ମିଲରଙ୍କୁ ଧକ୍କାମାରି ତଡ଼ିଲେ, ଅଧିକାରୀଙ୍କୁ ୩ କି.ମି. ଚଲାଇଲେ

ନୂଆପଡ଼ା,୯ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ପୃଥକ୍‌ ୩ ସ୍ଥାନରେ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ନୂଆପଡ଼ା ସଦର ବ୍ଲକ୍‌ର ସୁନସୁନିଆ, ଦର୍ଲିମୁଣ୍ଡା ଓ ଗୋଡ଼ଫୁଲା ଛକଠାରେ ବିଜୁ ଏକ୍ସପ୍ରେସ୍‌ ୱେକୁ ଚାଷୀମାନେ ଅବରୋଧ କରିଥିଲେ। ସେହିପରି ଖରିଆର ରୋଡ୍‌ ଅଞ୍ଚଳର ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉକରି ଧାରଣାରେ ବସିଥିଲେ ା ଗୋଡ଼ଫୁଲାଠାରେ ଚାଲିଥିବା ଆନ୍ଦୋଳନ ସମାଧାନ କରିବାକୁ ଯାଇଥିବା ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କୁ ଧାରଣାକାରୀ ୪ ଘଣ୍ଟା ଖରାରେ ବସାଇବା ସହ ୩ କି.ମି. ଚଲାଇ ନୂଆପଡ଼ା ପର୍ଯ୍ୟନ୍ତ ଆଣିଥିଲେ।

ଏଠାରେ ରାସ୍ତା ଅବରୋଧ ସମୟରେ ଖରିଆର ରୋଡ୍‌ ମିଲ୍‌ର ୨ ଜଣେ ମିଲର ସମାଧାନ କରିବା ପାଇଁ ଆସିଥିବାବେଳେ ଚାଷୀମାନେ ତାଙ୍କୁ ଧକ୍କାମାରି ତଡ଼ିଦେଇଥିଲେ। ୪ଘଣ୍ଟା ଧାରଣାରେ ବସିବା ପରେ ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଓ ଡିଆର୍‌ସିଏସ୍‌ ଶିବପ୍ରସାଦ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାକାରୀଙ୍କ ସହ ଆଲୋଚନାକରୀ ୨୪ ଘଣ୍ଟା ଭିତରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବ। କୌଣସି ଚାଷୀଙ୍କ ଟୋକନ୍‌ ଲାପ୍ସ ହେବା ପାଇଁ ଦିଆଯିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସୂଚନାକ୍ରମେ ପୂର୍ବରୁ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଖରିଫରେ ଜିଲାରେ ୭୭ ମଣ୍ଡି ଖୋଲାଯିବ। ପ୍ୟାକ୍ସ, ଆର୍‌ଏମ୍‌ସି,ଏଆର୍‌ସିଏସ୍‌ ଓ ଜିଲା ଯୋଗାଣ ବିଭାଗ ଧାନ କ୍ରୟ କରିବ। ଏଥିରେ କୌଣସି ଅବ୍ୟବସ୍ଥା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋଦ ଜିଲାପାଳ କହିଥିଲେ। ହେଲେ ଗତ ୨୨ତାରିଖରେ ମଣ୍ଡି ଖୋଲି ଆଜକୁ ୧୮ଦିନ ବିତି ଯାଇଥିଲେ ମଧ୍ୟ ଜିଲାରେ ୫୬ ମଣ୍ଡି ଖୋଲିନାହିଁ। ୪୬ ହଜାର ୩୪୬ ଚାଷୀଙ୍କଠାରୁ ୧୭ ଲକ୍ଷ ୮୭ ହଜାର ୬୯୧ କୁଇଣ୍ଟାଲ ଧାନ କିଣିବା ଲକ୍ଷ୍ୟ ଥିବାବେଳେ ମାତ୍ର ୬୩୧ ଚାଷୀଙ୍କ ୨୩ ହଜାର ୬୮୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ନୂଆପଡ଼ା ବ୍ଲକ୍‌ରେ ବସ୍ତାଟିଏ ଧାନ କିଣାଯାଇ ନାହିଁ। ଫଳସ୍ବରୂପଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ପ୍ରଶାସନଠାରୁ ପ୍ରତିଶ୍ରୁତି ପାଇ ଚାଷୀ ଧାରଣାରୁ ଓହରିଯାଇଥିଲେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଧାନ କିଣା ନ ଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ସରୋଜ କୁମାର ସାହୁ, ଭାନୁପ୍ରତାପ ସିଂ ମାଝି, ଭରତଲାଲ ରାଉତ, ପ୍ରସନ୍ନ କୁମାର ପାଢ଼ୀ, ଦିଲୀପ ସାହୁ, ଦିଲୀପ ନିର୍ମଲକର, ପବନ ସାହୁ, ହୋମ ସିଂ ମାଝି, କମଲେଶ ଠାକୁର, ଦେବୀ ପ୍ରସାଦ ମିଶ୍ର, ଚକଲୁ ପଣ୍ଡା, ହେମ କୁମାର ସାହୁ, ବିମଳ ସାହୁଙ୍କ ସମେତ ଶତାଧିକ ଚାଷୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri