Posted inଜାତୀୟ

ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟ…

ରାୟପୁର,୨୬।୮: ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଏହାକୁ ବଳାତ୍କାର କୁହାଯିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ସ୍ବାମୀଙ୍କୁ ବଳାତ୍କାର ଅଭିଯୋଗରୁ ମୁକ୍ତ କରିଛନ୍ତି। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଭାରତୀୟ ଆଇନ ଅନ୍ତର୍ଗତ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ଇଛା ଅବା ଇଛା ବିରୋଧକୁ ଗ୍ରହଣ କରାଯାଇ ପାରିବ ନାହିଁ। ଏହା ବଳାତ୍କାର ଅନ୍ତର୍ଭୁକ୍ତ ନୁହେଁ।
ବୈବାହିକ ଜୀବନରେ ବଳାତ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ମାମଲା ଆସିଥିଲା। ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ବୈବାହିକ ଜୀବନରେ ଶାରୀରିକ ସମ୍ପର୍କକୁ ବଳାତ୍କାର ଅପରାଧ ବର୍ଗରେ ସାମିଲ କରାଯାଇ ପାରିବ ନାହିଁ। ସରଳ ଭାବରେ କହିବାକୁ ଗଲେ, ବୈବାହିକ ଜୀବନରେ ବଳାତ୍କାର ମଧ୍ୟ ପାରିବାରିକ ହିଂସାର ଏକ ବିକୃତ ରୂପ। ଏଥିରେ ସ୍ତ୍ରୀଙ୍କ ସହମତି ବିନା ଶାରୀରିକ ସମ୍ପର୍କ କରିବାକୁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହା ସମ୍ପର୍କରେ ଭାରତୀୟ ଦଣ୍ଡ ସଂହିତାରେ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇ ନାହିଁ । ବଳାତ୍କାର ଭଳି ଅପରାଧ ପାଇଁ ଆଇପିସିରେ ଧାରା ୩୭୬ ପ୍ରଣିତ କରାଯାଇଛି। ଆଇପିସିର ଏହି ଧାରା ଅନୁଯାୟୀ ସ୍ତ୍ରୀଙ୍କ ବୟସ ୧୨ ବର୍ଷରୁ କମ ହେଲେ ସ୍ବାମୀଙ୍କ ତାଙ୍କୁ ଜୋରିମାନା କିମ୍ବା ଅନ୍ୟ ଦଣ୍ଡବିଧାନ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଏହା ଅନ୍ତର୍ଗତ ସ୍ବାମୀଙ୍କୁ ଜରିମାନା ସହିତ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ହାଇକୋର୍ଟ ରାୟ ଦେଇଥିବା ମାମଲାରେ ଅଭିଯୋଗକାରିଣୀ ଆଇନଗତ ଭାବରେ ଅଭିଯୁକ୍ତଙ୍କୁ ବିବାହ କରିଛନ୍ତି। କୋର୍ଟ କହିଛନ୍ତି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ କମ ନ ଥିବାରୁ ଏହା ବଳାତ୍କାର ନୁହେଁ। ଏହି ମାମଲାରେ ଅଭିଯୁକ୍ତ ବୈବାହିକ ବଳାତ୍କାର ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ଏହା ଅସ୍ବାଭାବିକ ଯୌନ ସମ୍ପର୍କ ଅଭିଯୋଗରେ ଆଇପିସି ଧାରା ଅଧୀନରେ ଏବେ କୋର୍ଟରେ ହାଜର ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri