‘ସୁଜାତା କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?’ – ସୁଲତା ଦେଓ

ଭୁବନେଶ୍ୱର,୨୬।୧୧: ବିଜୁ ଜନତା ଦଳ (ବିଜେଡି)ରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗ ଏବଂ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରିଛନ୍ତି।

ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, “ନବୀନ ଯାହାକୁ ବାଛିବେ, ସିଏ ଉତ୍ତରାଧିକାରୀ ହେବେ।” ସେ ପ୍ରଶ୍ନ କରିଛନ୍ତି ଯେ, ନବୀନ କହିଥିଲେ ଜଣେ ଓଡ଼ିଆ ବିଜେଡିର ଉତ୍ତରାଧିକାରୀ ହେବେ, ତେବେ “ସୁଜାତା ରାଉତ କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?”

ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବାରୁ ସେ ପଦବୀ ଛାଡ଼ିଛନ୍ତି ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନାହିଁ। ଦେବାଶିଷ ଅଭିଯୋଗ କରିଛନ୍ତି ଯେ “କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି।” ସେ ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ଏବଂ ଆମେରିକାରେ ଥିବା ତାଙ୍କ ମାଲିକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାରର ମଙ୍ଗ ଧରିଲେନି, କେବଳ ଭି.କେ. ପାଣ୍ଡିଆନ ଏକା ପ୍ରଚାର କଲେ। “ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା,” ଯାହାର ଜବାବ ସ୍ୱାଭିମାନୀ ଓଡ଼ିଆ ଦେଲେ ବୋଲି ସେ କହିଛନ୍ତି।

ଦେବାଶିଷଙ୍କ ଇସ୍ତଫା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମୀଳା ମଲ୍ଲିକ ବର୍ଷିଛନ୍ତି। ସେ କହିଛନ୍ତି, “କିଛି ନେତା ଅଛନ୍ତି ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି।” ସେ ଆହୁରି କହିଛନ୍ତି, “ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ।” ଦେବାଶିଷଙ୍କୁ ଟାର୍ଗେଟ କରି ସେ ଆହୁରି ପଚାରିଛନ୍ତି ଯେ, “ଦଳ କ୍ଷମତାରେ ଥିଲାବେଳେ କାହିଁକି କିଛି କହୁନଥିଲେ?”


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ଏହିଦିନ ମିଳିବ ନୂଆ ବହି

ଭୁବନେଶ୍ୱର,୫।୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା...

ଇଣ୍ଡିଗୋ ବିମାନ ସଙ୍କଟ: ପାଇଲଟଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୧୨: ଦେଶର ସର୍ବବୃହତ୍ ବଜେଟ୍ ବିମାନସେବା ଇଣ୍ଡିଗୋ ରେ ଲଗାତାର ତୃତୀୟ ଦିନ ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ପରେ, ବିମାନ ଚଳାଚଳ ନିୟାମକ...

ମୋ ଝିଅକୁ ପ୍ୟାଡ୍‌ ଦିଅ… ଇଣ୍ଡିଗୋ ବିମାନ ବିଳମ୍ବ ମଧ୍ୟରେ ହୃଦୟ ବିଦାରକ VIDEO ଭାଇରାଲ

ନୂଆଦିଲ୍ଲୀ,୫।୧୨: ଦେଶରେ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବିଷୟରେ ବହୁତ ଆଲୋଚନା ହେଉଥିବାବେଳେ, ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି। ବିମାନବନ୍ଦର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଭାରତରେ ବଡ଼ ଘୋଷଣା କରିଦେଲେ ପୁଟିନ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୫।୧୨: ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଏହାର ଆନୁଷ୍ଠାନିକ ଏବଂ କୂଟନୈତିକ ଶୀର୍ଷରେ ପହଞ୍ଚିଛି। ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀଙ୍କ...

ଇଣ୍ଡିଗୋ ବିମାନ ବାତିଲ୍; ନିଜ ରିସେପ୍ସନ୍‌ରେ ଅନ୍‌ଲାଇନ୍ ସାମିଲ ହେଲେ ଓଡ଼ିଶାର ଏହି ଦମ୍ପତି

ଭୁବନେଶ୍ୱର,୫।୧୨: ବିମାନ ବାତିଲ୍ ଯୋଗୁଁ କର୍ଣ୍ଣାଟକର ହୁବଳିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri