Posted inଜାତୀୟ

ଗୋଟିଏ ନୁହେଁ ଦୁଇଟି ମହାଭିଯୋଗ ନୋଟିସ ସ୍ବୀକାର କରିଥାନ୍ତେ ଧନଖର? ଅପରାହ୍ନ ୧ଟାରୁ ୫ଟା ମଧ୍ୟରେ କିଭଳି ବଦଳିଗଲା ସ୍ଥିତି…

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ହଠାତ ଇସ୍ତଫା ଦେବା ପରେ ରାଜନୈତିକ ଉଷ୍ମତା ବଢ଼ିଛି। ବିରୋଧୀ ଦଳ ଏହି ପଦକ୍ଷେପକୁ ବିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେ ପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ଅନୁପସ୍ଥିତି ସହ ଯୋଡ଼ୁଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖର ସଭାପତି ଭାବେ ରାଜ୍ୟ ସଭାର କାର୍ଯ୍ୟଭାର ସମ୍ଭାଳିଥିଲେ। ଅପରାହ୍ନରେ ସେ ବିରୋଧୀ ଏମ୍‌ପିମାନଙ୍କୁ ଭେଟିଥିଲେ ଏବଂ ବିଏସିର ଏକ ବୈଠକ ଡକାଇଥିଲେ।
ପରେ ହଠାତ ପାଖାପାଖି ରାତି ୧୦ଟାରେ ଧନଖର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବୋଧିତ କରି ଏକ ଚିଠିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ବିରୋଧୀ ଦଳ। ସେ ନିଜସ୍ବ ଇଚ୍ଛାରେ ନୁହେଁ ବରଂ ଜୋର କରିବା ଯୋଗୁ ସେ ଇସ୍ତଫା ଦେଇଥିବା ସେମାନେ କହୁଛନ୍ତି। ରାଜ୍ୟ ସଭାରେ ବିରୋଧ ଦଳ ପକ୍ଷରୁ ଦିଆଯାଇଥିବା ମହାଭିଯୋଗର ଦୁଇଟି ନୋଟିସ ସେ ସ୍ବିକାର କରିଥାନ୍ତି(ଗୋଟିଏ ବିଚାରପତି ବର୍ମା ଏବଂ ଦ୍ୱିତୀୟଟି ବିଚାରପତି ଶେଖର ଯାଦବ)ଙ୍କ ବିରୋଧରେ। ସୋମବାର ଅପରାହ୍ନ ୧ଟାରୁ ଅପରାହ୍ନ ୫ଟା ଯାଏର ସମୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସେତିକି ବେଳେ ହିଁ ସବୁ ବଦଳିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଅପରାହ୍ନ ୧ଟା: ରାଜ୍ୟ ସଭାରେ ବିରୋଧୀ ଦଳ ବୈଠକର ନିଷ୍କର୍ସ ବାହାରି ନ ଥିଲା। ଏଥିଯୋଗୁ ଅପରେଶନ ସିନ୍ଦୂରକୁ ନେଇ ଚର୍ଚ୍ଚା କରିବା ପ୍ରସଙ୍ଗ ଉପରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅପରାହ୍ନ ୪.୩୦ରେ ଆୟୋଜିତ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା।
ଅପରାହ୍ନ ୨.୨୦: ରାଜ୍ୟ ସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ ଅପରାହ୍ନ ୨.୨୦ରେ ସଭାପତି ଧନଖରଙ୍କ କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ବ୍ୟକ୍ତିଗତ ସଚିବଙ୍କୁ ମହାଭିଯୋଗ ଉପରେ ୬୩ ବିରୋଧୀ ଏମ୍‌ପିଙ୍କୁ ନୋଟିସ ପଠାଇଥିଲେ।
ଅପରାହ୍ନ ୩.୪୦: ଜୟରାମ ରମେଶ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।
ଅପରାହ୍ନ ୪.୦୭: ରାଜ୍ୟ ସଭାରେ ସଭାପତି ଧନଖର ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବିଷୟରେ ଗୃହରେ ବିରୋଧୀ ଦଳ ଦେଇଥିବା ନୋଟିସ ନେଇ ସୂଚନା ଦେଇଥିଲେ। ଏଥିସହ ସେ ଘୋଷଣା କରିଥିଲେ ଯେ ସେ ବିଚାରପତି ଶେଖର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଲାଗି ଦିଆଯାଇଥିବା ନୋଟିସର ଯାଞ୍ଚ କରିଛନ୍ତି। ଏଥିରେ ଜଣେ ବିରୋଧି ଏମ୍‌ପି ଦୁଇଥର ହସ୍ତାକ୍ଷର କରିଥିବା କହିଥିଲେ। ଏନେଇ ସେ ଗୃହରେ ସୂଚନା ଦେବେ ବୋଲି କହିଥିଲେ।
ଅପରାହ୍ନ ୪.୩୦: ନଡ୍ଡା ଏବଂ ରେଜିଜୁ ବୈଠକରେ ସାମିଲ ହୋଇ ନ ଥିଲେ। ଏହାର କାରଣ ପଚାରିବାରୁ ଭାଜପା ଏମ୍‌ପି ଦୁହେଁ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ। ଏହା ଶୁଣି ଧନଖର ଖପ୍ପା ହୋଇଥିଲେ। ସେମାନେ ତାଙ୍କୁ କାହିଁକି ଜଣାଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଥିଲେ।
ଅପରାହ୍ନ ୫ଟା: ସେ ନିଜ କକ୍ଷରେ ବିରୋଧୀ ଦଳର ଜଣେ ନେତାଙ୍କୁ ପ୍ରାୟ ଅପରାହ୍ନ ୫ଟାରେ ସୂଚିତ କରିଥିଲେ ଯେ ସେ ଶେଖର ଯାଦବଙ୍କ ମହାଭିଯୋଗ ନୋଟିସ ଉପରେ ୫୧ ବିରୋଧୀ ଏମ୍‌ପିଙ୍କ ହସ୍ତାକ୍ଷର ପ୍ରମାଣିତ କରିଉନ୍ତି। ନୋଟିସକୁ ସ୍ବୀକାର କରାଯାଇପାରେ। ସେ ମଙ୍ଗଳବାର ଏନେଇ ଘୋଷଣା କରିପାରନ୍ତି ବୋଲି କହିଥିଲେ।
ଅପରାହ୍ନ ୭.୩୦: ଜୟରାମ ରମେଶ ଧନଖରଙ୍କୁ ଫୋନ କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଜରାମ କରିଥିଲେ ସେ ସେ ପରିବାର ସହ କଥା ହେଉଛନ୍ତି। କାଲି କଥା ହେବେ। ପରେ ୧୦ଟାରେ ସେ ରାଷ୍ଟ୍ରପତିଙ୍କୁ ସମ୍ବୋଧୀତ କରି ଏକ ଚିଠିରେ ଇସ୍ତଫା ନେଇ ଘୋଷଣା କରିଥିଲେ। ଏହା ପଛରେ ସ୍ବାସ୍ଥଗତ କାରଣ ଥିବା ସେ କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri