ଦୁଇ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ପରେ ୱେଷ୍ଟ ବ୍ୟାଙ୍କରେ ବଢିଲା ହିଂସା

ଜେରୁଜେଲମ,୨୭ ।୨: ପାଲେଷ୍ଟାଇନ ବନ୍ଧୁକଧାରୀଙ୍କ ଦ୍ୱାରା ୨ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରାଯିବା ପରେ ଉତ୍ତର ୱେଷ୍ଟ ବ୍ୟାଙ୍କରେ ରବିବାର ହିଂସା ଉପୁଜିଛି । ଶହ ଶହ ଇସ୍ରାଏଲ ନାଗରିକ ସଡ଼କ ଉପରକୁ ଚାଲି ଆସିଛନ୍ତି ଓ ଡଜନେରୁ ଅଧିକ କାର ଓ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦୁଇ ଭାଇଙ୍କ ହତ୍ୟା ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ହର ବ୍ରାଚା ନିକଟରେ କରାଯାଇଛି, ଯେଉଁଠାରେ ଚଳିତ ସପ୍ତାହ ଆରମ୍ଭରେ ଜଣେ ଇସ୍ରାଏଲ ସେନାଙ୍କ ଆକ୍ରମଣରେ ପ୍ରାୟ ଡଜନେ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।
ୱେଷ୍ଟ ବ୍ୟାଙ୍କର ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଇସ୍ରାଏଲ ଓ ପାଲେଷ୍ଟାଇନର ଅଧିକାରୀ ଆମେରିକା ପ୍ରତିନିଧିଙ୍କ ସହ ଜର୍ଡନରେ ଏକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ଦେଶ ମଧ୍ୟରେ ଉପୁଜିଥିବା ଉତ୍ତେଜନାକୁ କମ କରିବା ।

Share