେ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ମତାମତ ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri