କାବୁଲ ଆତଙ୍କବାଦୀ ଆକ୍ରମଣରେ ୫ ମୃତ, ଘଟଣା ପାଇଁ ନିଜକୁ ଦାୟୀ କଲା ଆଇଏସ

କାବୁଲ,୧୩ ।୧: ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ) ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଏହି ବିସ୍ଫୋରଣରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ରେ କାବୁଲରେ ହୋଇଥିବା ବଡ ବିସ୍ଫୋରଣ ମଧ୍ୟରୁ ଏହା ଗୋଟିଏ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ନିନ୍ଦା କରାଯାଇଥିଲା ।
ଆତଙ୍କବାଦୀ ସଙ୍ଗଠନ ଏକ ବୟାନରେ କହିଛି, ତା’ର ଜଣେ ସଦସ୍ୟ ଖେବର ଅଲ-କଂନ୍ଧାରି ମନ୍ତ୍ରଣାଳୟର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିସ୍ଫୋରକ ଭର୍ତ୍ତି ଜ୍ୟାକେଟକୁ ସେହି ସମୟରେ ବିସ୍ଫୋରଣ କରିଥିଲେ ଯେତେବେଳେ ମନ୍ତ୍ରଣାଳୟର ମୁଖ୍ୟ ଦ୍ୱାରାରୁ ଏମାନେ ବାହାରୁ ଥିଲେ । ଆଇଏସର ଦାବି ପରେ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କାବୁଲ ପୋଲିସର ମୁଖ୍ୟ ପ୍ରବକ୍ତା ଖାଲିଦ ଜାଦରାନ କହିଛନ୍ତି, ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଛନ୍ତି ।

Share