କରୋନାକୁ ହରାଇ ଘରକୁ ଫେରିଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ‘ଇଶ୍କବାଜ’ର ଅଭିନେତ୍ରୀ ଶ୍ରେନୁ ପାରିଖ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତଙ୍କ ହୋଇ ଚିକିତ୍ସାଧୀନ ଥିଲେ। ଏବେ ସେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏ ନେଇ ନିଜେ ଶ୍ରେନୁ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ସ୍ନେହ, ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଭଗବାନଙ୍କ କୃପାରୁ ମୁଁ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛି ବୋଲି ସେ କହିଛନ୍ତି। ଏବେ ଶ୍ରେନୁ ହୋମ୍‌ କ୍‌ାରାଣ୍ଟାଇନରେ ରହିବେ ବୋଲି ଜଣାଇଛନ୍ତି।

Share