ଶିକ୍ଷକଙ୍କ ଅବସରକୁ ବିତିଲାଣି ୧୩ ବର୍ଷ, ହେଲେ ଏଯାଏ ମିଳୁନି ଏରିୟର, ତୁରନ୍ତ ସମାଧାନ ନ ହେଲେ…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରି ଛାତ୍ରୀଛାତ୍ରଙ୍କୁ ଅନ୍ଧାରୁ ଆଲୋକିତ କରି ମଣିଷ କରିଥିବା ଶିକ୍ଷକଙ୍କୁ ଏରିୟର ମିଳିବାରେ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁ ନ ଥିବାରୁ ଅବସରପ୍ରାପ୍ତ ଶିକ୍ଷକ ପଙ୍କଜ ସ୍ବାଇଁ କେତେ ଯେ, ହଇରାଣ ହରକତ ହେଉଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଗତ ୧୯.୧୧.୧୯୭୫ରୁ ୩୦.୪.୨୦୧୨ ଯାଏ କେସିଙ୍ଗା ବ୍ଲକର ବିଭିନ୍ନ ସ୍କୁଲରେ ପଙ୍କଜ  ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରିଥିଲେ। ସେ ଗତ ୨୦୧୨ରୁ ଅବସର ଗ୍ରହଣ କରିଛନ୍ତି। ଅବସର ଶିକ୍ଷକ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି। ଅବସର ଗ୍ରହଣ କରି ଆଜକୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ତାଙ୍କରି ଏରିୟର ମିଳିନାହିଁ। ଏ ନେଇ ସ୍ବାଇଁ ଶିକ୍ଷା ବିଭାଗକୁ ଦୌଡ଼ିଦୌଡ଼ି ନିରାଶ ହୋଇ ପଡ଼ିରହିଛନ୍ତି। ପରିବାର ପୋଷଣ ପାଇଁ ବହୁ କଷ୍ଟ ହେଉଛି ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ପ୍ରଦତ୍ତ ୧୫ କିମ୍ବା ୩୦ ବର୍ଷିଆ ଏ.ସି.ପି.ର କୌଣସି ସୁବିଧା ପାଇ ନାହାନ୍ତି। ଶିକ୍ଷକଙ୍କ ସେବା ପୁସ୍ତକ ଦେଖି ଉଭୟ ଏସିପି ମଞ୍ଜୁର କରି ଏରିୟର ପ୍ରଦାନ କରିବା ପାଇଁ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷ କର୍ଣ୍ଣପାତ କରୁ ନାହାନ୍ତି। ଏ ନେଇ ସ୍ବାଇଁ ଦୀର୍ଘ ୧୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି ବି ତାଙ୍କ ଅଭିଯୋଗକୁ ଗ୍ରହଣ କରୁନାହାନ୍ତି। ଯାହାଫଳରେ ପରିବାରର ବୋଝ ସହ ନିଜ ସ୍ତ୍ରୀ, ପିଲା ଛୁଆଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆଦି କାର୍ଯ୍ୟକ୍ରମରେ ଘୋର ଅସୁବିଧା ହେଉଛି। ତେଣୁ ରାଜ୍ୟରେ ନୂତନ ଭାବେ ଗଢ଼ି ଉଠିଥିବା ରାଜ୍ୟ ସରକାର ଓ ଶିକ୍ଷାମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଏସିପି ମଞ୍ଜୁର କରି ଏରିୟର ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦିଓ ଶିକ୍ଷା ବିଭାଗ ଏଥିରେ କର୍ଣ୍ଣପାତ ନ କରନ୍ତି ତେବେ କେସିଙ୍ଗାସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବେ ବୋଲି ଶିକ୍ଷା ବିଭାଗକୁ ସ୍ବାଇଁ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ମୁଁ ଫାଇଲ ଦେଖି ସମାଧାନ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri