ଚାରା ବିକ୍ରିରେ ଅନିୟମିତତା

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟେଟ୍‌ ପ୍ଲାନରେ ବିକ୍ରି ହେଉଥିବା ଚାରାକୁ ମନଇଛା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେଉଁ ଚାରା କେତେ ରେଟ୍‌ ସେନେଇ ଚାରା ବିକ୍ରି ହେଉଥିବା ସ୍ଥାନରେ ତାର ତାଲିକା ଝୁଲୁନି। ପୁଣି ଚାଷୀଙ୍କୁ ମନି ରସିଦ୍‌ ଦିଆ ଯାଉନି। ଚାଷୀଙ୍କ ଠାରୁ ଆଧାର କାର୍ଡର ଜେରକ୍ସ କପି ଓ ଦସ୍ତଖତ ନିଆଯାଉଥିବା ବେଳେ ଗଛ ସଂଖ୍ୟା ରିପୋର୍ଟରେ ଦର୍ଶାଯାଉନି। ଚାଷୀ ଗଛ ସଂଖ୍ୟା ଦର୍ଶାଇବାକୁ ଯୁକ୍ତି ବାଢ଼ିବା ବେଳେ ମନ ପାଇଲେ ଗଛ ନିଅନ୍ତୁ ନ ହେଲେ ଚାଲି ଯାଆନ୍ତୁ ଉତ୍ତର ମିଳୁଛି। ଚାରା ବିକ୍ରିରେ ଚାଲିଥିବା ଏପରି ମନମାନୀକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅନିୟମିତତା ବଢ଼ି ଚାଲିଛି। ଚାଷୀ ଶୋଷଣ ହେଉଛି।
ନୟାଗଡ଼ ଜିଲାର ଓଡ଼ଗାଁ, ନୟାଗଡ଼, ରଣପୁର, ଭାପୁର, ଖଣ୍ଡପଡ଼ା, ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକରେ ଉଦ୍ୟାନ ବିଭାଗର କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ପ୍ରତି କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାରା ବିକ୍ରୟ କେନ୍ଦ୍ର ଖୋଲିଛି। ଷ୍ଟେଟ୍‌ ପ୍ଲାନରେ ଚାଷୀଙ୍କୁ ଚାରା ବିକ୍ରି ହେଉଛି। ଆମ୍ବ ଓ କାଜୁ ଚାରା ୨୨ଟଙ୍କା ୫୦, ଲେମ୍ବୁ ୧୦ଟଙ୍କା, ନଡିଆ ଗଛ ୪୦ ଟଙ୍କା ସରକାରୀ ରେଟ୍‌ ଅଛି। ହେଲେ ଚାଷୀ ଏସବୁ ସରକାରୀ ରେଟ୍‌ରେ ପାଉନି। ଗୋଟିଏ ଗଛ ପିଛା ଚାଷୀ ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ପଡୁଛି। ଗୋଟିଏ ଚାରାକୁ ଭିନ୍ନ ଭିନ୍ନ ରେଟ୍‌ରେ ବିକ୍ରି କରିବା ପରେ ଉଦ୍ୟାନ ବିଭାଗର ଚାରା ଦୁର୍ନୀତି ପଦାକୁ ଆସିଛି। ଏନେଇ ଗୋଡିପଡ଼ାର ଚାଷୀ ବିଭୂତି ପଟ୍ଟନାୟକ କୁହନ୍ତି, ମୁଁ ଆମ୍ବ ଗଛ କିଣିବାକୁ ଓଡ଼ଗାଁ କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ଆମ୍ବ ଗଛ ରେଟ ୨୨ ଟଙ୍କା ୫୦ ପଇସା ଥିବାବେଳେ ମୋ ଆଗରେ ଚାଷୀ ୨୫ରୁ ୩୦ ଟଙ୍କାରେ କିଣୁଥିଲେ। ଗୋଟିଏ ଚାରାକୁ ଚାଷୀଙ୍କଠାରୁ ୫ରୁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବାରୁ ମୁଁ ଏହାକୁ ପ୍ରତିବାଦ କରିଥିଲି। ଏପରି କି ଚାରା କିଣିବାକୁ ଆସିଛି ବୋଲି କହିଥିଲି। ଆମ୍ବ ଚାରାର ସରକାରୀ ରେଟ କେତେ ଅଛି ପଚାରିଥିଲି। ମୋ ଯୁକ୍ତିତର୍କ ଦେଖି ମୋତେ ଚାରା ୨୨ଟଙ୍କା ୫୦ ପଇସା କୁହାଯାଇଥିଲା। ଏପରି କି ମାଗଣରେ ଦେଇ ଦେବେ କହିଥିଲେ। ତେବେ ମୁଁ ୫ଟି ଚାରା ୨୨ ଟଙ୍କା ୫୦ ପଇସାରେ କିଣି ଆଣିଥିଲି। ମନି ରସିଦ୍‌ ମାଗିବାରୁ ମନି ରସିଦ୍‌ ଦିଆଯାଉନି କହିଥିଲେ। ଅନ୍ୟପକ୍ଷେ କହିଥିଲେ ଚାରା ଗୋଟିକୁ ୪୫ ଟଙ୍କା ଦରରେ କିଣିଲେ ମନି ରସିଦ୍‌ ମିଳିବ। ମୁଁ ହଁ କଲା ପରେ ପୁଣି କହିଲେ ୫୦୦ ଚାରା ନେବାକୁ ପଡିବ। ପୁଣି ମୁଁ ହଁ କରିବା ପରେ ମଧ୍ୟ ମୋତେ ମନି ରସିଦ୍‌ ଦେବେ ନାହିଁ ମନା କଲେ। ଏଣୁ ଚାରା ବିକ୍ରିରେ ଅନିୟମିତତା ଚାଲିଛି ବୋଲି ମୁଁ ଅନୁଭବ କରି ସଚେତନତା ସୃଷ୍ଟି କରୁଛି। ନୂଆଗାଁର ମାଧମ ଚନ୍ଦ୍ର ନାୟକ କୁହନ୍ତି, ଆମ ଅଞ୍ଚଳରେ ଥିବା ଚାରା ବିକ୍ରୟ କେନ୍ଦ୍ରରେ ଚାରାକୁ ମନଇଛା ରେଟ୍‌ ନେଉଛନ୍ତି। ଗଛ ପ୍ରତି ସରକାରୀ ଦରଠାରୁ ୫ରୁ ୧୫ ଟଙ୍କା ଅଧିକ ନେଉଛନ୍ତି। ପ୍ରତିବାଦ କଲେ ସୁଫଳ ମିଳୁନି। ସେହିପରି ଆଧାରକାର୍ଡ ଜେରକ୍ସ ଓ ଦସ୍ତଖତ ନେଉଛନ୍ତି। କିନ୍ତୁ ମୁଁ କିଣିଥିବା ଗଛକୁ ରିପୋର୍ଟରେ ଦର୍ଶାଉ ନାହାନ୍ତି। ଆମ ନାଁରେ କେତେ ଗଛ ପଡିଲା ଆମେ ଜାଣି ପାରୁନୁ। ଏଣୁ ମୋ ପରି ଅନେକ ଚାଷୀ ସବୁଥିରେ ଠକେଇରେ ଶିକାର ହେଉଛନ୍ତି। ନୟାଗଡ଼ର ଚାଷୀ ଉମାଶଙ୍କର ପ୍ରଧାନ କୁହନ୍ତି, ଉଦ୍ୟାନ ବିଭାଗ ପକ୍ଷରୁ ବିକ୍ରୟ ହେଉଥିବା ଚାରା ପାଇଁ କେନ୍ଦ୍ରରେ ରେଟ୍‌ ଚାଟ ଝୁଲାଇବା କଥା। ହେଲେ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି। କେତେଜଣ ରାଜନେତା, ଖବରଦାତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମାଗଣାରେ ଚାରା ଦେଇ ସେହି ଅର୍ଥ ଚାଷୀଙ୍କଠାରୁ ଆଦାୟ କରାଯାଉଛି। ଏହି ଅଭିଯୋଗର ତଦନ୍ତ ନ ହେଲେ ପ୍ରତିବର୍ଷ ଏପରି ଠକେଇ ଚାଲିଥିବ ବୋଲି ସେ କହିଛନ୍ତି।
ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ଲଳିତ ପଣ୍ଡା କୁହନ୍ତି, ଚାରା ବିକ୍ରୟ କେନ୍ଦ୍ରରେ ରେଟ୍‌ ଚାଟ୍‌ ଝୁଲାଇବା ଦରକାର। ଏହା ନଜରକୁ ଆସି ନ ଥିଲା। ଏହା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ଚାଷୀଙ୍କୁ ଅଧିକ ଦରରେ ଚାରା ବିକ୍ରୟ ହେଉଥିବା ନେଇ ଅଭିଯୋଗ ମିଳିନି। ଅଭିଯୋଗ ଅସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତ ବର୍ଷ ଆମ୍ବ ଗଛ ୬୦ ହଜାର, ଲେମ୍ବୁ ୧୫ ହଜାର, ଅମୃତଭଣ୍ଡା ୧୨ ହଜାର ଚାରା ପଡିଥିଲା। ଚାଷୀଙ୍କୁ ସରକାରୀ ଦରରେ ଚାରା ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ମନି ରସିଦ୍‌ ବ୍ୟବସ୍ଥା ସରକାରଙ୍କ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri