ସିରିଆରେ ଇସ୍ରାଏଲ୍‌ର ବୋମା ବର୍ଷା

ଡମାସ୍‌କସ୍‌,୧୦ା୧୨: ସିରିଆରେ ବଶର ଅଲ୍‌-ଅସାଦ୍‌ ସରକାର କ୍ଷମତାଚ୍ୟୁତ ହେବା ପରେ ଇସ୍ରାଏଲ୍‌ର ଯୁଦ୍ଧବିମାନଗୁଡ଼ିକ ସୋମବାର ରାତିରୁ ଡମାସ୍‌କସ୍‌ ସମେତ ସାରା ଦେଶରେ ପ୍ରବଳ ବୋମାମାଡ଼ ଜାରି ରଖିଛନ୍ତି। ଯୁଦ୍ଧବିମାନଗୁଡ଼ିକ ରାଜଧାନୀ ଡମାସ୍‌କସ୍‌ର ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ବୋଲି ସିରିଆ ଗୃହଯୁଦ୍ଧ ପର୍ଯ୍ୟବେକ୍ଷଣକାରୀ ସଂସ୍ଥା କହିଛି। ତେବେ ଡମାସ୍‌କସ୍‌ ଅଭିମୁଖେ ଯିବା ଖବରକୁ ଇସ୍ରାଏଲ୍‌ ଖଣ୍ଡନ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ରାତି ଓ ମଙ୍ଗଳବାର ଡମାସ୍‌କସ୍‌ରେ ବୋମାମାଡ଼ର ଶବ୍ଦ ଶୁଣିବାକୁ ମିଳିଛି। ଏଥିରେ ମିଶାଇଲ୍‌ ଲଞ୍ଚର, ହେଲିକପ୍ଟର ଏବଂ ଯୁଦ୍ଧବିମାନ ଧ୍ୱଂସ ହୋଇଥିବାର ଫଟୋ ଅନ୍‌ଲାଇନ୍‌ରେ ଘୂରିବୁଲୁଛି। ତେବେ ଡମାସ୍‌କସ୍‌କୁ ଦଖଲ କରିଥିବା ସିରିଆର ବିଦ୍ରୋହୀ ଉଗ୍ରପନ୍ଥୀ ସଂଗଠନ ହୟାତ୍‌ ତହରିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

୧୯୭୩ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇସ୍ରାଏଲ୍‌ ସିରିଆ ଭିତରେ ୪୦୦ ବର୍ଗ କିଲୋମିଟର ବଫର ଜୋନ୍‌କୁ ଅକ୍ତିଆର କରିଥିଲା। ସିରିଆ ରାଷ୍ଟ୍ରପତି ଅସାଦ କ୍ଷମତାଚୂ୍ୟତ ହେବା ପରେ କୌଣସି ଆକ୍ରମଣ ରୋକିବା ପାଇଁ ଇସ୍ରାଏଲ୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ସିରିଆ ପାଖରେ ଥିବା ରାସାୟନିକ ଏବଂ ଓଜନଦାର ଅସ୍ତ୍ରଶସ୍ତ୍ର ଯେପରି ଆତଙ୍କବାଦୀଙ୍କ ହାତରେ ନ ପଡେ, ସେଥିପାଇଁ ସେଠାର ସନ୍ଦିଗ୍ଧ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍‌ କହିଛି। ଯୁଦ୍ଧ ସମୟରେ ସୁରକ୍ଷା ଆଳରେ ପଡୋଶୀ ଅଞ୍ଚଳକୁ ଦଖଲ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଜ ଅକ୍ତିଆରରେ ରଖିବାର ଦୀର୍ଘ ଇତିହାସ ଇସ୍ରାଏଲ୍‌ର ରହିଛି। ୧୯୬୭ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏହି ଦେଶ ସିରିଆର ଗୋଲାନ ହାଇଟ୍‌କୁ ଦଖଲ କରିବା ସହ ଏହାକୁ ଅନ୍ତର୍ଜାତୀୟ ସ୍ବୀକୃତି ନ ମିଳିବା ପାଇଁ ଅକ୍ତିଆର କରି ରଖିଥିଲା।

ସିରିଆରେ ପାଖାପାଖି ୧୪ ବର୍ଷ ହେଲା ଗୃହଯୁଦ୍ଧ ଚାଲିଥିବାବେଳେ ବ୍ରିଟେନରେ ଥିବା ସିରିଆ ଅବ୍‌ଜରଭେଟୋରୀ ଫର୍‌ ହ୍ୟୁମାନ ରାଇଟ୍ସ ଏହା ଉପରେ ତୀକ୍ଷ୍ଣ ନଜର ରଖିଆସିଛି। ଅସାଦ ସରକାରର ପତନ ପରେ ଇସ୍ରାଏଲ୍‌ ସିରିଆରେ ୩୦୦ରୁ ଅଧିକ ଥର ଏୟାରଷ୍ଟ୍ରାଇକ୍‌ କରିଥିବା ଉକ୍ତ ଅବ୍‌ଜରଭେଟୋରି ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍‌ର ଆକ୍ରମଣକୁ ତୁର୍କୀ, ଇଜିପ୍ଟ, କାତାର ଏବଂ ସାଉଦି ଆରବ ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣ ସିରିଆରେ ସୁରକ୍ଷା ବ୍ୟବସ୍ଥା ଫେରାଇ ଆଣିବା ସୁଯୋଗକୁ ନଷ୍ଟ କରିଦେବ ବୋଲି ସାଉଦି ଆରବ କହିଛି। ସିରିଆରେ ଅନେକ ଦିନ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍‌ କହିଥିବାବେଳେ ସେପଟେ ସେଠାର ଦ୍ୱନ୍ଦ୍ୱରେ ହସ୍ତକ୍ଷେପ କରିବ ନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦକୁ କହିଛି। କେବଳ ନିଜର ସୁରକ୍ଷା ପାଇଁ ସୀମିତ ଏବଂ ଅସ୍ଥାୟୀ ପଦକ୍ଷେପ ନିଆଯାଉଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି।

ଅସାଦ ସରକାରଙ୍କ ପତନ ପରେ ଡମାସ୍‌କସ୍‌ରେ ଉତ୍ସବ ଜାରି ରହିଥିବାବେଳେ ସାଲ୍‌ଭେଶନ ସରକାରଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମହମ୍ମଦ ଜଲାଲି ରାଜି ହୋଇଛନ୍ତି। ପୂର୍ବରୁ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଉତ୍ତରପଶ୍ଚିମ ସିରିଆର କେତେକ ଅଞ୍ଚଳରେ ଏହି ସରକାର ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri