ଶିକ୍ଷକଙ୍କ ଅବସରକୁ ବିତିଲାଣି ୧୩ ବର୍ଷ, ହେଲେ ଏଯାଏ ମିଳୁନି ଏରିୟର, ତୁରନ୍ତ ସମାଧାନ ନ ହେଲେ…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରି ଛାତ୍ରୀଛାତ୍ରଙ୍କୁ ଅନ୍ଧାରୁ ଆଲୋକିତ କରି ମଣିଷ କରିଥିବା ଶିକ୍ଷକଙ୍କୁ ଏରିୟର ମିଳିବାରେ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁ ନ ଥିବାରୁ ଅବସରପ୍ରାପ୍ତ ଶିକ୍ଷକ ପଙ୍କଜ ସ୍ବାଇଁ କେତେ ଯେ, ହଇରାଣ ହରକତ ହେଉଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଗତ ୧୯.୧୧.୧୯୭୫ରୁ ୩୦.୪.୨୦୧୨ ଯାଏ କେସିଙ୍ଗା ବ୍ଲକର ବିଭିନ୍ନ ସ୍କୁଲରେ ପଙ୍କଜ  ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରିଥିଲେ। ସେ ଗତ ୨୦୧୨ରୁ ଅବସର ଗ୍ରହଣ କରିଛନ୍ତି। ଅବସର ଶିକ୍ଷକ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି। ଅବସର ଗ୍ରହଣ କରି ଆଜକୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ତାଙ୍କରି ଏରିୟର ମିଳିନାହିଁ। ଏ ନେଇ ସ୍ବାଇଁ ଶିକ୍ଷା ବିଭାଗକୁ ଦୌଡ଼ିଦୌଡ଼ି ନିରାଶ ହୋଇ ପଡ଼ିରହିଛନ୍ତି। ପରିବାର ପୋଷଣ ପାଇଁ ବହୁ କଷ୍ଟ ହେଉଛି ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ପ୍ରଦତ୍ତ ୧୫ କିମ୍ବା ୩୦ ବର୍ଷିଆ ଏ.ସି.ପି.ର କୌଣସି ସୁବିଧା ପାଇ ନାହାନ୍ତି। ଶିକ୍ଷକଙ୍କ ସେବା ପୁସ୍ତକ ଦେଖି ଉଭୟ ଏସିପି ମଞ୍ଜୁର କରି ଏରିୟର ପ୍ରଦାନ କରିବା ପାଇଁ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷ କର୍ଣ୍ଣପାତ କରୁ ନାହାନ୍ତି। ଏ ନେଇ ସ୍ବାଇଁ ଦୀର୍ଘ ୧୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି ବି ତାଙ୍କ ଅଭିଯୋଗକୁ ଗ୍ରହଣ କରୁନାହାନ୍ତି। ଯାହାଫଳରେ ପରିବାରର ବୋଝ ସହ ନିଜ ସ୍ତ୍ରୀ, ପିଲା ଛୁଆଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆଦି କାର୍ଯ୍ୟକ୍ରମରେ ଘୋର ଅସୁବିଧା ହେଉଛି। ତେଣୁ ରାଜ୍ୟରେ ନୂତନ ଭାବେ ଗଢ଼ି ଉଠିଥିବା ରାଜ୍ୟ ସରକାର ଓ ଶିକ୍ଷାମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଏସିପି ମଞ୍ଜୁର କରି ଏରିୟର ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦିଓ ଶିକ୍ଷା ବିଭାଗ ଏଥିରେ କର୍ଣ୍ଣପାତ ନ କରନ୍ତି ତେବେ କେସିଙ୍ଗାସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବେ ବୋଲି ଶିକ୍ଷା ବିଭାଗକୁ ସ୍ବାଇଁ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ମୁଁ ଫାଇଲ ଦେଖି ସମାଧାନ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri