Posted inଜାତୀୟ

ବିବାହ କରିବାକୁ ଯାଉଛନ୍ତି ରାହୁଲ ଗାନ୍ଧୀ! ନିଜେ କଲେ ବଡ଼ ଖୁଲାସା 

ନୂଆଦିଲ୍ଲୀ,୨୪।୮: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିହାରରେ ‘ଭୋଟର ଅଧିକାର ଯାତ୍ରା’ କରୁଛନ୍ତି। ରବିବାର ଏହି ଯାତ୍ରା ଅରରିଆରେ ପହଞ୍ଚିଥିଲା, ଯେଉଁଠାରେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କ ସହ ଏକ ଖବରଦାତା ସମ୍ମିଳନୀରେ ଭାଗ ନେଇଥିଲେ। ଏହି ସମୟରେ ମଞ୍ଚ ଉପରେ ଏକ ମଜାଳିଆ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଯାହା ଶୁଣି ଉପସ୍ଥିତ ଲୋକେ ହସି ହସି ଗଡ଼ି ପଡ଼ିଥିଲେ। ଦୀର୍ଘ ଦିନ ଧରି ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ବିବାହ କରିବେ କି ନାହିଁ? ଏହି ଖବରଦାତା ସମ୍ମିଳନୀରେ ରାହୁଲ ନିଜେ ଏହା ସମ୍ପର୍କରେ ଏକ ବଡ଼ ସଙ୍କେତ ଦେଇଛନ୍ତି।
ଖବରଦାତା ସମ୍ମିଳନୀ ସମୟରେ ତେଜସ୍ବୀ ଯାଦବ କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାସୱାନଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ତେଜସ୍ବୀ କହିଥିଲେ, ଚିରାଗ ପାସୱାନ ଆମର ବଡ଼ ଭାଇ ଏବଂ ତାଙ୍କୁ ଯଥାଶୀଘ୍ର ବିବାହ କରିବା ଉଚିତ। ଏହି ସମୟରେ ରାହୁଲ ଗାନ୍ଧୀ ହସି ହସି ନିଜ ବିବାହ ସମ୍ପର୍କରେ ଏକ ମଜାଳିଆ ସଙ୍କେତ ଦେଇ କହିଥିଲେ, ଏହି ପରାମର୍ଶ ମୋ ଉପରେ ମଧ୍ୟ ପ୍ରଯୁଜ୍ୟ।  ରାହୁଲଙ୍କ ଏହି କଥା ଶୁଣି ତେଜସ୍ବୀ ମଜାଳିଆ ଢଙ୍ଗରେ ନିଜ ବାପା ଲାଲୁ ପ୍ରସାଦ ଯାଦବଙ୍କ କଥା ଉଠାଇଥିଲେ। ସେ କହିଥିଲେ, ବାପା (ଲାଲୁ ପ୍ରସାଦ) ତ କେବେଠୁ କହୁଛନ୍ତି ଯେ ଆପଣ ବିବାହ କରି ନିଅନ୍ତୁ। ଏହା ଶୁଣି ରାହୁଲ ହସି ହସି ଉତ୍ତର ଦେଇଥିଲେ, ତେଜସ୍ବୀଙ୍କ ବାପାଙ୍କ ସହ ମୋର କଥାବାର୍ତ୍ତା ଚାଲିଛି। ଏହି ମଜାଳିଆ ସଂଳାପ ଶୁଣି ମଞ୍ଚରେ ଉପସ୍ଥିତ ସମସ୍ତେ ହସି ଉଠିଥିଲେ।
ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବ କଥିତ ଭୋଟ ଚୋରୀ ବିରୁଦ୍ଧରେ ୧୭ ଅଗଷ୍ଟରେ ‘ଭୋଟର ଅଧିକାର ଯାତ୍ରା’ ଆରମ୍ଭ କରିଛନ୍ତି। ଏହା ଆସନ୍ତା ୧ ସେପ୍ଟେମ୍ବରରେ ସମାପ୍ତ ହେବ। ୧୬ ଦିନିଆ ଏହି ଯାତ୍ରାରେ ୨୦ଟି ଜିଲ୍ଲା ଦେଇ ମୋଟ ୧୩୦୦ କିଲୋମିଟର ଅତିକ୍ରମ କରାଯିବ। ଏହି ଯାତ୍ରା ଔରଙ୍ଗାବାଦ, ଗୟାଜୀ, ନବାଦା, ନାଲନ୍ଦା, ଶେଖପୁରା, ଲଖୀସରାୟ, ମୁଙ୍ଗେର, ଭାଗଲପୁର, କଟିହାର, ପୂର୍ଣ୍ଣିଆ, ଅରରିଆ, ସୁପୌଲ, ମଧୁବନୀ, ଦରଭଙ୍ଗା, ସୀତାମୀ, ପୂର୍ବୀ ଚମ୍ପାରଣ, ପଶ୍ଚିମୀ ଚମ୍ପାରଣ, ଗୋପାଳଗଞ୍ଜ, ସୀୱାନ, ଛପ୍ରା ଓ ଆରା ଦେଇ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri