ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଚିକା ସହାୟିକା ସଂଘର ଦାବିପତ୍ର ପ୍ରଦାନ

ଆନନ୍ଦପୁର/ଘସିପୁରା,୯।୧(ସ୍ବ.ପ୍ର): ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ସୋମବାର ବିଭିନ୍ନ ଦାବିକୁ ନେଇ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛିି। ଏହି ପରିପ୍ରେକ୍ଷୀରେ ଘସିପୁରା ବ୍ଲକ ଶାଖା ପାଚିକାମାନେ ଘସିପୁରାସ୍ଥିତ ଖପରାଖାଇ ୧ନଂ ବସଷ୍ଟାଣ୍ଡଠାରୁ ରାଲିରେ ବାହାରି ଘସିପୁରା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚିି ଦାବିପତ୍ର ପ୍ରଦାନ କରିଛନ୍ତି। ମାସକୁ ୨୬ ହଜାର ଟଙ୍କା ଦରମା, ୧୦ମାସ ବଦଳରେ ୧୨ ମାସର ଦରମା, ବର୍ଷକୁ ଦୁଇ ଖଣ୍ଡ ଶାଢୀ ଓ ବକେୟା ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସରକାର ଯଦି ପଦକ୍ଷେପ ଗ୍ରହଣ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ପାଚିକା ସହାୟିକା ସଂଘ ରାଜ୍ୟ ସମ୍ପାଦିକା ଖୀରମଣି ମହାନ୍ତ କହିଛନ୍ତି।