Posted inଜାତୀୟ

ଦିଲ୍ଲୀ ବିସ୍ଫୋରଣ: ଅଭିଯୁକ୍ତ ଡାକ୍ତରଙ୍କୁ ବୋମା ତିଆରି ଭିଡିଓ ଦେଇଥିଲା ପାକିସ୍ତାନୀ ଜୈଶ୍ ହ୍ୟାଣ୍ଡଲର୍

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାର ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୁଜାମିଲ ଶକିଲ୍‌ଙ୍କୁ ପାକିସ୍ତାନରେ ଥିବା ଜୈଶ୍-ଏ-ମହମ୍ମଦ (JeM)ର ହ୍ୟାଣ୍ଡଲର୍ ‘ହାନ୍‌ଜୁଲ୍ଲା’ ବୋମା ତିଆରିର ଭିଡିଓ ପଠାଇଥିଲା।

ସୁରକ୍ଷା ଏଜେନ୍ସିଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ‘ହାନ୍‌ଜୁଲ୍ଲା’ ଏକ ଛଦ୍ମନାମ ବା ‘Pseudonym’ ଅଟେ। ଗତ ଅକ୍ଟୋବରରେ ଜମ୍ମୁ-କାଶ୍ମୀରର ନୌଗାମ୍ ଅଞ୍ଚଳରେ ମିଳିଥିବା ଜୈଶ୍ ପୋଷ୍ଟରରେ ‘କମାଣ୍ଡର ହାନ୍‌ଜୁଲ୍ଲା ଭାଇ’ ନାମ ଲେଖାଥିଲା। ଜୈଶ୍ ହ୍ୟାଣ୍ଡଲର୍ ‘ହାନ୍‌ଜୁଲ୍ଲା’, ମୁଜାମିଲ୍ ଶକିଲ୍‌ଙ୍କ ସହିତ ମୌଲବୀ ଇରଫାନ୍ ଅହମ୍ମଦଙ୍କ ମାଧ୍ୟମରେ ଯୋଗାଯୋଗ କରିଥିଲା। ଏହି ମୌଲବୀ ହିଁ ଫରିଦାବାଦର ଅଲ୍-ଫଲାହ ୟୁନିଭର୍ସିଟିରେ କାର୍ଯ୍ୟରତ ଡାକ୍ତର ଶକିଲ୍‌ଙ୍କୁ ଉଗ୍ରପନ୍ଥୀ ବା ଆତଙ୍କବାଦୀ ଦିଗକୁ ଆଣିଥିଲା।

ଶକିଲ୍ ପରେ ଏହି ବିଶ୍ୱବିଦ୍ୟାଳୟର ଅନ୍ୟ ‘ସମାନ ବିଚାରଧାରାର’ ଡାକ୍ତର ଯଥା ମୁଜାଫ୍ଫର ଅହମ୍ମଦ, ଆଦିଲ ଅହମ୍ମଦ ରାଥେର ଏବଂ ଶାହୀନ୍ ସୟିଦ୍ଙ୍କୁ ଏହି ଆତଙ୍କବାଦୀ ମଡ୍ୟୁଲ୍‌ରେ ସାମିଲ୍ କରିଥିଲା। ବିସ୍ଫୋରକ ପରିବହନ କରିବା ଏବଂ ଆତ୍ମଘାତୀ ବୋମାମାଡ଼ କରିଥିବା ଉମର ମହମ୍ମଦ ଓରଫ୍ ଉମର-ଉନ୍-ନବିଙ୍କୁ ବିସ୍ଫୋରଣରେ ବ୍ୟବହୃତ ଧଳା Hyundai i20 କାର୍ ହସ୍ତାନ୍ତର କରିବାରେ ଶକିଲ୍‌ର ଭୂମିକା ରହିଥିଲା।

ଆତଙ୍କବାଦୀମାନେ ସୁରକ୍ଷିତ ମେସେଜିଂ ଆପ୍ ଟେଲିଗ୍ରାମ୍ ବ୍ୟବହାର କରୁଥିଲେ ଏବଂ ଧ୍ୟାନ ଆକର୍ଷଣରୁ ବର୍ତ୍ତିବା ପାଇଁ କୋଡ୍ ୱାର୍ଡ ବ୍ୟବହାର କରୁଥିଲେ। ଯେପରିକି- ‘ବିରିୟାନୀ’ (ବିସ୍ଫୋରକ ସାମଗ୍ରୀ) ଏବଂ ‘ଦାୱତ୍’ (ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ/ଘଟଣା)।

ଏହି ଜୈଶ୍ ସମ୍ପର୍କିତ ମଡ୍ୟୁଲ୍ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦର ହାଇ-ପ୍ରୋଫାଇଲ୍ ଅଞ୍ଚଳକୁ ଲକ୍ଷ୍ୟ କରି ୨୦୦ ଶକ୍ତିଶାଳୀ IED (Improvised Explosive Devices) ପ୍ରସ୍ତୁତ କରିବାକୁ ମାସ ମାସ ଧରି ଯୋଜନା କରୁଥିଲା।

ଫରିଦାବାଦର ଅଲ୍-ଫଲାହ ୟୁନିଭର୍ସିଟି ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ରରେ ଥିବା ଜଣାପଡ଼ିବା ପରେ ତା’ ଉପରେ ଯାଞ୍ଚ ଆରମ୍ଭ ହୋଇଛି। ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାୱାଦ୍ ଅହମ୍ମଦ ସିଦ୍ଦିକିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି। ରେଡ୍ ସମୟରେ ୪୮ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri