ହମାସ ଉପରେ ଭାରି ପଡ଼ିଲେ ଇସ୍ରାଏଲର ଏହି ଲେଡି ଫାଇଟର୍‌; ଖୋଜି ଖୋଜି ମାରିଲେ ୨୫ ଆତଙ୍କବାଦୀ

ଜେରୁଜେଲମ,୧୧।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ ହୋଇଥିଲା। ଚାରିଆଡେ ବୋମା ବିସ୍ଫୋରଣର ସ୍ବର ଭୟର ବାତାବରଣ ସୃଷ୍ଟି କରିଥିଲା। ଏଭଳି ସମୟରେ ଇସ୍ରାଏଲର ଜଣେ ମହିଳା ଘରକୁ ଘର ବୁଲି ଲୋକଙ୍କୁ ଡାକି ଅସ୍ତ୍ରଶସ୍ତ୍ର ଯୋଗାଡ କରିଥିଲେ। ବୋଧହୁଏ ସେ ପରବର୍ତ୍ତୀ ସମୟରେ କ’ଣ ହେବ ତାହା ଅନୁମାନ କରିନେଇଥିଲେ, ଯାହାକି ସମ୍ପୂର୍ଣ୍ଣ ଠିକ୍‌ ଥିଲା।

ଗାଜା ଷ୍ଟ୍ରିପ୍‌ ଅଞ୍ଚଳର କିିବବୁଟ୍‌ ନିର୍‌ ଏମ୍‌ ଗ୍ରାମକୁ ହମାସ ଆତଙ୍କବାଦୀମାନେ କ୍ଷତି ପହଞ୍ଚାଇପାରି ନ ଥିଲେ। କାରଣ ଗ୍ରାମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନଙ୍କୁ ହତ୍ୟା କରାଯାଇଥିଲା। ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଏବଂ କୌଶଳ ଯୋଗୁ ଏହା ହୋଇପାରିଥିଲା। ସେ ହେଲେ ଇନ୍‌ବିଲ୍‌ ରବିନ ଲିବରମ୍ୟାନ୍‌। ଇନ୍‌ବିଲ୍‌ ଅନ୍ୟ ଲୋକଙ୍କ ସହ ମିଶି ପ୍ରାୟ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏବେ ସମଗ୍ର ଇସ୍ରାଏଲ ତାଙ୍କ ସାହସକୁ ପ୍ରଶଂସା କରୁଥିବା ଦେଖାଯାଇଛି।

ଅକ୍ଟୋବର ୭ ସକାଳେ ଇନ୍‌ବିଲ୍‌ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିବା ହୃଦୟଙ୍ଗମ କରିପାରିଥିଲେ। ଏଣୁ ତାଙ୍କ ଗାଁକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ସେ ଭାବିଥିଲେ। ଏହାପରେ ସେ ଘରକୁ ଘର ଯିବା ସହ ବସ୍ତିର ଲୋକଙ୍କୁ ଏକଜୁଟ କରି ରାପିଡ ରେସ୍‌ପନ୍ସ ଟିମ୍‌ ପ୍ରସ୍ତୁତ କରି ପାଖରେ ଥିବା ଅସ୍ତ୍ରଶସ୍ତ୍ରକୁ ବିତରଣ କରିଥିଲେ। ଏପରିକି ଗାଁର ସୀମାରେଖା ଯିଏ ଡେଇଁବ ସେ ଫେରିବା ଉଚିତ ନୁହେଁ ବୋଲି ସମସ୍ତଙ୍କୁ କହି ମନୋବଳ ବଢ଼ାଇଥିଲେ।

ଏଭଳି ସ୍ଥିତିରେ ଯେତେବେଳେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଲାଗି ଗାଁ ଆଡକୁ ମୁହାଁଇଥିଲେ, ସେତେବେଳେ ଜବାବରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଏଥିଲାଗି ପ୍ରସ୍ତୁତ ନ ଥିଲେ। ତେଣୁ ସେମାନେ ଇନ୍‌ବିଲ୍‌ ଏବଂ ତାଙ୍କ ଟିମ୍‌କୁ ସାମ୍ନା କରିପାରି ନ ଥିଲେ। ସମସ୍ତଙ୍କୁ ଅତି ଚତୁରତାର ସହ ସେମାନେ ହତ୍ୟା କରିଥିଲେ। ପରେ ସେମାନଙ୍କ ଗଣନା କରାଯିବା ପରେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨୫ ଥିବା ଜଣାପଡ଼ିଥିଲା।

୨୫ ବର୍ଷୀୟ ଇନ୍‌ବିଲଙ୍କ ସାହସିକତାକୁ ନେଇ ଗାଜା ଷ୍ଟ୍ରିପ୍‌ର ଏକମାତ୍ର ଗାଁକୁ ହମାସ ଆତଙ୍କବାଦୀମାନେ କାବୁ କରିପାରି ନ ଥିଲେ। ତେବେ ଇନ୍‌ବିଲ ହେଉଛନ୍ତି କିବବୁଟ୍‌ ଗ୍ରାମର ସୁରକ୍ଷା ମୁଖ୍ୟ। ସେ ସାଧାରଣ ତଥା ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଦେଶର ଯୁଦ୍ଧର ପରିସ୍ଥିତିରେ ସେ ନିଜର ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ଏହି ଦାୟିତ୍ୱକୁ ସୂଚାରୁରୂପେ ତୁଲାଇଥିବା କୁହାଯାଉଛି।

ଆତଙ୍କବାଦୀଙ୍କ ହତ୍ୟା ପରେ ଆଇଡିଏଫ୍‌ ଟିମ୍‌ ଗ୍ରାମକୁ ଖାଲି କରାଯାଇଛି। ଏବେ ଇନ୍‌ବିଲ୍‌ ତେଲ ଅଭିବ୍‌ର ଏକ ହୋଟେଲରେ ଅଛନ୍ତି। ଅକ୍ଟୋବର ୯ରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ତେବେ ତାଙ୍କର ସାହସିକତାକୁ ନେଇ ସେଠାକାର ମେୟର ଇନ୍‌ବିଲ୍‌ଙ୍କ ପ୍ରଶଂସା କରିବା ସହ ଦଶହଜାର ଲୋକଙ୍କ ଜୀବନ ରକ୍ଷା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହାଛଡ଼ା ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ବିଲଙ୍କ ପ୍ରଶଂସା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri