ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ

ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ ବସିଲାଣି ହେଲେ ଏବେ ମଧ୍ୟ ସୂଚନା ଫଳକ ଲଗାଯାଇପାରି ନାହିଁ । ଫଳରେ ନିର୍ମାଣ କାମରେ ଅନିୟମିତତା ହେଉଥିବା ନେଇ ସାଧାରଣରେ ଆହୁରି ସନ୍ଦେହ ଘନିଭୂତ ହେଉଛି। କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଏହାର ସମୟସୀମା କେତେ ପର୍ଯ୍ୟନ୍ତ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଯାଇଥାଏ। ହେଲେ ଏହା ଦର୍ଶାଯାଇ ନ ଥିବାରୁ ଜନସାଧାରଣ ଅନ୍ଧକାରରେ ରହୁଛନ୍ତି।

ନୂତନ ସଭାଗୃହ ନିର୍ମାଣ ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାର ପରେ ଜୁଲାଇ ୨୦୨୪ରେ ଡିଏସଏଫ ପାଣ୍ଠିରୁ ୬୩ ଲକ୍ଷ ୭୪ ହଜାର ୩୮୯ ଟଙ୍କା ବ୍ୟୟ ଅଟକଳରେ ଏକ ଠିକା ସଂସ୍ଥାକୁ ପଞ୍ଚାୟତ ସମିତି ସଭାଗୃହ ନିର୍ମାଣରେ ଟେଣ୍ଡର ମିଳିଥିଲା। ହେଲେ ନୂତନ କୋଠା ନିର୍ମାଣ ଆରମ୍ଭ ହୋଇ ଇତିମଧ୍ୟରେ ୯ମାସ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସୂଚନା ଫଳକ ଲଗାଯାଇ ନାହିଁ। ଏନେଇ ଗତ ଜାନୁଆରୀ ମାସରେ ଧରିତ୍ରୀ ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ବିଡିଓ ଧ୍ରୁବଚରଣ ମୁଦୁଲି ଏବଂ ପୂର୍ବ ଓ ବର୍ତ୍ତମାନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ ଏବଂ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ସୂଚନା ଫଳକ ଲାଗିବା ପାଇଁ ଭୁଲିଯାଇଥିବେ। ଆମେ କହିଦେଉଛି ଫଳକ ଲଗାଇଦେବେ ବୋଲି କହିଥିଲେ। ହେଲେ ସୂଚନା ଫଳକ ଲଗାଇବେ କଣ ଏକ ପୁରୁଣା ବୋର୍ଡ ଆଣି କୋଠା ନିର୍ମାଣ କାନ୍ଥ ତଡ଼ାରେ ଥୋଇ ଦେଇଛନ୍ତି।

ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ସରକାରୀ ବାବୁ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଦୃଶ୍ୟ ଏବଂ ସରକାରୀ ବାବୁଙ୍କ କାର୍ଯ୍ୟକଳାପ ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଯଦି ବ୍ଲକସ୍ତରୀୟ ବଡ଼ ବଡ଼ ଅଧିକାରୀ, ବ୍ଲକ ଅଧକ୍ଷ, ବ୍ଲକ ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କାମ ହେଉଛି ତେବେ ବ୍ଲକର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସବୁ କଣ ହେଉ ନ ଥିବ ତାହା ଏଠାରୁ ଅନୁମାନ କରାଯାଉଛି। ଏ ନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପୁଣି ପଚାରିବାରୁ କୌଣସି ଉତ୍ତର ଦେଉ ନ ଥିବା ବେଳେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ବୋର୍ଡ ଲଗାଇବା ପାଇଁ କୌଣସି ଭଲ ସ୍ଥାନ ନାହିଁ। ସାଇଡରେ କାମ ପାଇଁ ନିୟୋଜିତ ଯାନ ବାହନ ଯିବା ଆସିବା କରୁଥିବାରୁ ଆମେ ଲଗାଇ ପାରିନାହିଁ ଏଣୁ ଏମିତି କାନ୍ଥ ତଡ଼ାରେ ରଖିଦେଇଛୁ ବୋଲି କହିଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଯେ ଟେଣ୍ଡର ପାଇଥିବା ଠିକା ସଂସ୍ଥା କର୍ମଚାରୀ ଥରେ ମଧ୍ୟ କାମ ସାଇଡରେ ଆସୁ ନାହାନ୍ତି ଖାଲି କିଛି ଲୋକଙ୍କୁ ରଖି କାମସାରି ଦେଲେଣି l


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri