ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଇରାନର ଜବାବରେ ଇସ୍ରାଏଲ୍‌ ଅସ୍ତିତ୍ୱ ହରାଇବ ବୋଲି ଧମକ ଦେଇଛନ୍ତି।
ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ହମାସ୍‌ ଓ ହୁଟି ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଥିବା ଇରାନକୁ ଇସ୍ରାଏଲ୍‌ ଧମକ ଦେଇଆସୁଥିଲା। ଏଥିସହ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କୁ ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଏୟାରଷ୍ଟ୍ରାଇକ୍‌ରେ ନିପାତ କରିଥିଲା। ଏହାର ଜବାବ ଦେବାକୁ ଯାଇ ଇରାନ ମଙ୍ଗଳବାର ଅନୂ୍ୟନ ୧୮୦ ମିଶାଇଲ ଇସ୍ରାଏଲ୍‌ ଉପରକୁ ଛାଡ଼ିଥିଲା, ଯହିଁରୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆଇରନ୍‌ ଡୋମ୍‌ ଆୟତ୍ତ କରି ଖସାଇ ଦେଇଥିଲା। ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ୍‌ ମୁହଁାମୁହଁି ହୋଇଥିବାବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନେଇବା ଆଶଙ୍କା ବଢ଼ିବାରେ ଲାଗିଛି। ଇସ୍ରାଏଲ୍‌ ଇରାନର ସୁପ୍ରିମ ଲିଡରଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବାବେଳେ ଖାମେନେଇ ସୁରକ୍ଷିତ ସ୍ଥାନରେ ଆମତ୍ଗୋପନ କରିଥିଲେ। ଶୁକ୍ରବାର ନମାଜ ପାଠ ବେଳେ ଖାମେନେଇ ଲୋକଲୋଚନକୁ ଆସିଛନ୍ତି। ପ୍ରାୟ ୫ ବର୍ଷ ପରେ ପ୍ରଥମ ଥର ପାଇଁ ତେହରାନର ମୁଖ୍ୟ ପ୍ରାର୍ଥନା ସ୍ଥଳ ମୋସାଲ୍ଲା ମସ୍‌ଜିଦରେ ଅନେକ ଲକ୍ଷ ସମର୍ଥକଙ୍କୁ ସମ୍ବୋଧିତ କରି ଇସ୍ରାଏଲ୍‌ ଉପରେ ଇରାନ ସଶସ୍ତ୍ର ବଳର ମିଶାଇଲ ମାଡ଼କୁ ‘ଜନସାଧାରଣଙ୍କ ସେବା’ ଭାବେ ଅଭିହିତ କରିଛନ୍ତି। ୮୦ ବର୍ଷୀୟ ଖାମେନେଇ ନିଜ ୪୦ ମିନିଟ୍‌ର ଭାଷଣରେ କହିଛନ୍ତି, ୨୦୨୩ ଅକ୍ଟୋବର ୭ରେ ହମାସ୍‌ ପକ୍ଷରୁ ଦକ୍ଷିଣ ଇସ୍ରାଏଲ୍‌ ଉପରେ କରାଯାଇଥିବା ଆକ୍ରମଣ ପାଲେଷ୍ଟିନୀୟଙ୍କ ପକ୍ଷରୁ ଏକ ବୈଧ କାର୍ଯ୍ୟାନୁଷ୍ଠାନ ଥିଲା। ମଙ୍ଗଳବାର କରାଯାଇଥିବା ମିଶାଇଲ୍‌ ଆକ୍ରମଣ ଅନ୍ତର୍ଜାତୀୟ ଆଇନ, ଇରାନର ଆଇନ ଓ ଇସ୍‌ଲାମିକ୍‌ ଆସ୍ଥା ଆଧାରିତ। ଆଫଗାନିସ୍ତାନରୁ ୟେମେନ୍‌ ଏବଂ ଇରାନରୁ ଗାଜା ପର୍ଯ୍ୟନ୍ତ ରାଷ୍ଟ୍ର ଶତ୍ରୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ଖାମେନେଇ ଆହ୍ବାନ ଦେବା ସହ ଏହି କାର୍ଯ୍ୟରେ ନିୟୋଜିତ ଥିବାବେଳେ ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି। ଖାମେନେଇ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାର୍ଶ୍ୱରେ ଏକ ବନ୍ଧୁକ ରଖାଯାଇଥିଲା। ହମାସ୍‌ କିମ୍ବା ହେଜ୍‌ବୋଲ୍ଲା ବିରୋଧରେ ଲଢ଼ି ଇସ୍ରାଏଲ୍‌ ତିଷ୍ଠିପାରିବ ନାହିଁ ବୋଲି ସେ କହୁଥିବାବେଳେ ଭିଡ଼ ଭିତରୁ ଧ୍ୱନି ଶୁଭୁଥିଲା, ‘ଆମେ ଆପଣଙ୍କ ସହିତ ଅଛୁ।’
ଯେ, ୨୦୨୦ରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ବାଗ୍‌ଦାଦରେ ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲ କାସିମ୍‌ ସୋଲେମାନି ନିହତ ହୋଇଥିଲେ। ଏହା ପରେ ଶୁକ୍ରବାର ପ୍ରାର୍ଥନା ସଭାରେ ସୁପ୍ରିମ ଲିଡରଙ୍କୁ ଶେଷଥର ପାଇଁ ଦେଖାଯାଇଥିଲା। ଖାମେନେଇଙ୍କ ସଦ୍ୟ ଆବିର୍ଭାବର କିଛି ସମୟ ପୂର୍ବରୁ ଉକ୍ତ ପ୍ରାର୍ଥନା ସଭାରେ ହେଜ୍‌ବୋଲ୍ଲାର ମୃତ ନେତା ନସ୍‌ରଲ୍ଲାଙ୍କ ସ୍ମୃତିଚାରଣ କରାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍‌ ଏବଂ ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲମାନଙ୍କ ସମେତ ଅନେକ ଉଚ୍ଚପଦାଧିକାରୀ ଏଥିରେ ସାମିଲ ହୋଇଥିଲେ। ଇତିମଧ୍ୟରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରାଘ୍‌ଚି ଲେବାନନ୍‌ର ବେରୁଟରେ ପହଞ୍ଚତ୍ ଇସ୍ରାଏଲ୍‌ ବିରୋଧରେ ହେଜ୍‌ବୋଲ୍ଲା ଓ ଲେବାନନୀ ସୈନ୍ୟଙ୍କ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଛନ୍ତି। ଲେବାନନ୍‌କୁ ଇରାନ ୧୦ ଟନ୍‌ ଖାଦ୍ୟ ଓ ଔଷଧ ସହ ବିପୁଳ ସାମଗ୍ରୀ ପଠାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri