ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ ଏବେ ଏକ ଉତ୍ତମ ବିକଳ୍ପ । ଏବେ ଦୁନିଆର କୌଣସି ସ୍ଥାନ ନାହିଁ ଯେଉଁଠି କି ଟ୍ରେନ ଯାଉନାହିଁ। ରେଳଯାତ୍ରା ଯେତେ ଦୀର୍ଘ ହେଲେ ବି ଆରାମଦାୟକ ସିଟ, ଶୌଚାଳୟ ସୁବିଧା, କ୍ୟାଟରିଂ ଇତ୍ୟାଦି ବ୍ୟବସ୍ଥା ରହିଛି। ଟ୍ରେନରେ ଏକ୍ସପ୍ରେସ ହେଉ କି ଯାତ୍ରୀବାହୀ ସବୁ ସମୟରେ ସବୁ ଟ୍ରେନ ଉପଲବ୍ଧ ରହୁଛି। ଟ୍ରେନ ଟିକେଟ୍‌ ମଧ୍ୟ କାଟିବାରେ ଆଉ ଅସୁବିଧା ହେଉନାହିଁ। ଅଫଲାଇନ କିମ୍ବା ଅନଲାଇନରେ ସହଜରେ ଟିକେଟ୍‌ କାଟି ହେଉଛି। କିନ୍ତୁ ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ଟିକେଟ୍‌ ପାଇବା କଷ୍ଟକର ହୋଇପାଡେ। ଆଉ ଯଦି ବିନା ଟିକେଟ୍‌ରେ ଯାତ୍ରା କରୁଛନ୍ତି ତେବେ ଟିଟିଇ ହାବୁଡରେ ପଡିଲେ ବଡ ଜରିମାନା ଦେବାକୁ ପଡୁଛି। ତେବେ without ticket ରେ ଟ୍ରେନରେ ଯାତ୍ରା କରିପାରିବେ କି? ଆଜ୍ଞା ହଁ। ଶୁଣି ଆଶ୍ଚର୍ଯ୍ୟ ହେଲେ ବି ସତ। ଏପରି କିଛି ଟ୍ରିକ୍‌ ଅଛି ଯାହାଦ୍ୱାରା ଆପଣ ବିନା ଟିକେଟରେ ବି ଟ୍ରେନରେ ଯାତ୍ରା କରିପାରିବେ। ଆସନ୍ତୁ ଜାଣିବା…

Indian Railway ଅନୁଯାୟୀ ଟିକେଟ ବିନା ଟ୍ରେନରେ ଯାତ୍ରା କରିବା ଏକ ଆଇନଗତ ଅପରାଧ। ଏଥିପାଇଁ ଆପଣଙ୍କୁ ଜରିମାନା କିମ୍ବା ଜେଲ ମଧ୍ୟ ହୋଇପାରେ। ଯଦି ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କିମ୍ବା ଜରୁରୀକାଳୀନ କାମ ପାଇଁ ଟ୍ରେନରେ ଯାତ୍ରା କରିବାର ଅଛି। କିନ୍ତୁ ଆପଣଙ୍କ ପାଖରେ କନଫର୍ମ ଟ୍ରେନ ଟିକେଟ ନାହିଁ, ତେବେ ଏପରି ପରିସ୍ଥିତିରେ ଆପଣ ଏହିସବୁ କାମ କରିପାରିବେ।

ଟ୍ରେନ୍‌ ଟିକେଟ୍‌ ନ ଥିଲେ ଆପଣ Platform ticket ଦ୍ୱାରା ଯାତ୍ରା କରିପାରିବେ। ଏଥିପାଇଁ ଆପଣଙ୍କୁ ଟିକେଟ୍‌ କାଉଣ୍ଟରରୁ ଏକ ପ୍ଲାଟଫର୍ମ ଟିକେଟ ନେବାକୁ ପଡିବ। ଯାହା ଷ୍ଟେଶନରେ ଅତି ସହଜରେ ଓ ଖୁବ୍‌ କମ୍‌ ମୂଲ୍ୟରେ ମାତ୍ର ୧୦ଟଙ୍କାରେ ମିଳିପାରିବ। ଏହାପରେ ଆପଣ ବିନା କୌଣସି ଚିନ୍ତାରେ ଟ୍ରେନରେ ଚଢିପାରିବେ। ଏହାପରେ ଯେତେବେଳେ ଟିଟିଇ ଆସି ଆପଣଙ୍କୁ ଆସି ଟିକେଟ୍‌ ମାଗନ୍ତି। ଆପଣ ପ୍ଲାଟଫର୍ମ ଟିକେଟ୍‌ ଦେଖାଇ ପାରିବେ। ଏହାପରେ ଟିଟିଇଙ୍କୁ, ଆପଣ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି କହି ଟ୍ରେନ୍‌ ଟିକେଟ୍‌ ଆଣି ପାରିବେ। ଏବେ ଅତି ସହଜରେ ବିନା ଟେନଶନରେ ରେଳଯାତ୍ରା କରିପାରିବେ।

କିନ୍ତୁ ଯଦି ଟିକେଟ୍‌ ନ ଥାଇ ରିର୍ଜଭଶେନ ସିଟରେ ବସି ଯାଉଛନ୍ତି ତେବେ ଆପଣଙ୍କୁ ୨୫୦ଟଙ୍କା ଜରିମାନା ଦେବାକୁ ପଡିବ। ଏଥିସହ ଯେଉଁଠାରୁ ଟ୍ରେନରେ ଚଢି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ସେପର୍ଯ୍ୟନ୍ତିର ଭଡା ଦେବାକୁ ପଡିବ। ହେଲେ ଯଦି ରିଜର୍ଭଶେନରେ ଖାଲି ସିଟ ଥାଏ, ତେବେ TTE ଆପଣଙ୍କୁ ସିଟ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri