Posted inଫୁରସତ

ହେଉଛି କି ଆଧାରକାର୍ଡ ଅପବ୍ୟବହାର

ବର୍ତ୍ତମାନ ଆଧାରକାର୍ଡ ସଭିଙ୍କର ପରିଚୟ ପାଲଟିଛି। ପିଲାଠୁ ବୃଦ୍ଧ ସଭିଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହୁଛି। ହେଲେ କେହି କେହି ଏହାର ଅପବ୍ୟବହାର କରି ଅନ୍ୟମାନଙ୍କୁ ଠକୁଥିବାର ଦେଖିବାକୁ ମିଳୁଛି। ତେଣୁ ନିଜ ଆଧାରକାର୍ଡକୁ ସୁରକ୍ଷିତ ରଖିବା ଲାଗି କିପରି ଲକ୍‌ କରିବେ ଜାଣିରଖନ୍ତୁ ଟିପ୍ସ…
ଆଧାରକାର୍ଡ ଭଳି ଜରୁରୀ ଡକ୍ୟୁମେଣ୍ଟ କୌଣସି କାରଣବଶତଃ ଯଦି ହଜିଯାଏ କିମ୍ବା ଚୋରି ହୋଇ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତରେ ପଡ଼ିଯାଏ ତେବେ କାର୍ଡଧାରୀଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ କିପରି ଲକ୍‌ କରିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ଅନ୍‌ଲାଇନ୍‌ ଲକ୍‌:
ସର୍ବପ୍ରଥମେ UIDAI ଓ୍ବେବ୍‌ ସାଇଟ୍‌ରେ https://uidai.gov.in/ପେଜ୍‌ ଖୋଲନ୍ତୁ।
ସେଥିରେ ଥିବା ମାଇଁ ଆଧାର ଟ୍ୟାବ୍‌ରେ କ୍ଲିକ୍‌ କରି ଏହାକୁ ଓପନ୍‌ କରନ୍ତୁ।
ଏଠାରେ ଆଧାର ସର୍ଭିସେସ୍‌ ସେକ୍ସନକୁ ଯାଆନ୍ତୁ। ଏହାକୁ ଓପନ୍‌ କରିବା ପରେ ସେଥିରେ ଆପଣଙ୍କୁ ଆଧାର ଲକ୍‌ ଏବଂ ଅନ୍‌ଲକ୍‌ ଅପ୍ସନ ମିଳିବ।
ଏହାପରେ ଲକ୍‌ ୟୁଆଇଡି(Lock UID) ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ।
– ସେଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ ନିଜ ଆଧାର ନମ୍ବର, ପୂରା ନାମ, ପିନ୍‌ କୋଡ୍‌ ଆଦି ଏଣ୍ଟର କରନ୍ତୁ।
ଏହାପରେ ଏକ ସେଣ୍ଡ ଓଟିପି ଅପ୍ସନ ଆସିବ, ସେଥିରେ କ୍ଲିକ୍‌ କରି ନିଜ ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ସେଣ୍ଡ କରନ୍ତୁ। ଏହି ଓଟିପିକୁ ଏଣ୍ଟର କରି ସବ୍‌ମିଟ୍‌ କରନ୍ତୁ। ଏହାପରେ ଆପଣଙ୍କ ଆଧାରକାର୍ଡ ଲକ୍‌ ହୋଇଯିବ।
କିପରି କରିବେ ଅନ୍‌ଲକ୍‌:
ଯେପରି ଲକ୍‌ କରିଥିଲେ ସେହିପରି ପ୍ରଥମେ ଉପରୋକ୍ତ ଅନୁଦେଶ ଫଲୋ କରି ଅନ୍‌ଲକ୍‌ ୟୁଆଇଡି(Unlock UID) ଅପ୍ସନକୁ ଯାଆନ୍ତୁ।
ଏହାକୁ କ୍ଲିକ୍‌ କରିବା ପରେ ଆପଣଙ୍କୁ ୧୬ ଡିଜିଟ୍‌ଯୁକ୍ତ ଭର୍ଚୁଆଲ୍‌ ଆଇଡି ନମ୍ବର ଦେବାକୁ ପଡ଼ିବ।
ଏହାପରେ ସେଣ୍ଡ ଓଟିପି ଅପ୍ସନରେ କ୍ଲିକ୍‌ କରନ୍ତୁ। ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବରକୁ ଯାଇଥିବା ଓଟିପିକୁ ଏଠାରେ ଏଣ୍ଟର କରି ସବ୍‌ମିଟ୍‌ କରନ୍ତୁ।
ବର୍ତ୍ତମାନ ଆଧାରକାର୍ଡ ଅନ୍‌ଲକ୍‌ ହୋଇଗଲା।
ମନେରଖନ୍ତୁ: ଆଧାରକାର୍ଡ ଲକ୍‌ କିମ୍ବା ଅନ୍‌ଲକ୍‌ କରିବା ବେଳେ ଆସୁଥିବା ଓଟିପିକୁ କାହା ସହିତ ଶେୟାର କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ପବ୍ଲିକ୍‌ କମ୍ପ୍ୟୁଟର୍‌ରେ ମଧ୍ୟ ଏହି କାମ ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri