ହାତରେ ଏଭଳି ରେଖା ଅଛି କି? ବିବାହରେ ବିଳମ୍ବ ନଚେତ ଥାଇପାରେ ଦୁଇଟି ବିବାହ ଯୋଗ; ଜାଣନ୍ତୁ…

ହସ୍ତରେଖା ଶାସ୍ତ୍ର ଅନୁରେ ହାତର ରେଖା ଆମର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପ୍ରାକ୍‌ ସୂଚନା ଦେଇଥାଏ। ହାତରେ ଭାଗ୍ୟ ରେଖା, ଜୀବନ ରେଖା, ହୃଦୟ ରେଖା ସହ ଆଉ ଏକ ବିବାହ ରେଖା ମଧ୍ୟ ଥାଏ। ଏହା କୌଣସି ବ୍ୟକ୍ତିର ବିବାହ କେବେ ହେବ ତାହା କହିଥାଏ। ବିବାହ ରେଖା ହାତର ବୁଧ ପର୍ବତ ପାଖରେ ସବୁଠାରୁ ସାନ ଆଙ୍ଗୁଠିର ତଳ ଭାଗରେ ଥାଏ। କାହା ହାତରେ ଗୋଟିଏ ତ ଆଉ କାହା ହାତରେ ଏକାଧିକ ବିବାହ ରେଖା ରହିଥାଏ। ଜାଣନ୍ତୁ ବିବାହ ରେଖାର ଅର୍ଥ କ’ଣ?

ବିବାହରେ ହୋଇପାରେ ବିଳମ୍ବ: ଯେଉଁ ବ୍ୟକ୍ତିର ହାତରେ ବିବାହ ରେଖା ହୃଦୟ ରେଖା ନିକଟରେ ଥାଏ, ତାକୁ ୨୫ ବର୍ଷ ହେବା ବେଳକୁ ବିବାହ ହୋଇଯାଏ। ସେହିଭଳି ବିବାହ ରେଖା କାଣି ଆଙ୍ଗୁଠିର ଯେତେ ପାଖରେ ଥାଏ ତାର ବିବାହରେ ସେତିକି ବିଳମ୍ବ ହୋଇଥାଏ। ଯାହାର ହାତରେ ବୃହସ୍ପତି ନିଜ ସ୍ଥାନରୁ ଶନିଙ୍କ ଆଡ଼କୁ ଢ଼ଳି ରହିଥାଏ ତାଙ୍କର ବିବାହ ପ୍ରାୟତଃ ୩୦ ବର୍ଷ ହେବାର ସମ୍ଭାବନା ଥାଏ। ଯଦି ବିବାହ ରେଖା ଉପରକୁ ଆସି ହୃଦୟ ରେଖା ସହ ମିଶିଥାଏ, ନଚେତ ବିବାହ ରେଖା ଉପରେ କଳାଜାଇ ଅଥବା ଯୁକ୍ତ ଚିହ୍ନ ଥାଏ ତାଙ୍କର ବିବାହରେ ବିଳମ୍ବ ହେବାର ସମ୍ଭାବନା ଥାଏ।

ଦୁଇଟି ବିବାହ ଯୋଗ: ହାତରେ ଅନେକ ବିବାହ ରେଖା ରହିବା ଅର୍ଥ ଛାଡ଼ପତ୍ର ନଚେତ ବିବାହ ପରେ ଅନ୍ୟ କାହା ସହ ସମ୍ପର୍କରେ ରହିବାର ସଙ୍କେତ ଦେଇଥାଏ। ଯାହା ହାତରେ ଦୁଇଟି ବିବାହ ରେଖା ରହିଛି ସେଥିରୁ ଗୋଟିଏ ସ୍ପଷ୍ଟ ଥିବା ବେଳେ ଆଉ ଗୋଟିଏ ଝାପ୍ସା ରହିଛି, ହେଲେ ବୁଧ ପର୍ବତ ଯାଏ ଏହା ମାଡ଼ିଛି ତେବେ ଏହି ରେଖଶ ଜୀବନରେ ଦୁଇଟି ବିବାହ ହେବାର ସଙ୍କେତ ଦେଇଥାଏ। ଏହା ଗମ୍ଭୀର ପ୍ରେମ ସମ୍ପର୍କ ହେବାର ସଙ୍କେତ ଦେଇଥାଏ।

ବିବାହ ପରେ ଅନ୍ୟ କାହା ପ୍ରେମରେ ପଡ଼ିପାରନ୍ତି: ହସ୍ତରେଖା ଶାସ୍ତ୍ର ଅନୁସାରେ ଯାହାରେ ହାତରେ ବିବାହ ରେଖା ଅଧାରୁ କଟିଥାଏ ତାର ବୈବାହିକ ଜୀବନ ଦୀର୍ଘ ସମୟ ଯାଏ ଚାଲିପାରି ନ ଥାଏ। ଏଣୁ କୌଣସି ନା କୌଣସି କାରଣରୁ ସ୍ତ୍ରୀସ୍ବାମୀ ଅଲଗା ହେବାର ସମ୍ଭାବନା ଥାଏ। ଯଦି ବିବାହ ରେଖା ସହ ଅନ୍ୟ କୌଣସି ରେଖା ସମାନ୍ତରାଳ ଭାବେ ଥାଏ ତେବେ ବ୍ୟକ୍ତି ଜୀବନସାଥୀଙ୍କ ସହ ଅନ୍ୟ କାହା ସହ ସମ୍ପର୍କରେ ରହିବାର ସଙ୍କେତ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri