ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ! ଗୋଟିଏ ଘଣ୍ଟାରେ ସିରିଆର ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲର ମିଶାଇଲ ମାଡ

ଜେରୁଜେଲମ,୧ ।୯: ଇସ୍ରାଏଲ ଓ ଇରାନ ମଧ୍ୟରେ ଖୁବଶୀଘ୍ର ଯୁଦ୍ଧ ଆଶଙ୍କା କରାଯାଉଛି । କାରଣ ଇସ୍ରାଏଲ ଏବେ ଇରାନ ବିମାନ ବନ୍ଦରକୁ ଟାର୍ଗେଟ କରିଛି । ଗୋଟିଏ ଘଣ୍ଟା ମଧ୍ୟରେ ସିରିଆର ଦୁଇଟି ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । କୁହାଯାଉଛି କି ଇସ୍ରାଏଲ ଟାର୍ଗେଟ କରିଥିବା ଇରାନ ବିମାନରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଥିଲା ।
ସୂଚନାଯୋଗ୍ୟ, ଇସ୍ରାଏଲ ବୁଧବାର ରାତିରେ ସିରିଆର ଅଲେପ୍ପୋ ଓ ଦମିସ୍କ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ କରିଛି । ଇରାନି ଗଣମାଧ୍ୟମ ଦାବି କରିଛି ଇରାନ ବିମାନକୁ ଅବତରଣ ସମୟରେ ରୋକିବା ପାଇଁ ଇସ୍ରାଏଲ ଅଲେପ୍ପୋ ବିମାନ ବନ୍ଦରକୁ ଟାର୍ଗେଟ କରିଥିଲା ।
ସିରିଆ ଗଣମାଧ୍ୟମର ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ବିମାନ ବନ୍ଦରରେ ବହୁ କ୍ଷତି ହୋଇଛି । ଆକ୍ରମଣ ସମୟରେ ଏୟାର ପୋର୍ଟରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିଲା ଓ ମିଶାଇଲକୁ ଅଟକାଇବାକୁ ଅଦ୍ୟମ କରାଯାଇଥିଲା । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ସିରିଆରେ ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେର ଲୌପିଡ ଫୋନେ ଯୋଗେ କଥା ହୋଇଥିଲେ ।

Share