Posted inଖେଳ

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ ଲାଗି ଈଶାନ କିଶନ ବଡ଼ ଦାବିଦାର ବୋଲି କୁହାଯାଉଛି। ଏବେ ତାଙ୍କ ଚୟନ ହେବ କି ନାହିଁ ଜଣାପଡ଼ି ନ ଥିଲେ ହେଁ ବିସିସିଆଇ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକ ମାମଲାରେ କିଶନ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଉପରେ ଜରିମାନା ଲଗାଯାଇଛି।

ଏବେ ପ୍ରଶ୍ନ ଏହା ଯେ କିଶନଙ୍କ ଭୁଲ କ’ଣ? ଯାହା ଉପରୁ ପରଦା ହଟି ନ ଥିଲେ ହେଁ ଆଇପିଏଲ୍‌ ୨୦୨୪ରେ ଏପ୍ରିଲ ୨୭ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ସହ ଜଡ଼ିତ।

ଆଇପିଏଲ୍‌ର କୋଡ୍‌ ଅଫ୍‌ କଣ୍ଡକ୍ଟ ଅନୁଯାୟୀ ବିସିସିଆଇ କିଶନଙ୍କୁ ‘ଲେବଲ୍‌ ୧’ର ଦୋଷୀ ପାଇଛି, ଏଣୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୧୦% ଜରିମାନା ଲଗାଯାଇଛି। ସେ ମ୍ୟାଚ୍‌ ରେଫରୀଙ୍କ ସମ୍ମୁଖରେ ନିଜର ଭୁଲ ସ୍ବୀକାର କରିଥିବା ଆଇପିଏଲ୍‌ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇଛି। କହିବାକୁ ଚାହିଁବୁ ଲେବଲ୍‌ ଓ୍ବାନ୍‌ରେ ଦୋଷୀ ହେଲେ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତି ହିଁ ଅନ୍ତିମ ଏବଂ ବାଧ୍ୟ ହୋଇଥାଏ।

ଆଇପିଏଲ୍‌ ଆଚାର ସଂହିତାର ଅନୁଚ୍ଛେଦ ୨.୨ ଅନୁଯାୟୀ ଲେବଲ୍‌ ଓ୍ବାନ୍‌ ଅପରାଧରେ ବିଜ୍ଞାପନ, ବୋର୍ଡ, ବାଉଣ୍ଡ୍ରି ଫେନ୍ସ ଏବଂ ଅନ୍ୟ ଫିକ୍ସଚରକୁ କ୍ଷତି ପହଞ୍ଚାଇବା ବ୍ୟତିତ ମ୍ୟାଚ୍‌ ସମୟରେ କ୍ରିକେଟ ଉପକରଣର ଦୂରୁପଯୋଗ ଆଦି ସାମିଲ ଅଛି। ଏବେ କିଶନ ଏଥିରୁ କେଉଁ ଭୁଲ କରିଛନ୍ତି ତାହା ଜଣାପଡ଼ିନାହିଁ। ଆଇପିଏଲ୍‌ ପକ୍ଷରୁ ଜାରି ପ୍ରେସ୍‌ ରିଲିଜରେ ମଧ୍ୟ ସେନେଇ ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri