ରାସ୍ତା ଉନ୍ନତିକରଣ କାମରେ ଅନିମିୟତତା : ତଦନ୍ତ ପାଇଁ ବିଡିଓଙ୍କୁ ଗୁହାରୀ କଲେ କୁସୁମକଟା ଗ୍ରାମବାସୀ

ଦେବଗଡ,୩୦।୮(ଶଶାଙ୍କ ଶେଖର ଝାଙ୍କର ): ବାରକୋଟ ବ୍ଲକ ଦନ୍ତାରୀବାହାଳ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କୁସୁମକଟାରୁ ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଫଳରେ ପଞ୍ଚାୟତ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ସାପ୍ତାହିହ ବଜାର , ସ୍କୁୁଲ କଲେଜ , ଦୋକାନ ବଜାର ଓ ଜନସେବା କେନ୍ଦ୍ର ଆଦିକୁ ଯିବା କ୍ଷେତ୍ରରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକ। ତେବେ ଏହି ରାସ୍ତା ଉପରେ ଯେ କେବଳ କୁସୁମକଟା ଗ୍ରାମର ଗ୍ରାମବାସୀ ନିର୍ଭର କରନ୍ତି ତାହା ନୁହେଁ । ଏହି ରାସ୍ତା ଦେଇ ଓ ପ୍ରତ୍ୟହ ନିକଟସ୍ଥ ଉଟୁଣିଆମୁଣ୍ଡା, ନାଗଡିହୀ ଓ କଦଳୀପାଳ ଗ୍ରାମର ଶହଶହ ଜନସାଧାରଣ ଯାତାୟତ କରନ୍ତି । ମାତ୍ର ପ୍ରଶାସନ ସ୍ଥାୟୀ ଭାବେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରୁ ନ ଥିବାରୁ ବର୍ଷା ଦିନେ ଉକ୍ତ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି । ସେହିପରି କେତକ ପଞ୍ଚାୟତସ୍ତରୀୟ ନ୍ୟସ୍ତ ସ୍ବାର୍ଥ୍ୟ ବ୍ୟକ୍ତି ଉକ୍ତ ରାସ୍ତାକୁ ଦୁଧିଆଳୀ ଗାଇ ଭଳି ପ୍ରତ୍ୟେକ ବର୍ଷ ଉକ୍ତ ରାସ୍ତାର ଉନ୍ନତିକରଣ ନାମରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରୁଥିବାରୁ ରାସ୍ତାର ଅବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କୁସୁମକଟା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କୁସୁମକଟା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନିକଟ ଅତୀତରେ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ ଉନ୍ନତିକରଣ ନାମରେ ଉକ୍ତ ରାସ୍ତାରେ ଗୋଲ ଗୋଲ ଆକାରର ନାଳ ପଥର ବିଛାଇ ଦେଇଥିବାରୁ ରାସ୍ତାଟି ମରଣ ଯନ୍ତାରେ ପରିଣତ ହୋଇଛି । ଫଳରେ ରାସ୍ତାରେ ଗାଡି ମଟର ଯାତାୟାତ କରିବା ଦୂରର କଥା ପାଦରେ ଚାଲିଯିବାରେ ମଧ୍ୟ ଲୋକେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଛୋଟ ପିଲା , ସ୍କୁଲ କଲେଜ ଛାତ୍ରୀଛାତ୍ର କିମ୍ବା ବୁଢାବୁଢିମାନଙ୍କ କଥା ନ କହିବା ଭଲ । ଏଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରିବାସହ ଏହି ସମସ୍ୟାର ସ୍ତାୟୀ ସମାଧାନ ନିମନ୍ତେ କୁସୁମକଟା ଗ୍ରାମବାସୀ ବାରକୋଟ ବିଡିଓଙ୍କ ନିକଟରେ ଲିଖିତ ଦାବି ଜଣାଇଛନ୍ତି । ଗୋକୁଳ ଚନ୍ଦ୍ର ସାହୁ , ସେଗା ମୁଣ୍ଡା, କମାର ମୁଣ୍ଡା, କାଳିଆ ମୁଣ୍ଡା ଓ କୁଳମଣୀ ଦୀପଙ୍କ ନେତୃତ୍ୱରେ କୁସୁମକଟା ଗ୍ରାମର ବହୁ ଗ୍ରାମବାସୀ ବାରକୋଟ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଏ ପ୍ରସଙ୍ଗରେ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri