ଶିକ୍ଷକ ଭବନ ଶିଳାନ୍ୟାସକୁ ପୂରିଲାଣି ୨୬ ମାସ

ନୂଆଗାଁ ,୨୬ା୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଶିକ୍ଷକ ଭବନ ଗୃହ ନିର୍ମାଣ ପାଇଁ ଦଶପଲ୍ଲା ବିଧାୟକ ଭୂମି ପୂଜା କରିବାର ଦୀର୍ଘ ୨୬ ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏପରିକି ଗୃହର ପୁନାଦି ପରେ ଆଉ ଆଗେଇ ପାରୁନି ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।
ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ଶିକ୍ଷାଦାନ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ବୈଠକ କରିବା, ରହଣୀସ୍ଥଳ, କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଭଳି କାର୍ଯ୍ୟ ପାଇଁ ଗୃହଟିଏ ନାହିଁ। ସମସ୍ତ ବ୍ୟବସ୍ଥା ଥାଇ ଶିକ୍ଷକ ଭବନଟିଏ ନିର୍ମାଣ କରିବା ପାଇଁ ନୂଆଗାଁ ବ୍ଲକର ୧୫୭ ସ୍କୁଲର ପ୍ରାୟ ୪୪୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ବହୁବାର ଗୁହାରି କରିବା ପରେ ୨୦୨୧ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାଇଛେଳିଠାରେ ଶିକ୍ଷକ ଭବନ ପାଇଁ ଭୂମି ପୂଜା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିବା ସହ ଶିକ୍ଷକ ଭବନ ଯଥାଶୀଘ୍ର ଶେଷ କରାଯିବ ବୋଲି କହିଥିଲେ। ଶିକ୍ଷକ ଭବନ ନିର୍ମାଣ କରିବା ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇ କାର୍ଯ୍ୟାରମ୍ଭ କରାଯାଇଥିଲା। ଭୂମିପୂଜନ କାର୍ଯ୍ୟକୁ ଇତିମଧ୍ୟରେ ଦୀର୍ଘ ୨୬ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ନିର୍ମାଣ ହୋଇ ପାରିନାହିଁ। ଶିକ୍ଷକ ଭବନର ପୁନାଦି ପଡି ପିଲର ପାଇଁ ଛଡ ବନ୍ଧା ହୋଇ ରହିଛି। ପିଲର ଛଡଗୁଡ଼ିକରେ କଳଙ୍କି ଲାଗି ତାହା ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ବନ୍ଧା ଯାଇଥିବା ପିଲର ଛଡ ଓ ବିଧାୟକଙ୍କ ପ୍ରତିଶ୍ରୁତି ନୂଆଗାଁ ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅଟ୍ଟହାସ୍ୟ କରୁଥିବା ଭଳି ଲାଗୁଛି ବୋଲି କ୍ଷୋଭର ସହ କହିଛନ୍ତି ଶିକ୍ଷକମାନେ। ଶିକ୍ଷକ ଭବନ ନିର୍ମାଣ ବିଳମ୍ବ ହେବା ବାବଦରେ ମାଇଛେଳି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପକ ରଞ୍ଜନ ରାଉତଙ୍କୁ ପଚାରିବାରେ ଯାହା ଅନୁଦାନ ଆସିଥିଲା ସେଥିରେ ଏତିକି କାମ ହୋଇଛି। ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଅନୁଦାନ ଦିଆଯାଇଛି। କାମ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri