Categories: ବାଣିଜ୍ୟ

ଇମ୍ଫା ଫ୍ଲାଏ ଆଶ୍‌ କୋର୍ସକୁ ଆଇଏସ୍‌ଆଇ ମାନ୍ୟତା

ଭୁବନେଶ୍ୱର, ୧୫।୯ : ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ ଲିମିଟେଡ୍‌ (ଇମ୍ଫା) ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ଓ ନିର୍ମାଣ କ୍ଷେତ୍ର ପାଇଁ ଉପଯୋଗୀ ସିନଟର୍ଡ ଫ୍ଲାଏ ଆଶ୍‌ କୋର୍ସ ଆଗ୍ରିଗେଟ୍‌ ପ୍ରଡକ୍ଟକୁ ବିଏସ୍‌ଆଇ ସ୍ବୀକୃତି ସହ ଆଇଏସ୍‌ଆଇ ମାନ୍ୟତା ଲାଭ କରିଛି। ଭାରତର ପ୍ରଥମ କମ୍ପାନୀ ଭାବରେ ଇମ୍ଫାକୁ ଆଇଏସ୍‌ଆଇର କ୍ୱାଲିଟି ଷ୍ଟାଣ୍ଡାର୍ଡ ମାନ୍ୟତା ସହ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌) ପକ୍ଷରୁ ସ୍ବୀକୃତିଯୁକ୍ତ ଲାଇସେନ୍ସ ପ୍ରାପ୍ତ ହୋଇପାରିଛି। କମ୍ପାନୀ ବିଭିନ୍ନ ଗୁଣବତ୍ତା ଓ ଆବଶ୍ୟକ ନିୟମାବଳୀରେ ପ୍ରସ୍ତୁତ ଏହି ଫ୍ଲାଏ ଆଶ୍‌ ପ୍ରଡକ୍ଟକୁ ଆଇଏସ୍‌ଆଇ ପକ୍ଷରୁ ଚିହ୍ନିତ ଆଇଏସ୍‌ ୯୧୪୨ (ପିଟି-୨) ୨୦୧୮ ମାନ୍ୟତା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, କମ୍ପାନୀ ସଦାସର୍ବଦା ପରିବେଶ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିଥାଏ। ଏହି ଫ୍ଲାଏ ଆଶ୍‌ ବିଭିନ୍ନ ମାନକ ଅନୁସାରେ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ପରିବେଶ ଉପଯୋଗୀ ଓ ଗ୍ରାହକଙ୍କ ପସନ୍ଦ ଏବଂ ଚାହିଦା ପୂରଣ କରିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।

Share