Posted inଫୁରସତ

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ ମହିଳାଙ୍କୁ ପତି ପତ୍ନୀର ମାନ୍ୟତା ମିଳିଥାଏ ଓ ସେମାନେ ସାମାଜିକ ଭାବେ ସାଥିରେ ରହିବାକୁ ସ୍ୱୀକୃତ ହୋଇଥାନ୍ତି । ତେବେ ଆଜିକାଲି ଏହାର ବିପରୀତ ଦିଗରେ ଯାଇ ଅନେକ  ଯୁବତୀ ଯୁବକ ବାହା ନହୋଇ ଏକା ସହିତ ଲିଭ ଇନ ସମ୍ପର୍କରେ ରହୁଛନ୍ତି । ଦେଶର ପ୍ରାୟ ସମସ୍ତ ବଡ ସହରରେ ମଧ୍ୟ ଦିନକୁ ଦିନ ଲିଭ ଇନ ରିଲେସନରେ ରହୁଥିବା କପଲ ମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ତେବେ ଭାରତରେ ଏପରି ସମ୍ପର୍କକୁ ସାମାଜିକ ଭାବେ ଅସ୍ୱିକାର କରାଯାଇଥାଏ । ହେଲେ ଏହି ଲିଭ ଇନ ରିଲେସନସିପକୁ ନେଇ ଭାରତରେ କଣ ଆଇନ କାନୁନ ରହିଛି ତାହା ଆପଣ ଜାଣନ୍ତି କି? ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ, ସାମ୍ୱିଧାନିକ ଭାବେ ବିବାହ ଯୋଗ୍ୟ ହେବା ପରେ ଯେ କେହି ବି ଲିଭ ଇନରେ ରହିପାରିବେ । ତେବେ ନିକଟରେ ଆସିଥିବା ଏକ ହାଇକୋର୍ଟ ରାୟ ଏହି ନିୟମକୁ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛି ।

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏ ପ୍ରକାରର ସମ୍ପର୍କ ରଖିବା ବେଆଇନ ନୁହେଁ ବୋଲି କହିଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଯଦି ଦୁଇଜଣ ସାଥି ପ୍ରାପ୍ତ ବୟସ୍କ ହୋଇଥିବେ ଓ ପରସ୍ପରର ଇଚ୍ଛା ମୁତାବକ ସାଥିରେ ରହୁଥିବେ ତ ଏଥିରେ କୌଣସି ତୃତୀୟ ପକ୍ଷ କିମ୍ୱା ପରିବାର ହସ୍ତକ୍ଷେପ କରିପାରିବେ ନାହିଁ ।

ସମ୍ବିଧାନର ଧାରା ୨୧ ଅନୁଯାୟୀ ଆବେଦନକାରୀଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଅଛି। ବିବାହ କରିବା କିମ୍ବା ନ କରିବା ଦ୍ୱାରା ଏହି ଅଧିକାର ପ୍ରଭାବିତ ହୋଇପାରିବ ନାହିଁ। ଘରୋଇ ହିଂସା ଆଇନ, ୨୦୦୫ ଅନୁଯାୟୀ, ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମହିଳାମାନେ ମଧ୍ୟ ସୁରକ୍ଷା, ଭରଣପୋଷଣ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଯୋଗୁ ଖୋଲା ନା ବନ୍ଦ ରହିବ ବ୍ୟାଙ୍କ୍‌! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୨: ଆଜି, ଭାରତ ବନ୍ଦ ଏବଂ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଦେଶବ୍ୟାପୀ ବନ୍ଦ ପାଳନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ବ୍ୟାଙ୍କଗୁଡ଼ିକ ଖୋଲା ରହିବ କି…

Bharat Bandh Today: ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ, ଆଜି ସ୍କୁଲ ବନ୍ଦ!

ଭୁବନେଶ୍ୱର,୧୨ା୨: ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ…

ଟ୍ରେନରେ କଟି ଯୁବକଙ୍କ ଚାଲିଗଲା ଜୀବନ: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

କଣ୍ଟାବାଞ୍ଜି ୧୨।୨(ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା…

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri