ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ୫ ଉପାୟ ଆପଣାଇ କିଛି ଦିନରେ ଫରକ ଦେଖନ୍ତୁ..

ବାସ୍ତୁଶାସ୍ତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଘରେ ଆର୍ଥିକ ଅଭାବ ଲାଗି ରହୁଥିଲେ ,ଏହାକୁ ଆପଣାଇବା ଦ୍ୱାରା ସ୍ଥିତିରେ ସୁଧାର ଆସିଥାଏ ବୋଲି ମାନ୍ୟତା ରହିଛି। ଅଭାବକୁ ଘରୁ ବାହାର କରିବାକୁ ହେଲେ କିଛି ବାସ୍ତୁଗତ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଉଛି। ଯେପରିକି:

ଝାଡ଼ୁ- ପୋଛା ଦ୍ୱାରା ବଦଳେ ଆର୍ଥିକ ସ୍ଥିତି:
ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡ଼ୁ ଧନର ସୂଚକ। ଯେଉଁ ବ୍ୟକ୍ତିଙ୍କ ଘରେ ଥିବା ଝାଡ଼ୁ-ପୋଛାକୁ ଯିବାଆସିବା କରୁଥିବା ଲୋକ ଦେଖିଥାନ୍ତି ତାଙ୍କ ଘରେ ଥିବା ଧନ ପାଣି ପରି ହାତରୁ ବୋହିଯାଏ। ଏହା ସର୍ବଦା ଲୁଚାଇ ରଖିବା ଉଚିତ। ଏହାଦ୍ୱାରା ଘରେ ଧନର ସମସ୍ୟା ରହି ନ ଥାଏ।

ଲୁଣ ବ୍ୟବହାର ଚମତ୍କାରୀ:
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଶୌଚାଳୟରେ ଗୋଟିଏ ଗିନା ଲୁଣ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାଛଡ଼ା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ତେବେ ଲୁଣକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେଉଁଠାରେ ପାଣି ମିଶିବ ନାହିଁ। ଯଦି ପାଣି ମିଶିଯାଏ ତୁରନ୍ତ ଏହାକୁ ବଦଳାଇଦେବା ଜରୁରୀ।

ଛୁରୀ-କଇଁଚି ଦରିଦ୍ରତା ଆଣିଥାଏ:
ଯଦି ଘରେ ଛୁରୀ-କଇଁଚିକୁ ଲୁଚାଇ ରଖାଯାଏନାହିଁ ତେବେ ଦରିଦ୍ରତାକୁ ଏମାନେ ଟାଣି ଆଣନ୍ତି। ଏଣୁ ରୋଷେଇଘରର ଚୁଲା ତଳେ ନଚେତ ବାସନ କୁସନ ପଛପଟେ ଏହାକୁ ଲୁଚାଇ ରଖନ୍ତୁ। ବାହାରଲୋକ ଏଗୁଡ଼ିକୁ ଦେଖିଲେ ଘରର ଟଙ୍କା ବାହାରକୁ ଚାଲିଯାଇଥାଏ। କାମ ସରିବା ପରେ ଏହାକୁ ସଫା କରି ଲୁଚାଇଦେବା ଭଲ।

ଅଳିଆ ରଖିବା ଜାଗା ସ୍ବତନ୍ତ୍ର:
ଯଦି ଘରେ ଆର୍ଥିକ ସ୍ଥିତିରେ ସୁଧାର ଚାହୁଁଛନ୍ତି ତେବେ ଘରର ଅଳିଆ କଢ଼ା ଡବାକୁ ମୁଖ୍ୟଦ୍ୱାରର ପଛପଟେ ରଖନ୍ତୁ। ଫଳରେ ଘରେ ଧନ ସମ୍ପତ୍ତି ଭରପୂର ରହିଥାଏ। କବାଟ ପଛରେ ଏହାକୁ ରଖିଲେ ଘରେ ଦରିଦ୍ରତା ଆସେନାହିଁ ବୋଲି ମଧ୍ୟ କୁହାଯାଇଥାଏ।

ଶୌଚାଳୟ/ଗାଧୁଆଘର କବାଟକୁ ବନ୍ଦ ରଖନ୍ତୁ:
ଶୌଚାଳୟର କବାଟକୁ ସବୁବେଳେ ବନ୍ଦ ରଖିବା ଦ୍ୱାରା ଘରୁ ଦୁର୍ଭାଗ୍ୟ ଓ ଦରିଦ୍ରତା ଦୂର ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ଘରର ଶୌଚାଳୟ ବନ୍ଦ ରଖିଥାନ୍ତି ତାଙ୍କ ଘରେ ଧନର ଅଭାବ ରହି ନ ଥାଏ। ଏହା ବହୁତ ସହଜ ଏବଂ ପ୍ରଭାବଶାଳୀ ଉପାୟ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri