Posted inଜାତୀୟ

ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ, ଆଧାରକାର୍ଡ ଆବଶ୍ୟକ।

ଆଧାରକାର୍ଡ ତିଆରି କରିବା ସମୟରେ ଅନେକ ସମୟରେ ଲୋକମାନେ ଭୁଲବଶତଃ ନାମର ବନାନ ଭୁଲ୍‌ ଲେଖିଥାନ୍ତି। ଯାହା ଫଳରେ ସେମାନଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମାନେ ଅନେକ ଯୋଜନାରେ ଲାଭ ପାଇବାରେ ଅସୁବିଧା ଭୋଗ କରିଥାନ୍ତି। କାରଣ ଆଧାରକାର୍ଡ ଏବଂ ବାକି ଡକ୍ୟୁମେଣ୍ଟରେ ସେମାନଙ୍କ ନାମ ଭିନ୍ନ ରହିଥବାରୁ।

କିନ୍ତୁ UIDAI ଲୋକମାନଙ୍କୁ ଆଧାର କାର୍ଡ ସଂଶୋଧନ କରିବାର ସୁଯୋଗ ଦିଏ। ଆପଣ ଆପଣଙ୍କ ନାମର ବନାନ ସଂଶୋଧନ କରିପାରିବେ। କିନ୍ତୁ କିଛି ଲୋକଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍‌ ନାହିଁ। ଯାହା ଯୋଗୁ ସେମାନେ ପ୍ରକ୍ରିୟା କରିପାରନ୍ତି ନାହିଁ।

ଯଦି ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍‌ ନାହିଁ, ତେବେ ଅନଲାଇନ ଅପଡେଟ୍‌ ଅପ୍ସନ ସୀମିତ ହୋଇଯାଏ। ଏବଂ ଏହା ଯୋଗୁ ଆପଣ ଅନଲାଇନ୍‌ରେ ନାମ ସଂଶୋଧନ କରିବାର ପ୍ରକ୍ରିୟା କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସକୁ ଯିବାକୁ ପଡ଼ିବ।

ଆପଣଙ୍କୁ ନାମ ପରିବର୍ତ୍ତନ ପାଇଁ ଆବେଦନ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଏକ ବୈଧ ପରିଚୟ ପତ୍ର ଆବଶ୍ୟକ ହେବ। ଯେଉଁଥିରେ ସଠିକ୍‌ ନାମ ଲେଖାଯାଇଛି। ଡକ୍ୟୁମେଣ୍ଟଗୁଡ଼ିକୁ ମେଳ କରିବା ଏବଂ ଯାଞ୍ଚ କରିବା ପରେ ହିଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୁଏ। ତେଣୁ ଆପଣଙ୍କର ବାୟୋମେଟ୍ରିକ୍‌ ଯାଞ୍ଚ ଆଧାର ସେବା କେନ୍ଦ୍ରରେ କରାଯିବ।

ଆପଣଙ୍କର ପରିଚୟ ଟିପଚିହ୍ନ ଏବଂ ଫଟୋ ମାଧ୍ୟମରେ ଯାଞ୍ଚ କରାଯିବ ଯାହା ଦାରା କୌଣସି ନକଲି ଅପଡେଟ୍‌ ନହୁଏ। ଏହି ସମୟରେ ଅଧିକାରୀମାନେ ଆପଣଙ୍କର ଡକ୍ୟୁମେଣ୍ଟଗୁଡ଼ିକୁ ସ୍କାନ କରି ସିଷ୍ଟମରେ ଅପଲୋଡ୍‌ କରନ୍ତି ଏବଂ ଆବେଦନକୁ ନିଶ୍ଚିତ କରନ୍ତି। ଆବେଦନ ଦାଖଲ କରିବା ପରେ ଆପଣଙ୍କୁ ଏକ ଅପଡେଟ୍‌ ଅନୁରୋଧ ନମ୍ବର ମିଳିଥାଏ। ଯାହା ମାଧ୍ୟମରେ ଆପଣ ସ୍ଥିତି ଟ୍ରାକ୍‌ କରିପାରିବେ।

ଆପଣଙ୍କର ନାମ ସଂଶୋଧନ କରିବା ସହିତ ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ମଧ୍ୟ ଲିଙ୍କ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ୫୦ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଯାହାକୁ ଆପଣଙ୍କୁ ସେଠାରେ ଜମା କରିବାକୁ ପଡ଼ବି। ସେବା କେନ୍ଦ୍ରରୁ ମିଳୁଥିବା ରସିଦକୁ ସୁରକ୍ଷିତ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri