ସୌର, ପବନଶକ୍ତିରେ ଚାଲୁଛି ସେଚ ପ୍ରକଳ୍ପ

ନବରଙ୍ଗପୁର,୨୮।୪ (ବି.ପ୍ର.) – ବିଦ୍ୟୁତ୍‌ ନ ଥାଇ ସୌର ଓ ପବନ ଶକ୍ତି ଦ୍ୱାରା ପାଣିମଟର ଚଳାଇ ଜମିକୁ କରାଯାଉଛି ଜଳସେଚନ । ଗୋଟିଏ ପ୍ରକଳ୍ପରୁ ଦୈନିକ ୨୦ହଜାର ଲିଟର ପାଣି ଜମିକୁ ପହଞ୍ଚା ଯାଇପାରୁଛି। ସାଉଥ୍‌ ଆଫ୍ରିକା ଜ୍ଞାନକୌଶଳରେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟରେ ନିର୍ମିତ ହୋଇଛି ରାଜ୍ୟର ପ୍ରଥମ ଓ୍ବିଣ୍ଡ-ସୋଲାର ହାଇବ୍ରିଡ୍‌ ପ୍ରୋଜେକ୍ଟ; ଯାହା ଚାଷୀଙ୍କୁ ଉପକୃତ କରୁଛି ।
ଜିଲାକୁ ୨୦୧୮ ମସିହାରେ କୃଷି ଓ କୃଷିଭିତ୍ତିକ ଆର୍ଥିକ ବିକାଶ ପାଇଁ ମଡେଲ ଜିଲାଭାବେ ଗ୍ରହଣ କରାଯାଇ ଦେଶର ୧୨ଟି ଗବେଷଣା ସଂସ୍ଥା ଏଠାରେ କାର୍ଯ୍ୟ କରିଆସୁଛି। ଖଣିଜ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ସଂସ୍ଥା ପକ୍ଷରୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ପାତ୍ରପୁଟଠାରେ ତ୍ରିନାଥ ଅମାନତ୍ୟଙ୍କ ଚାଷଜମିରେ ପରୀକ୍ଷାମୂଳକ ଭାବେ ସରକାରଙ୍କ ତରଫରୁ ପ୍ରାୟ ୧୩ ଲକ୍ଷ ଟଙ୍କା ବ୍ୟୟକରି ଓ୍ବିଣ୍ଡ-ସୋଲାର ହାଇବ୍ରିଡ୍‌ ପ୍ରୋଜେକ୍ଟ ସ୍ଥାପନ କରାଯାଇଛି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ସନ୍ତୋଷ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଗତ ୯ ତାରିଖରେ ଆରମ୍ଭ ହୋଇଛି; ଯାହା ସମ୍ପୂର୍ଣ୍ଣ କମ୍ପ୍ୟୁଟର ଦ୍ୱାରା ପରିଚାଳିତ। ଏକ ଲମ୍ବା ଖୁଣ୍ଟ ପୋତାଯାଇ ଏହାର ଶୀର୍ଷରେ ବଡ଼ ପଙ୍ଖା ଓ ପାଖରେ ସୋଲାର ପ୍ଲେଟ୍‌ ଲଗାଯାଇଛି। ଦିନ ବେଳେ ସୌରଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାଣି ମଟର ଚାଲୁଛି। ପବନ ହେଲେ ବଡ଼ ପଙ୍ଖା ବୁଲି ବୁଲି ବିଦ୍ୟୁତ୍‌ ଉତ୍ପାଦନକରି ପାଣି ମୋଟର ଚାଲୁଥିବା ଦେଖିବାକୁ ମିଳିଛି। ଯଦି କୌଣସି କାରଣରୁ ୨ଟି ଯାକ ବିଫଳ ହେଲେ ବିଦ୍ୟୁତ୍‌ରେ ମଧ୍ୟ ଏହି ପ୍ରକଳ୍ପ ଯେପରି ଚାଲିପାରିବ ତାହାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଦିନକୁ ୨୦ହଜାର ଲିଟରରୁ ଊର୍ଦ୍ଧ୍ୱ ପାଣି ବାହାରି ପ୍ରାୟ ୧୦ ଏକରରୁ ଅଧିକ ଜମିକୁ ଜଳସେଚିତ କରୁଛି। ଏହି ପ୍ରକଳ୍ପରେ ୫ଏଚ୍‌ପିର ମୋଟର ଚାଲିପାରୁଥିବା ବେଳେ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ୨ଏଚ୍‌ପି ମୋଟର ଲଗାଯାଇଛି ।
ଅମାନତ୍ୟଙ୍କ ସମେତ ତାଙ୍କ ଜମି ପାଖରେ ଲାଗିରହିଥିବା ପାତ୍ରପୁଟ ଗ୍ରାମର ଅନ୍ୟ ତିନି ଜଣ ଚାଷୀ ଏହି ପ୍ରକଳ୍ପ ଯୋଗୁ ଲାଭବାନ ହେଉଛନ୍ତି। ନବରଙ୍ଗପୁରର ଉଠାଜଳସେଚନ ବିଭାଗ ଦ୍ୱାରା ସେଠାରେ ଏକ ଗଭୀର ନଳକୂପ ଖନନ କରାଯାଇଛି । ବର୍ତ୍ତମାନ ୪ଜଣ ଚାଷୀ ମିଳିତ ଭାବରେ ୯ଏକର ଜମିରେ ମକା, ପିଆଜ, ଆମ୍ବ, ଲେମ୍ବୁ ଆଦି ଚାଷ କରିଥିବା ବେଳେ ଆଗକୁ ଲଙ୍କା, ଆଳୁ, ଧାନ, ମାଣ୍ଡିଆ, ଆଖୁଚାଷ କରିବା ଲକ୍ଷ୍ୟ ରହିଛି। ନବରଙ୍ଗପୁର ଜିଲାରେ କେବଳ ଭାସ୍କେଲ ଜଳସେଚନ ପ୍ରକଳ୍ପକୁ ଛାଡି ଦେଲେ କୌଣସି ହେଲେ ମଧ୍ୟମ ଜଳସେଚନ ପ୍ରକଳ୍ପ ନାହିଁ। ଇନ୍ଦ୍ରାବତୀରୁ ଟନେଲ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗରେ ଅନୁମତି ପାଇଁ ପଡି ରହିଛି। ଏଭଳି ସମୟରେ ଯଦି ଓଡ଼ିଶାରେ ପ୍ରଥମ ଭାବେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଚାଷୀଙ୍କୁ ଯଥେଷ୍ଟ ପାଣି ଯୋଗାଇଦେବାରେ ସଫଳ ହେବ ତା’ହେଲେ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର କହିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ବିଭାଗ ଦ୍ୱାରା ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବିଦ୍ୟୁତ୍‌ ସମସ୍ୟା ଯୋଗୁ ଜମିଗୁଡିକରେ ନିୟମିତ ପାଣି ଯୋଗାଇବାରେ ତାହା ବିଫଳ ହେଉଛି। ଚାଷୀ କ୍ଷତି ସହୁଛନ୍ତି। ଏହି ପ୍ରକଳ୍ପ ଯଦି ସଫଳ ହେବ ତା’ହେଲେ ଜିଲାର ଅନେକ ଚାଷୀ ଏଥିରେ ଉପକୃତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri