ଓମିକ୍ରନ୍‌କୁ ପ୍ରାକୃତିକ ଟିକା କହିବା ବିପଜ୍ଜନକ ଧାରଣା

ନୂଆଦିଲ୍ଲୀ, ୩।୧: ଓମିକ୍ରନ୍‌ ଏକ ପ୍ରାକୃତିକ ଟିକା ବୋଲି କେତେଜଣ ଦାୟିତ୍ୱଶୂନ୍ୟ ଲୋକ ପ୍ରଚାର ଚଳାଇଛନ୍ତି। ଏହା ଏକ ବିପଜ୍ଜନକ ଧାରଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦୀର୍ଘ କୋଭିଡ୍‌କୁ ସେମାନେ ହିସାବକୁ ନ ନେଇ ଦାୟିତ୍ୱଶୂନ୍ୟ ପ୍ରଚାର କରୁଥିବା ବିଶେଷଜ୍ଞ କହିଛନ୍ତି। କୋଭିଡ୍‌-୧୯ର ଅନ୍ୟ ସମସ୍ତ ଭାରିଆଣ୍ଟଠାରୁ ଓମିକ୍ରନ୍‌ ଅଧିକ ସଂକ୍ରାମକ। ତେବେ ଏଥିରେ କେହି ଗୁରୁତର ହେଉ ନ ଥିବା ଏବଂ କ୍ୱଚିତ୍‌ ହସ୍ପିଟାଲରେ ଭର୍ତ୍ତି ହେଉଥିବାରୁ ଏହା ପ୍ରାକୃତିକ ଟିକା ଭାବେ କାର୍ଯ୍ୟ କରୁଛି ବୋଲି କେତେଜଣ ଲୋକ ଧାରଣା ସୃଷ୍ଟି କରିଛନ୍ତି। ନିକଟରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଓମିକ୍ରନ୍‌ ପ୍ରାକୃତିକ ଟିକା ଭଳି କାର୍ଯ୍ୟ କରୁଥିବା କହିଥିଲେ। ତେବେ ଏଭଳି ଧାରଣା ବିପଜ୍ଜନକ ବୋଲି ବିଶିଷ୍ଟ ଭାଇରୋଲୋଜିଷ୍ଟ ଶହିଦ ଜାମିଲ କହିଛନ୍ତି। ଭାରତରେ ଅପପୁଷ୍ଟି, ବାୟୁ ପ୍ରଦୂଷଣ, ଡାଇବେଟିସ୍‌ ହାର ଅଧିକ ଥିବାରୁ ଲୋକଙ୍କୁ ଜାଣିଶୁଣି ଓମିିକ୍ରନ୍‌ ସଂକ୍ରମିତ ହେବାକୁ ଛାଡ଼ିଦେବା ବିଜ୍ଞାନ ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଓମିକ୍ରନ୍‌ କାହାକୁ ଗୁରୁତର କରୁ ନ ଥିଲେ ମଧ୍ୟ ଏହାକୁ ଟିକା ବିବେଚନା କରାଯାଇ ପାରିବ ନାହଁି ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଲାଇଫ୍‌କୋର୍ସ ଏପିଡେମିଓଲୋଜି ମୁଖ୍ୟ ପ୍ରଫେସର ଗିରିଧର ଆର୍‌ ବାବୁ କହିଛନ୍ତି। ଓମିକ୍ରନ୍‌ରେ ମଧ୍ୟ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଓ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଭୁଲ୍‌ ସୂଚନାଠାରୁ ଦୂରେଇ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଓମିକ୍ରନ୍‌ର ଦୀର୍ଘମିଆଦୀ ପ୍ରଭାବ ରହିପାରେ। ତେଣୁ ଲୋକେ ଯତ୍ନବାନ୍‌ ହେବା ଲାଗି ଉଜଳା ସିଗ୍‌ନସ୍‌ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ପ୍ରତିଷ୍ଠାତା ନିର୍ଦ୍ଦେଶକ ସୁଚିନ ବଜାଜ କହିଛନ୍ତି। କାରଣ ସାମାନ୍ୟ ସଂକ୍ରମଣ ପରେ ମଧ୍ୟ ଏହି ଭାରିଆଣ୍ଟ ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ, କିଡ୍‌ନୀ ଆଦି ବିଭିନ୍ନ ଅଙ୍ଗରେ ୬ ମାସରୁ ଅଧିକ ସମୟ ରହିପାରେ। ତେଣୁ ଏହା କେତେ ଦୀର୍ଘମିଆଦୀ ପ୍ରଭାବ ପକାଇବ ତାହା ପ୍ରକୃତରେ ଜଣାନାହିଁ। ଅଧିକାଂଶ ଫୁସ୍‌ଫୁସ୍‌ କୋଭିଡ୍‌ ରୋଗୀଙ୍କଠାରେ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ସମସ୍ୟା ଦେଖାଯାଇଛି। ଡେଲ୍ଟାଠାରୁ ଏହା କମ୍‌ ଗୁରୁତର ଭର୍ସନ ହେଲେ ମଧ୍ୟ ଭୂତାଣୁ। ସେଥିପାଇଁ ସତର୍କ ରହିବା ଜରୁରୀ ବୋଲି ବଜାଜ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri