Posted inଜାତୀୟ

ଆତଙ୍କବାଦୀ ନେଟ୍‌ଓ୍ବର୍କରେ ମହିଳା, ନାବାଳିକାଙ୍କୁ ସାମିଲ କରିଛି ଆଇଏସ୍‌ଆଇ

ଶ୍ରୀନଗର, ୧୨ା୬(ପି.ଟି.) : ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନର ମୁଖ୍ୟମାନେ କଶ୍ମୀରରେ ଥିବା ଆତଙ୍କବାଦୀମାନଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ତଥା ବାର୍ତ୍ତା ପ୍ରେରଣ ଲାଗି ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରୁଥିବା ସାମ୍‌ନାକୁ ଆସିଛି। ଏହା ଆଇଏସ୍‌ଆଇର ବିପଜ୍ଜନକ ଚାଲ୍‌ ବୋଲି ଶ୍ରୀନଗର ୧୫ କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅମରିଦୀପ୍‌ ସିଂ ଔଜଲା ପ୍ରକାଶ କରିଛନ୍ତି। ସେ କହିଛନ୍ତି କଶ୍ମୀରର ଶାନ୍ତିପୂର୍ଣ୍ଣ ବାତାବରଣରେ ବ୍ୟାଘାତ ସୃଷ୍ଟି ଲାଗି ନିୟନ୍ତ୍ରଣରେଖା ଆରପଟେ ଯୋଜନା ଚାଲିଛି। ଏଥିପାଇଁ ସେନାକୁ ସତର୍କ ରହିବାକୁ ହେବ। କଶ୍ମୀର ମଧ୍ୟକୁ ଅସ୍ତ୍ରଶସ୍ତ୍ର, ବିପଜ୍ଜନକ ନିଶାଦ୍ରବ୍ୟ ଓ ବାର୍ତ୍ତା ପ୍ରେରଣ କରିବାରେ ମହିଳା, ନାବାଳିକା ଓ ନାବାଳକମାନଙ୍କୁ ସାମିଲ କରାଯିବା ଏକ ଭୟାନକ ଧାରା। ଏଭଳି କେତୋଟି ଘଟଣା ସେନା ହାତରେ ଧରାପଡ଼ିଲାଣି। ସେନା ନଜରରୁ ବର୍ତ୍ତିବା ଲାଗି ମୋବାଇଲ୍‌ ପରିବର୍ତ୍ତେ ଓଭରଗ୍ରାଉଣ୍ଡ ଓ୍ବାର୍କର (ସହଯୋଗୀ)ଙ୍କ ଜରିଆରେ ଯୋଗାଯୋଗ ହେଉଛି। ଏଭଳି କେତେଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri