ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାରେ ଚାଲିଥିବା ଦେଖାଯାଉଛି। ଜିଲାର କୁକୁଡାଖଣ୍ଡି ବ୍ଲକର ଲାଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସାଂଘାତିକ ଚିତ୍ର ପଦାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ବ୍ରହ୍ମପୁର ନିକଟ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଲାଠି ଗ୍ରାମରେ ଅନେକ ଦିନ ପୂର୍ବରୁ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହି କେନ୍ଦ୍ର ଉପରେ ନିକଟସ୍ଥ ବେନ୍ଦାଳିଆ, ସୁକୁଣ୍ଡା, ବନ୍ଥପଲ୍ଲୀ, କୁଆଁରପୁର, ମନହରା,ମଦନପୁର, ହଳଦିଆପଦର ଆଦି ୧୦ରୁ ୧୨ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଥିବାବେଳେ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ତେବେ ଲାଠି ଦେଇ ଚିକିଟି ପର୍ଯ୍ୟନ୍ତ ଯାଇଥିବା ରାଜପଥରେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ରୋଗୀ ମଧ୍ୟ ଏଠାକୁ ଆସନ୍ତି। ଟ୍ରମା କେୟାର ସେଣ୍ଟର ନ ଥିବାରୁ ଅସୁବିଧା ହେଉଛି। କିନ୍ତୁ ମାସେ ହେଲା ଏଠି ଡାକ୍ତର ନଥିବାରୁ ରୋଗୀମାନେ ହଟହଟା ହେବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ କେନ୍ଦ୍ର ପାଇଁ ଜଣେ ଏମବିବିଏସ ଡାକ୍ତର, ଜଣେ ଆୟୁର୍ବେଦିକ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ, ସୁଇପର, ଷ୍ଟାଫ ନର୍ସ ରହିବା ପାଇଁ ସରକାରୀସ୍ତରରେ ମଂଜୁର ହୋଇଛି। କିନ୍ତୁ ଏମବିବିଏସ ଡାକ୍ତର ଜଣଙ୍କ ବିନା ଅନୁମତିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାଇ କାମ କରୁଥିବାରୁ ଉକ୍ତ କେନ୍ଦ୍ର ଡାକ୍ତର ଶୂନ୍ୟ ହୋଇପଡିଛି। ଷ୍ଟାଫ ନର୍ସ, ସୁଇପର, ଆୟୁଷ ଡାକ୍ତର ଆଦି ନାହାନ୍ତି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଉକ୍ତ କେନ୍ଦ୍ରର ଓପିଡିକୁ ଦୈନିକ ୧୦୦ ରୋଗୀ ଆସୁଥିବାବେଳେ ଫାର୍ମାସିଷ୍ଟ ଜଣଙ୍କ ରୋଗୀ ଦେଖୁଛନ୍ତି। ସକାଳ ୮ଟାରୁ ୧୨ଟା ଓ ସନ୍ଧ୍ୟା ୨ଟାରୁ ୫ ପର୍ଯ୍ୟନ୍ତ ଡ୍ୟୁଟି କରିବା ନିୟମ ରହିଛି। ରୋଗୀଙ୍କ ଆନୁସଙ୍ଗିକ ବ୍ୟବସ୍ଥାକୁ ଦେଖିଲେ ରୋଗୀମାନେ ବସିବା ପାଇଁ କୌଣସି ସୁବିଧା ନାହିଁ। ମେଡିକାଲର ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସଦୃଶ ହୋଇପଡିଛି। ମିଶନ ଶକ୍ତି ପକ୍ଷରୁ ଏଠାରେ କାମ କରାଯାଉଛି। ପଞ୍ଚାୟତର ଅଳିଆ ବୁହା ଗାଡିଗୁଡିକୁ ଏଠାକାର ଏକ କଠୋରୀରେ ରଖାଯାଉଛି। ଗ୍ରାମ୍ୟ ଜଳ ଯୋଗାଣ ପାଇଁ ଓଭରହେଡ ଟ୍ୟାଙ୍କ ବି ଏଠାରେ ରହିଛି। ସ୍ବାସ୍ଥ୍ୟ ବିଭାଗର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅନ୍ୟାନ୍ୟ ବିଭାଗର ଦଖଲ ଥିବାବେଳେ କେହି ମୁହଁ ଖୋଲୁନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିବେଶରେ ସ୍ବଚ୍ଛତା ନଥିବା ତଥା ଠିକ ସେ ସେବା ମିଳୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାଢ଼ୀଙ୍କୁ ପଚାରିବାରୁ ସେଠାରେ ଡାକ୍ତର ନଥିବା ସେ ଜାଣିନଥିବା କହିଥିଲେ। ଏନେଇ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କୁ ପଚାରିବାରୁ ଡାକ୍ତର ଅଭାବ ଯୋଗୁ ସେଠାରେ ଥିବା ଏମବିବିଏସ ଡାକ୍ତର ମନୀଷାରାଣୀ ହୋତାଙ୍କୁ ଏଠାକୁ ଅଣାଯାଇଛି ବୋଲି କହିଥିବା ସିଡିଏମଓ କହିଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ରର ବିଧି ବ୍ୟବସ୍ଥାର ବାହାରକୁ ଯାଇ କ୍ଷମତାର ଅପବ୍ୟବହାର କରିଥିବା ଯୋଗୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri