Categories: ବାଣିଜ୍ୟ

ଶୀଘ୍ର ସରି ଯାଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା ପରଠାରୁ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ ଏହା ଶେଷ ହୋଇଯାଏ। ଆସନ୍ତୁ ଫୋନର ଡାଟା ସଞ୍ଚୟ କରିବାକୁ ନେଇ କିଛି ଟିପ୍ସ ଜାଣିବା..

ଓଟିଟି ଆପ୍‌କୁ ବନ୍ଦ ରଖନ୍ତୁ:
ଆଜିକା ସମୟରେ ଆମାଜନ ପ୍ରାଇମ୍‌, ନେଟଫିକ୍ସ ଆଦି ଓଟିଟି ଆପ୍‌ର ଟ୍ରେଣ୍ଡ ବଢ଼ିଯାଇଛି। ଅନେକ ସମୟରେ ଫୋନ୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ଏହି ଆପ୍‌ ଅନ୍‌ ରହିଥାଏ। ଫଳରେ ଏହା ଡାଟା ନଷ୍ଟ ହୋଇଥାଏ। ଏଥିଯୋଗୁ ଆପ୍‌କୁ ବ୍ୟବହାର କରି ସାରିବା ପରେ ବ୍ୟାକ୍‌ଗ୍ରାଉଣ୍ଡରୁ ବାହାର କରିଦିଅନ୍ତୁ।

ଅଫଲାଇନ୍‌ ମ୍ୟାପ୍‌ର ବ୍ୟବହାର କରନ୍ତୁ:
ଗୁଗୁଲ ମ୍ୟାପ୍‌ ଏକ ଲୋକପ୍ରିୟ ସେବା। ଏହାକୁ ବ୍ୟବହାର କରିବା ସମୟରେ ଖର୍ଚ୍ଚ ହେଉଥିବା ଡାଟା ସଞ୍ଚୟ କରିବା ଲାଗି ଆପଣ ମ୍ୟାପ୍‌କୁ ସେଭ କରି ରଖନ୍ତୁ। ମ୍ୟାପ୍‌ ଡାଉନ୍‌ଲୋଡ ହେବା ପରେ ଆପଣ ଜିପିଏସ୍‌ ବ୍ୟବହାର କରି ଏହାର ଅଫ୍‌ଲାଇନ୍‌ ବ୍ୟବହାର କରିପାରିବେ।

ସୋସିଆଲ ନେଟଓ୍ବାର୍କିଂ ପୃଷ୍ଠାର ବ୍ୟବହାର:
ଯଦି ଆପଣ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ପ୍ଲାଟଫର୍ମକୁ କାମ କରିବା ସମୟରେ ଖୋଲା ରଖିବା ଦ୍ୱାରା ଡାଟା ଅଧିକ ଶେଷ ହୋଇଥାଏ। ଏଣୁ ସୋସିଆଲ ମିଡିଆ ଆକାଉଣ୍ଟର ଅଟୋ-ପ୍ଲେ ଭିଡିଓକୁ ବନ୍ଦ ରଖନ୍ତୁ। ଏହାଦ୍ୱାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ।

ସିଷ୍ଟମରେ ଅପ୍‌ଡେଟ୍‌କୁ ବନ୍ଦ ରଖନ୍ତୁ:
ଫୋନ୍‌ରେ କିଛି ଆପ୍‌ ଆପେଆପେ ଅପ୍‌ଡେଟ୍‌ ହୋଇଥାଏ। ଏହାଦ୍ୱାରା ଫୋନର ଡାଟା ଖର୍ଚ୍ଚ ହୋଇଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ସେଟିଙ୍ଗ୍ସକୁ ଯାଇ ଅଟୋ ଅପ୍‌ଡେଟ୍‌କୁ ବନ୍ଦ କରିଦିଅନ୍ତୁ। ଏହାଦ୍ୱାରା ନିଜ ହିସାବରେ ଆପ୍‌କୁ ଅପ୍‌ଡେଟ୍‌ କରିହେବ ଏବଂ ଡାଟା ସଞ୍ଚୟ ହେବ।

Share