Posted inଖେଳ

IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video

ନୂଆଦିଲ୍ଲୀ,୧୯।୪: କ୍ରିକେଟ ମ୍ୟାଚ୍‌ରେ ଖେଳାଳିମାନଙ୍କ ମଧ୍ୟରେ କଥା କଟାକଟି ହେବା ସାଧାରଣ କଥା। IPL ଭଳି ଟୁର୍ନାମେଣ୍ଟରେ ଏଭଳି ଘଟଣା ଅନେକ ଥର ଘଟିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦୁଇ ଶର୍ମା ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ସେମାନେ ହେଲେ ଈଶାନ୍ତ ଶର୍ମା ଏବଂ ଆଶୁତୋଷ ଶର୍ମା।

ଶନିବାର ଏପ୍ରିଲ ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଏହାର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲେ। ଆଶୁତୋଷ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯିଏ ଶେଷ ଓଭରରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। କିନ୍ତୁ ଏହି ସମୟରେ ଇଶାନ୍ତ ଶର୍ମାଙ୍କ ଗୋଟିଏ ବଲ୍‌ରେ କିଛି ଏଭଳି ଘଟିଥିଲା, ଯାହାକୁ ନେଇ ଗୁଜରାଟ ଟାଇଟାନ୍ସର ଦ୍ରୁତ ବୋଲର ରାଗି ଯାଇଥିଲେ।

ଘଟଣାଟି ଦିଲ୍ଲୀ ଇନିଂସର ୧୯ତମ ଓଭରରେ ଘଟିଥିଲା। ଏହି ଓଭରର ଚତୁର୍ଥ ବଲ୍‌ରେ ଈଶାନ୍ତ ବ୍ୟାଟ୍ସମ୍ୟାନ ଡୋଭୋଭାନ ଫେରିରାଙ୍କୁ ଆଉଟ୍‌ କରିଥିଲେ। ତା’ପରେ ଓଭରର ଶେଷ ବଲରେ ଆଶୁତୋଷ ଶର୍ମାଙ୍କ ବିରୋଧରେ କ୍ୟାଚ୍‌ ପାଇଁ ଅପିଲ କରାଯାଇଥିଲା କିନ୍ତୁ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। ଗୁଜରାଟ ସମସ୍ତ ରିଭ୍ୟୁ ଶେଷ ହୋଇଥିବାରୁ ଏଥିରେ DRS ନେଇପାରି ନ ଥିଲା। ଏପରି ପରିସ୍ଥିତିରେ ଈଶାନ୍ତ ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ। ସିଧା ଆଶୁତୋଷଙ୍କ ନିକଟକୁ ଯାଇ ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ରାଗରେ କିଛି କହିଥିିଲେ।

ଏତେ ସବୁ ପରେ ବି ଆଶୁତୋଷ ନ ରାଗି ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେଇ ଶାନ୍ତ ରହିଥିଲେ। ସେ କେବଳ ଈଶାନ୍ତଙ୍କୁ ଦେଖାଇଥିଲେ ଯେ ବଲ୍‌ଟି ତାଙ୍କ ବ୍ୟାଟରେ ବାଜି ନାହିଁ ବରଂ ତାଙ୍କ କାନ୍ଧରେ ବାଜିଛି ଏବଂ ଉଇକେଟକିପରଙ୍କ ପାଖକୁ ଯାଇଛି। ଆଶ୍ୱସ୍ତିର କଥା ଏହି ଯେ ଏହି ମାମଲା ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବି ନ ଥିଲା ଏବଂ ଈଶାନ୍ତ ତୁରନ୍ତ ବାହାରକୁ ଚାଲିଯାଇଥିଲେ। ଏହା ପରେ, ରିପ୍ଲେରେ ମଧ୍ୟ ସ୍ପଷ୍ଟ ହୋଇଗଲା ଯେ ଆଶୁତୋଷ ସତ କହୁଥିଲେ ଏବଂ ବଲ ତାଙ୍କ କାନ୍ଧରେ ବାଜିଥିଲା। ଆଶୁତୋଷ ୨୦ତମ ଓଭରର ୫ମ ବଲରେ ଆଉଟ ହୋଇଥିଲେ, କିନ୍ତୁ ସେତେବେଳକୁ ସେ ୧୯ ବଲରେ ୩୭ ରନ ସଂଗ୍ରହ କରି ଦଳକୁ ୨୦୦ ରନ ପାଖାପାଖି ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri