୭ମାସ ହେଲା ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ମିଳୁନି

ଡେରାବିଶ,୧୩ା୬ (ସ୍ବ.ପ୍ର.): ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏବିଡିଓ ଭଞ୍ଜକିଶୋର ନାୟକ ଶୁଭାରମ୍ଭ କରିଥିଲେ। ଏଥିରେ ନରସିଂହପୁର ସରପଞ୍ଚ ସୁଧୀର କୁମାର ଖଟୁଆ, ସମିତିସଭ୍ୟ ଅନନ୍ତ ପ୍ରସାଦ ଜେନା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଏବିଡିଓ ନାୟକ, ଅତିରିକ୍ତ ତହସିଲଦାର ସୁଜିତ କୁମାର ସ୍ବାଇଁ ଉପସ୍ଥିତ ରହି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରୁ ଆସିଥିବା ଅଭିଯୋଗର ଶୁଣାଣି କରିଥିଲେ। ଏହି ଅଭିଯୋଗ ମଧ୍ୟରେ ସରକାରଙ୍କର ମୋ ଘର ଯୋଜନା, ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ଥିବା ହିତାଧିକାରୀ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ପଞ୍ଚାୟତର ନରସିଂହପୁର ଗ୍ରାମର ବହୁ ହିତାଧିକାରୀ ସେମାନଙ୍କର ରାଶନ ସାମଗ୍ରୀ ୭ ମାସ ହେବ ପାଇବାରୁ ବଞ୍ଚତ୍ତ ହେଉଥିବା ନେଇ ନିମାଁଇ ବେହେରାଙ୍କ ନେତୃତ୍ୱରେ ଏବିଡିଓ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହି ରାଶନ ସାମଗ୍ରୀକୁ ଯୋଗାଇବା ଦାୟିତ୍ୱରେ ଥିବା ଏଣ୍ଡର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ହଡ଼ପ କରିଥିବା ନେଇ ଅଭିଯୋଗ କରିଥିଲେ। ବହୁ ହିତାଧିକାରୀଙ୍କୁ ସମବାୟ ସମିତିର ସମ୍ପାଦକ ଏକ ସମୟରେ ୭ ମାସର ଚାଉଳ ଦେବା ନେଇ ବେହେରାଙ୍କ ସମେତ ଉପସ୍ଥିତ ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ତେବେ ଡେରାବିଶ ବ୍ଲକରେ ବହୁ ୱାର୍ଡ଼ର ହିତାଧିକାରୀମାନେ ସେମାନଙ୍କ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ରାଶନ କାର୍ଡ଼ରେ ପରିବାରର ବହୁ ସଦସ୍ୟଙ୍କ ନାମ ପଞ୍ଜୀକୃତ କରିବାକୁ ଆବେଦନ କରାଯାଉଥିଲେ ମଧ୍ୟ ବ୍ଲକରେ ସ୍ଥାୟୀ ମାର୍କେଟିଂ ଇନ୍ସପେକ୍ଟର ନ ଥିବା ଓ ଏହି ପଦବୀର ଦାୟିତ୍ୱରେ ଥିବା ଅଧିକାରୀ ବ୍ଲକ କାର୍ଯ୍ୟାଳୟକୁ ନ ଆସିବା ବିଭାଗରେ ଚାଲିଥିବା ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ଏବିଡିଓଙ୍କ ନିକଟରେ ଦର୍ଶାଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉପସ୍ଥିତ ହିତାଧିକାରୀଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବ୍ଲ୍ଳକ ମାର୍କେଟିଂ ଇନ୍ସପେକ୍ଟରଙ୍କର ଉପସ୍ଥିତିରେ ଏହି ବିଭାଗକୁ ଚଳାଉଥିବା ଜଣେ କର୍ମଚାରୀ ଏହାର କୌଣସି ଉତ୍ତର ଦେଇ ପାରି ନ ଥିଲେ। ସେହିପରି ଆବାସ ଗୃହ ଯୋଜନାରୁ ବଞ୍ଚତ୍ତ ହିତାଧିକାରୀ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ଏଥିରୁ ଏବିଡିଓ ନାୟକ କେତେଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିବା ବେଳେ ଅନ୍ୟ ଅଭିଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବିଭାଗୀୟ ସମ୍ପ୍ରସାରଣ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସାବିତ୍ରୀ ମନ୍ତ୍ରୀ, ଗୃହ ନିର୍ମାଣ ବିଭାଗର ଦେବେଶ ବେହେରା, ତାପସ କୁମାର ଜେନା ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସେମାନଙ୍କ ବିଭାଗର ଅଭିଯୋଗମାନ ଗ୍ରହଣ କରିଥଲେ। ଶିବିରରେ ୧୦ରୁ ଊର୍ଦ୍ଧ୍ୱ ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଇଥିଲା। ଏଥିରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡା. କ୍ରିଷ୍ଣା ପଣ୍ଡା, ସହାୟକ ଅଜୟ କୁମାର ରାଉତ ଓ ସଲିଲା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଖୋଲାଯାଇଥିବା ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତିଳୋତ୍ତମା ନାୟକ, ଗ୍ରାମ ରୋଜଗାର ସେବକ ସତ୍ୟବ୍ରତ ସାହୁ ଓ ଅନିଲ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri