୨୦୨୪ରେ ଇସ୍ରୋ-ନାସାର ମିଳିତ ସ୍ପେସ୍‌ ମିଶନ

ଆମେରିକାର ମହାକାଶ ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ମହାକାଶକୁ ମାନବ ପ୍ରେରଣ ଲାଗି ଏକ ରଣନୀତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି। ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଷ୍ଟେଟ୍‌ ଭିଜିଟ୍‌ ଅବସରରେ ଗୁରୁବାର ଭାରତ ଆର୍ଟେମିସ୍‌ ଆକର୍ଡସ୍‌ରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛି। ୨୦୨୪ରେ ନାସା ଏବଂ ଇସ୍ରୋ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଏକ ମିଳିତ ମିଶନ କରିବା ଲାଗି ସହମତ ହୋଇଛନ୍ତି। ଆର୍ଟେମିସ୍‌ ଆକର୍ଡସ୍‌ରେ ଭାରତ ସ୍ବାକ୍ଷର କରିଥିବା ଆମେ ଘୋଷଣା କରିପାରିବା ବୋଲି ନାସାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି। ସମସ୍ତ ମାନବଜାତିର ଲାଭ ପାଇଁ ମହାକାଶ ଆବିଷ୍କାର ଲାଗି ଦୁଇ ଦେଶର ମିଳିତ ଦୂରଦୃଷ୍ଟି ରହିଥିବା ସେ କହିଛନ୍ତି। ୧୯୬୭ର ଆଉଟର ସ୍ପେସ୍‌ ଟ୍ରିଟି (ଓଏସ୍‌ଟି) ଆଧାରରେ ଆର୍ଟେମିସ୍‌ ଆକର୍ଡସ ନିୟମାବଳୀ ପ୍ରସ୍ତୁତ କରାଯାଇଛି ଯାହା ବେସାମରିକ ମହାକାଶ ଆବିଷ୍କାରକୁ ମାର୍ଗଦର୍ଶନ ଦେଇଥାଏ। ଏକବିଂଶ ଶତାବ୍ଦୀରେ ଏହାର ବ୍ୟବହାର ହେଉଛି। ୨୦୨୫ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଲୋକଙ୍କୁ ପହଞ୍ଚାଇବା ଲାଗି ଆମେରିକା ନେତୃତ୍ୱରେ ଏହି ଉଦ୍ୟମ ଜାରି ରହିଛି। ଏଥିସହିତ ମଙ୍ଗଳ ଓ ଅନ୍ୟ ଗ୍ରହକୁ ମହାକାଶ ଆବିଷ୍କାରରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଷ୍ଟେଟ୍‌ ଭିଜିଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମ୍ମାନ ଆମେରିକା କେବଳ ଏହାର ଘନିଷ୍ଠ ବନ୍ଧୁ ରାଷ୍ଟ୍ରକୁ ଦେଇଥାଏ। ଏହି ଆମନ୍ତ୍ରଣ ଦୁଇଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବାର ସଙ୍କେତ ଦେଉଛି। ମୋଦିଙ୍କ ଗସ୍ତ ଅବସରରେ ପ୍ରତିରକ୍ଷା ସହଯୋଗ ସ୍ବରୂପ ଭାରତରେ ଯୁଦ୍ଧବିମାନ ଇଞ୍ଜିନ ନିର୍ମାଣ ଲାଗି ଜିଇ ଏରୋସ୍ପେସ୍‌ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଦୁଇ ଦେଶ ଏଚ୍‌-୧ବି ଭିଜା ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ନୂଆ ବାଣିଜି୍ୟକ ଦୂତାବାସ ଖୋଲିବା ନେଇ ଘୋଷଣା କରିବାକୁ ଯାଉଛନ୍ତି। କୂଟନୈତିକ ସମ୍ପର୍କ ବୃଦ୍ଧି ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଭାରତର ଆମେରିକାରେ ୫ଟି କନ୍‌ସୁଲେଟ ଥିବାବେଳେ ସିଟଲ୍‌ରେ ଆଉ ଏକ କନ୍‌ସୁଲେଟ୍‌ ଖୋଲିବାକୁ ଯାଉଛି। ସେହିପରି ଆମେରିକା ବେଙ୍ଗାଲୁରୁ ଏବଂ ଅହମଦାବାଦରେ ନୂଆ ବାଣିଜି୍ୟକ ଦୂତାବାସ ଖୋଲିବ। ନୂଆ ଭିଜା ନିୟମ ଦ୍ୱାରା ଭାରତୀୟମାନଙ୍କୁ ଆମେରିକାରେ ରହିବା ଓ କାମ କରିବାରେ ସହଜ ହେବ। ସେହିପରି ମୋଦିଙ୍କ ଆମନ୍ତ୍ରଣକ୍ରମେ ମାଇକ୍ରନ୍‌ ଟେକ୍‌ନୋଲୋଜି ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri