ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ ହୋଇଥିବା ଜଣାପଡିଛି । ଏହି ବିମାନ ଆକ୍ରମଣରେ ଏବେ ସୁଦ୍ଧା ଇସଲାମିକ ଜିହାଦର ୨ ଜଣ କମାଣ୍ଡର ନିହତ ହେଲେଣି । ପାଲେଷ୍ଟାଇନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଗାଜାରେ ହିଂସାରେ ମୃତକଙ୍କ ସଂଖ୍ୟା ବଢି ୩୨ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରେ ୬ ଜଣ ଶିଶୁ ବି ରହିଛନ୍ତି ।
ମନ୍ତ୍ରଣାଳୟ କହିଛି ସଦ୍ୟ ଆକ୍ରମଣରେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏପଟେ ଇସ୍ରାଏଲ ପ୍ରତିରକ୍ଷା ସେନା(ଆଇଡିଏଫ୍‌)ର ସୂଚନା ଅନୁଯାୟୀ, ବିମାନ ଆକ୍ରମଣରେ ୧୫ ହଜାର ଆତଙ୍କବାଦୀଙ୍କ ମୃତ୍ୟୁ ହେଲାଣି । ‘ଅଲ କାଏଦା ବ୍ରିଗେଡ୍ସ ଅଫ ଇସଲାମିକ ଜିହାଦ’ ରବିବାର ସୂଚନା ଦେଇଛି କି ଦକ୍ଷିଣ ଗାଜାର ରାଫା ସହରରେ ବିମାନ ଆକ୍ରମଣରେ କମାଣ୍ଡର ଖାଲିଦ ମଂସୁର ତଥା ତାଙ୍କର ଦୁଇ ସାଥି ନିହତ ହୋଇଛନ୍ତି । ଗାଜା ପଟ୍ଟିରେ ଆକ୍ରମଣ ପରେ ପାଲେଷ୍ଟାଇନ ସଙ୍ଗଠନ ହମାସ ଗାଜା ପଟ୍ଟି ଉପରେ ଇସ୍ରାଏଲ ପକ୍ଷରୁ ୨ଘଣ୍ଟା ପର୍ଯ୍ୟନ୍ତ ୧୦୦ ରକେଟ ମାଡ କରିଛି ।

Share