ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ

କୋକସରା,୨୫/୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୨ ପଞ୍ଚାୟତର ଚାଷୀଙ୍କୁ ନେଇ ଗଠିତ ସଚେତନ କୃଷକ ମଞ୍ଚ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋକସରା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଚେତନ କୃଷକ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକର ୨୨ ପଞ୍ଚାୟତର ଶତାଧିକ ଚାଷୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟରୁ ଜଳସେଚନ ଦାବି ନେଇ ଆଲୋଚନା ହୋଇଥିଲା। ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକର ପ୍ରାୟ ୨୬ ହଜାର ହେକ୍ଟର ଜମିକୁ ରବି ଚାଷ ପାଇଁ ଜଳସେଚନ ଦାବିରେ ଆସନ୍ତା ମାସ ୩ ତାରିଖ ମଙ୍ଗଳବାର ଦିନ ରାସ୍ତା ଅବରୋଧ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ମତେ ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର କମ ରହିଥିବା ଦର୍ଶାଇ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ବନ୍ଦ କରିବାକୁ ଇନ୍ଦ୍ରାବତୀ ଲିଫ୍ଟ କେନାଲ କର୍ତ୍ତୃପକ୍ଷ ଘୋଷଣା ସହ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ ଦାନା ବାନ୍ଧିଛି। ଚାଷୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଚାଷୀମାନେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ଓ ଧର୍ମଗଡ ଉପଖଣ୍ଡ ଜିଲ୍ଲା ପ୍ରଶାସନ ଓ ମେଗାଲିଫ୍ଟ ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି କରିବା ଓ ଆଲୋଚନା ସତ୍ତ୍ୱେ ରବି ଚାଷ ପାଇଁ ଜଳସେଚନ ନେଇ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ନଦେବାରୁ ଆସନ୍ତା ୩ ତାରିଖରେ କୋକସରା ବ୍ଲକ ମୋଟେର ଛକରେ ଜାତୀୟ ରାଜପଥ ୨୬ ଅବରୋଧ ପାଇଁ ଆଜି ଶତାଧିକ ଚାଷୀ ସଚେତନ କୃଷକ ମଞ୍ଚର ଡାକରାରେ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ବୈଠକରେ ସଚେତନ କୃଷକ ମଞ୍ଚ ଚାଷୀ ସଙ୍ଗଠନର କିଶୋର ଚନ୍ଦ୍ର ପ୍ରଧାନୀ ଗୋବର୍ଦ୍ଧନ ବାଗ, ପଙ୍କଜ ମୁଖ ଚୌଧୁରୀ, ସତ୍ୟବାନ ବାଗ, ଧନେଶ୍ୱର ପଣ୍ଡା, ମଳୟ ଛତ୍ରିଆ, ଜୟଲାଲ ନାଏକ, ମାର୍କଣ୍ଡ ବେମାଲ, ପାଞ୍ଚକ ପୋଢ଼, ନାରାୟଣ ପଟ୍ଟନାୟକ, ଚିନ୍ତାମଣି ପଟେଲ, ମନିଜର ପୋଢ଼, ମୁକ୍ତେଶ୍ଵର ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ, ପ୍ରମୋଦ କୁମାର ପ୍ରଧାନୀ, ତ୍ରିଭୁବନ ନାଏକ, ବିଜୟ କୁମାର ସାହୁ, ନୀଳମାଧଵ ସାହୁ, ସୁବ୍ରତ କୁମାର ସାହୁ, ନିରଞ୍ଜନ ବିଶି, ଆଶିଷ ପଣ୍ଡା, ଲୋକନାଥ ଶବର, ଦିଲୀପ ଶବର, ଦାମୋଦର ପଟେଲ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri