Posted inଖେଳ

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ ଶୁଟରମାନେ ଏଠାରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସୋମବାର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଶିମରନପ୍ରୀତ୍‌ କୌର ଭାରତ ପାଇଁ ଶେଷ ପଦକ ଜିତିଥିଲେ। ଏହାଦ୍ୱାରା ଭାରତର ପଦକ ସଂଖ୍ୟା ଦୁଇ ସ୍ବର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ୭ରେ ପହଞ୍ଚତ୍ଛି। ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ମଧ୍ୟ ୭ ପଦକ ଲାଭ କରିଛି। ମାତ୍ର ଅଧିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଦୃଷ୍ଟିରୁ ଭାରତକୁ ଅତିକ୍ରମ କରି ଏହି ଦେଶ ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛି। ଚାଇନାର ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସହ ଷ୍ଟାଣ୍ଡିଂରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତ ତରଫରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୮ ବର୍ଷୀୟ ସୁରୁଚି ଇନ୍ଦର ସିଂ ଦେଶ ପାଇଁ ଉଭୟ ସ୍ବର୍ଣ୍ଣ ପଦକ ଆଣି ଦେଇଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ଡବଲ ପଦକ ବିଜେତା ମନୁ ଭାକରଙ୍କୁ ପଛରେ ପକାଇ ୧୦ ମିଟର ଏୟାର ପିସ୍ତଲ ଟାଇଟଲ ହାସଲ କରିଥିଲେ। ଏହାଛଡ଼ା ସେ ସୌରଭ ଚୌଧାରୀଙ୍କୁ ସାଥୀ କରି ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସାଧାରଣ ସମ୍ପାଦକ କେ. ସୁଲ୍‌ତାନ ସିଂ ଯୁବ ଭାରତୀୟ ଶୁଟରଙ୍କ ପ୍ରଦର୍ଶନ ନେଇ ଆନନ୍ଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

IPL ନିଲାମ ପୂର୍ବରୁ ମାତ୍ର ୪ଟି ମ୍ୟାଚ ଖେଳିବା ପାଇଁ ଏତେ କୋଟି ଟଙ୍କା ମାଗିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି, ଜାଣିଲେ…

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯, ୨୦୨୫ରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସମସ୍ତେ ଏହି ସିରିଜ ସମୟରେ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri