ହମାସ ଉପରେ ଭାରି ପଡ଼ିଲେ ଇସ୍ରାଏଲର ଏହି ଲେଡି ଫାଇଟର୍‌; ଖୋଜି ଖୋଜି ମାରିଲେ ୨୫ ଆତଙ୍କବାଦୀ

ଜେରୁଜେଲମ,୧୧।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ ହୋଇଥିଲା। ଚାରିଆଡେ ବୋମା ବିସ୍ଫୋରଣର ସ୍ବର ଭୟର ବାତାବରଣ ସୃଷ୍ଟି କରିଥିଲା। ଏଭଳି ସମୟରେ ଇସ୍ରାଏଲର ଜଣେ ମହିଳା ଘରକୁ ଘର ବୁଲି ଲୋକଙ୍କୁ ଡାକି ଅସ୍ତ୍ରଶସ୍ତ୍ର ଯୋଗାଡ କରିଥିଲେ। ବୋଧହୁଏ ସେ ପରବର୍ତ୍ତୀ ସମୟରେ କ’ଣ ହେବ ତାହା ଅନୁମାନ କରିନେଇଥିଲେ, ଯାହାକି ସମ୍ପୂର୍ଣ୍ଣ ଠିକ୍‌ ଥିଲା।

ଗାଜା ଷ୍ଟ୍ରିପ୍‌ ଅଞ୍ଚଳର କିିବବୁଟ୍‌ ନିର୍‌ ଏମ୍‌ ଗ୍ରାମକୁ ହମାସ ଆତଙ୍କବାଦୀମାନେ କ୍ଷତି ପହଞ୍ଚାଇପାରି ନ ଥିଲେ। କାରଣ ଗ୍ରାମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନଙ୍କୁ ହତ୍ୟା କରାଯାଇଥିଲା। ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଏବଂ କୌଶଳ ଯୋଗୁ ଏହା ହୋଇପାରିଥିଲା। ସେ ହେଲେ ଇନ୍‌ବିଲ୍‌ ରବିନ ଲିବରମ୍ୟାନ୍‌। ଇନ୍‌ବିଲ୍‌ ଅନ୍ୟ ଲୋକଙ୍କ ସହ ମିଶି ପ୍ରାୟ ୨୫ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏବେ ସମଗ୍ର ଇସ୍ରାଏଲ ତାଙ୍କ ସାହସକୁ ପ୍ରଶଂସା କରୁଥିବା ଦେଖାଯାଇଛି।

ଅକ୍ଟୋବର ୭ ସକାଳେ ଇନ୍‌ବିଲ୍‌ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିବା ହୃଦୟଙ୍ଗମ କରିପାରିଥିଲେ। ଏଣୁ ତାଙ୍କ ଗାଁକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ସେ ଭାବିଥିଲେ। ଏହାପରେ ସେ ଘରକୁ ଘର ଯିବା ସହ ବସ୍ତିର ଲୋକଙ୍କୁ ଏକଜୁଟ କରି ରାପିଡ ରେସ୍‌ପନ୍ସ ଟିମ୍‌ ପ୍ରସ୍ତୁତ କରି ପାଖରେ ଥିବା ଅସ୍ତ୍ରଶସ୍ତ୍ରକୁ ବିତରଣ କରିଥିଲେ। ଏପରିକି ଗାଁର ସୀମାରେଖା ଯିଏ ଡେଇଁବ ସେ ଫେରିବା ଉଚିତ ନୁହେଁ ବୋଲି ସମସ୍ତଙ୍କୁ କହି ମନୋବଳ ବଢ଼ାଇଥିଲେ।

ଏଭଳି ସ୍ଥିତିରେ ଯେତେବେଳେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଲାଗି ଗାଁ ଆଡକୁ ମୁହାଁଇଥିଲେ, ସେତେବେଳେ ଜବାବରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନେ ଏଥିଲାଗି ପ୍ରସ୍ତୁତ ନ ଥିଲେ। ତେଣୁ ସେମାନେ ଇନ୍‌ବିଲ୍‌ ଏବଂ ତାଙ୍କ ଟିମ୍‌କୁ ସାମ୍ନା କରିପାରି ନ ଥିଲେ। ସମସ୍ତଙ୍କୁ ଅତି ଚତୁରତାର ସହ ସେମାନେ ହତ୍ୟା କରିଥିଲେ। ପରେ ସେମାନଙ୍କ ଗଣନା କରାଯିବା ପରେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨୫ ଥିବା ଜଣାପଡ଼ିଥିଲା।

୨୫ ବର୍ଷୀୟ ଇନ୍‌ବିଲଙ୍କ ସାହସିକତାକୁ ନେଇ ଗାଜା ଷ୍ଟ୍ରିପ୍‌ର ଏକମାତ୍ର ଗାଁକୁ ହମାସ ଆତଙ୍କବାଦୀମାନେ କାବୁ କରିପାରି ନ ଥିଲେ। ତେବେ ଇନ୍‌ବିଲ ହେଉଛନ୍ତି କିବବୁଟ୍‌ ଗ୍ରାମର ସୁରକ୍ଷା ମୁଖ୍ୟ। ସେ ସାଧାରଣ ତଥା ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଦେଶର ଯୁଦ୍ଧର ପରିସ୍ଥିତିରେ ସେ ନିଜର ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ଏହି ଦାୟିତ୍ୱକୁ ସୂଚାରୁରୂପେ ତୁଲାଇଥିବା କୁହାଯାଉଛି।

ଆତଙ୍କବାଦୀଙ୍କ ହତ୍ୟା ପରେ ଆଇଡିଏଫ୍‌ ଟିମ୍‌ ଗ୍ରାମକୁ ଖାଲି କରାଯାଇଛି। ଏବେ ଇନ୍‌ବିଲ୍‌ ତେଲ ଅଭିବ୍‌ର ଏକ ହୋଟେଲରେ ଅଛନ୍ତି। ଅକ୍ଟୋବର ୯ରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ତେବେ ତାଙ୍କର ସାହସିକତାକୁ ନେଇ ସେଠାକାର ମେୟର ଇନ୍‌ବିଲ୍‌ଙ୍କ ପ୍ରଶଂସା କରିବା ସହ ଦଶହଜାର ଲୋକଙ୍କ ଜୀବନ ରକ୍ଷା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏହାଛଡ଼ା ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ବିଲଙ୍କ ପ୍ରଶଂସା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri