କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ ସହରବାସୀ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦିନରେ ବି ମଶା ଧୂପ ଲଗାଇ ରଖୁଛନ୍ତି। ହେଲେ ବିଡମ୍ବନା, ଏହାର ନିରାକରଣ ନେଇ ପୌରପରିଷଦ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି। ଯାହାର ଫଳସ୍ବରୂପ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବାରମ୍ବାର ଅଭିଯୋଗ ପରେ ବି ପୌର ପରିଷଦର ଦାୟିତ୍ୱ ହୀନତା ପାଇଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ସୁବର୍ଣ୍ଣପୁର ସହରରେ ୧୫ଟି ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ ପୌର ପରିଷଦ ପକ୍ଷରୁ କରାଯାଉଥିବା ବେଳେ ଡ୍ରେନ୍‌ଗୁଡିକରେ ମଶା ନାଶକ ତେଲ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟୋଗର ବ୍ୟବସ୍ଥା ରହିଛି। ଏଥିପାଇଁ ପୌର ପରିଷଦରେ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ରହିଛି। ହେଲେ ମଶା ଉପଦ୍ରବ ନିୟନ୍ତ୍ରଣ ପାଇଁ ପୌର ପରିଷଦ ଗୁରୁତ୍ୱ ଦେଉଛି ନା ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେଉଛି। ଯାହାଫଳରେ ମଶାଙ୍କ ଉପଦ୍ରବ ଅଣାୟତ୍ତ ହୋଇ ପଡିଛି। ଲୋକଙ୍କ ଅଭିଯୋଗ ପାଇ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଓ୍ବାର୍ଡରେ ମଶା ଧୂଆଁ ବ୍ୟବହାର ହୋଇଥିଲା। ମାତ୍ର ତାହା ନିୟମିତ ଉପଯୋଗ ହେଉନି। ଦୀର୍ଘ ମାସ ପରେ ଗୋଟିଏ ଓ୍ବାର୍ଡରେ ମଶା ଧୂଆଁ ପ୍ରୟୋଗ କରାଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ପୌରପରିଷଦ ପକ୍ଷରୁ ୨ଟି ମଶା ଧୂଆଁ ମେଶିନ କିଣାଯାଇଛି। କିନ୍ତୁ ଏହାକୁ ଚଲାଇବା ପାଇଁ ଜଣେ ଲୋକ ନିଯୁକ୍ତ ଅଛନ୍ତି। ତେଣୁ ଗୋଟିଏ ମେଶିନ ହିଁ କାର୍ଯ୍ୟକ୍ଷମ ହୋଇପାରୁଛି। ଅନ୍ୟ ମେଶିନଟି କାର୍ଯ୍ୟାଳୟ ପରିସରରେ ପଡି ରହି ନଷ୍ଟ ହେଉଛି। ଡ୍ରେନ୍‌ରେ ଆଦୌ ବ୍ଲିଚିଂ ପାଉଡର ପକା ଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପକ୍ଷରୁ ମଶା ନାଶକ ତେଲ ସପ୍ତାହରେ ଥରେ ପ୍ରୟୋଗ କରାଯିବା କଥା। ମାତ୍ର ସେପରି ହେଉନି। ଫଳରେ ମଶାବଂଶ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବିଭିନ୍ନ ଓ୍ବାର୍ଡରେ ପରିତ୍ୟକ୍ତ ଜଳାଶୟ ସହ ଡ୍ରେନ୍‌ ଗୁଡିକ ନିୟମିତ ସଫା ହେଉ ନାହିଁ। ଟ୍ରାକ୍ଟର ଅଭାବରୁ ଡ୍ରେନ୍‌ର ଅଳିଆ ଉଠା ଯାଇପାରୁନି। ଆବର୍ଜନା ପରିବେଶ ଯୋଗୁଁ ମଶା ବଢୁଥିବା ବେଳେ ନୂତନ ଭାବେ ଗଢି ଉଠିଥିବା ଶାନ୍ତିନଗର, ବିବେକାନନ୍ଦ ନଗର, ଗ୍ରୀଡକୋ କଲୋନି, ଉଦୟ ନଗର, ମାଣିକେଶ୍ୱରୀ ପ୍ଲଟ ଓ ଗୋକର୍ଣ୍ଣେଶ୍ୱରପଡା ଅଞ୍ଚଳରେ ବ୍ୟବସ୍ଥିତ ଭାବେ ଡ୍ରେନ୍‌ ନିର୍ମାଣ କରାଯାଇନି। ସହରବାସୀ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି।
ଏ ସମ୍ପର୍କରେ ପୌରପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କୁ ପଚାରିବାରୁ କହିଛନ୍ତି ଯେ, ମଶା ଧୂଆଁ ପର୍ଯ୍ୟାୟ କ୍ରମେ ସମସ୍ତ ଅଞ୍ଚଳରେ ଦିଆଯାଉଛି। ଦୁଇଟି ମେଶିନ ଥିଲେ ହେଁ ଚଳାଇବା ଲୋକ ଜଣେ। ତେବେ ଦେଢମାସ ଧରି ଠିକା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଡ୍ରେନ ଠିକ ଭାବେ ସଫା ହୋଇ ପାରି ନ ଥିଲା । ଏବେ ସଫେଇ କାର୍ଯ୍ୟ ଓ ଡ୍ରେନ ସଫା ଠିକ ଭାବେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri