Posted inଖେଳ

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍‌; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ

କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟ୍‌ କରାଯାଇଥିବାରୁ ଏହା ସ୍ପଷ୍ଟ ହୋଇଛି। ଉଦାନା ଦଳ ପକ୍ଷରୁ ୨୭ଟି ଦିନିକିଆ ଏବଂ ୩୫ଟି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଭାରତ ବିପକ୍ଷରେ ନିକଟରେ ଶେଷ ହୋଇଥିବା ସିରିଜରେ ଉଦାନାଙ୍କ ପ୍ରଦର୍ଶନ ଭଲ ନ ଥିଲା। ସେ ଗୋଟିଏ ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ।

ଅବସର ଘୋଷଣା କରି ଉଦାନା କହିଛନ୍ତି, ପରବର୍ତ୍ତ ପୀଢ଼ିର ଖେଳାଳିଙ୍କ ପାଇଁ ସ୍ଥାନ ଦେବା ପାଇଁ ମୋର ସମୟ ଆସିଛି ବୋଲି ଭାବୁଛି। ଅତ୍ୟନ୍ତ ଗର୍ବ, ଉତ୍ସାହ ଏବଂ ଅଦମ୍ୟ ପ୍ରତିବଦ୍ଧତା ସହ ମୁଁ ଦେଶର ପ୍ରତିନିଧିତ୍ୱ କରି ମୋର ସେବା ପ୍ରଦାନ କରିଛି।

ତେବେ ଉଦାନା ୨୦୦୯ରେ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷେ ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେହିଭଳି ୨୦୧୨ରେ ସେ ନିଜର ଦିନିକିଆ ଡେବ୍ୟୁ କରିଥିଲେ। ନିଜର କ୍ୟାରିୟରରେ ସେ ଦିନିକିଆରେ ୨୩୭ରନ୍‌ ଏବଂ ଟି-୨୦ରେ ୨୫୬ ରନ୍‌ କରିଥିଲେ। ଏହାଛଡ଼ା ସେ ଦିନିକିଆରେ ୧୮ ଉଇକେଟ ଏବଂ ଟି୨୦ରେ ୨୭ ଉଇକେଟ ନେଇଥିଲେ। ସେ ଟେଷ୍ଟ କ୍ରିକେଟରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଁ ତାଙ୍କୁ ସୁଯୋଗ ମିଳିପାରି ନ ଥିଲା।

ଏହାଛଡ଼ା ଉଦାନା ଆଇପିଏଲ୍‌ ୨୦୨୦ରେ ବିରାଟ କୋହଲି ନେତୃତ୍ୱାଧୀନ ଆର୍‌ସିବିରୁ ପ୍ରତିନିଧିତ୍ୱ କରିଥିଲେ। ସେ ଦଳ ପାଇଁ ମୋଟ ୧୦ଟି ମ୍ୟାଚ୍‌ ଖେଳି ୮ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri