‘ସୁଜାତା କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?’ – ସୁଲତା ଦେଓ

ଭୁବନେଶ୍ୱର,୨୬।୧୧: ବିଜୁ ଜନତା ଦଳ (ବିଜେଡି)ରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗ ଏବଂ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରିଛନ୍ତି।

ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, “ନବୀନ ଯାହାକୁ ବାଛିବେ, ସିଏ ଉତ୍ତରାଧିକାରୀ ହେବେ।” ସେ ପ୍ରଶ୍ନ କରିଛନ୍ତି ଯେ, ନବୀନ କହିଥିଲେ ଜଣେ ଓଡ଼ିଆ ବିଜେଡିର ଉତ୍ତରାଧିକାରୀ ହେବେ, ତେବେ “ସୁଜାତା ରାଉତ କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?”

ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବାରୁ ସେ ପଦବୀ ଛାଡ଼ିଛନ୍ତି ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନାହିଁ। ଦେବାଶିଷ ଅଭିଯୋଗ କରିଛନ୍ତି ଯେ “କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି।” ସେ ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ଏବଂ ଆମେରିକାରେ ଥିବା ତାଙ୍କ ମାଲିକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାରର ମଙ୍ଗ ଧରିଲେନି, କେବଳ ଭି.କେ. ପାଣ୍ଡିଆନ ଏକା ପ୍ରଚାର କଲେ। “ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା,” ଯାହାର ଜବାବ ସ୍ୱାଭିମାନୀ ଓଡ଼ିଆ ଦେଲେ ବୋଲି ସେ କହିଛନ୍ତି।

ଦେବାଶିଷଙ୍କ ଇସ୍ତଫା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମୀଳା ମଲ୍ଲିକ ବର୍ଷିଛନ୍ତି। ସେ କହିଛନ୍ତି, “କିଛି ନେତା ଅଛନ୍ତି ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି।” ସେ ଆହୁରି କହିଛନ୍ତି, “ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ।” ଦେବାଶିଷଙ୍କୁ ଟାର୍ଗେଟ କରି ସେ ଆହୁରି ପଚାରିଛନ୍ତି ଯେ, “ଦଳ କ୍ଷମତାରେ ଥିଲାବେଳେ କାହିଁକି କିଛି କହୁନଥିଲେ?”


Enter your email to get our daily news in your inbox.

All Right Reserved By Dharitri.Com

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

ମମତାଙ୍କ ଟେନ୍‌ସନ୍‌ ବଢିଲା: ଘରେ ଡାକିଥିଲେ ବୈଠକ, ଯୋଗଦେଲେ ମାତ୍ର…

କୋଲକାତା,୬ା୬:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମମତା ବାନାର୍ଜୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପୂର୍ବରୁ ସେ ଡାକିଥିବା ଏକ…

ଆଜି ଦିଲ୍ଲୀରେ ଗର୍ଜିବ କକ୍‌ରୋଚ୍‌ ଜନତା ପାର୍ଟି: ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ,୬ା୬:କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri