ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୯ ।୪: ଆଫଗାନିସ୍ତାନରେ ବଲ୍‌ଖ ଅଞ୍ଚଳରେ ହର ମଜାର-ଏ-ଶରିଫରେ ମିନି ବସ୍‌ରେ ହୋଇଥିବା ୨ଟି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ନିକଟସ୍ଥ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଥିବା କୁହାଯାଇଛି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଦୁଇଟି ଯାକ ବିସ୍ଫୋରଣରେ ସାର୍ବଜନିକ ପରିବହନକୁ ଟାର୍ଗେଟ କରାଯାଇଛି । ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ ନିଜକୁ ଦାୟୀ କରିଛି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଅର୍ଥାତ୍ ୨୧ ଏପ୍ରିଲରେ ଦ୍ୱିପ୍ରହର ନମାଜ ସମୟରେ ସେହ ଡୋକାନ ମସଜିଦରେ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୨ ଉପାସକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପାଇଁ ବି ଆଇଏସ୍ ନିଜକୁ ଦାୟୀ କରିଥିଲା । ତାଲିବାନ ସୁରକ୍ଷାକର୍ମୀ ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଯେ କି ଶିୟା ମସଜିଦରେ ବୋମା ବିସ୍ଫୋରଣର ଯୋଜନା କରିଥିଲେ ।

Share