ବୋଲେରୋ ନିଲାମରେ ଅନିୟମିତତା

ଯୋଡ଼ା, ୬ା୨ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନରେ ଥିବା ଏକ ସଚଳ ବୋଲେରୋକୁ ପୌରପାଳିକା ପକ୍ଷରୁ ଅତିକମ୍‌ ମୂଲ୍ୟରେ ନିଲାମ ଦିଆଯାଇଛି। ଏଥିରେ ଅନିୟମିତତା କରାଯାଇଥିବା ଯୋଡା ନଗର ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଯୋଡା ନଗର ଭାଜପା ସଭାପତି ସୁଶାନ୍ତ କୁମାର ବେବର୍ତ୍ତା କହିଛନ୍ତି, ସମ୍ପୂର୍ଣ୍ଣ ସଚଳ ଗାଡିଟି ଦୀର୍ଘ ୧୨ବର୍ଷରୁ ଊର୍ଦ୍ଧ୍ୱ ଧରି ପୌରପାଳିକାରେ ସେବା ଯୋଗାଇ ଆସୁଥିଲା। ଗତ କିଛିଦିନ ତଳେ ଉକ୍ତ ବୋଲେରୋରେ ୪ଟି ନୂତନ ଚକା ଲଗାଯାଇଥିଲା। ଏପରି କେଉଁ ପରିସ୍ଥିତି ଉପୁଜିଲା ଯେ ସଚଳ ବୋଲେରୋକୁ ଅତିକମ୍‌ ମୂଲ୍ୟରେ ନିଲାମ କରିବାକୁ ପଡିଥିଲା। ବେବର୍ତ୍ତା ଅଭିଯୋଗ କରିଛନ୍ତି, କବାଡି ବାଲାକୁ କିଲୋଗ୍ରାମ ହିସାବରେ ବିକ୍ରି କରାଯାଇଥିଲେ ନିଲାମ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ମିଳିଥାନ୍ତା। ଯେତେବେଳେ କି ପୌରପାଳିକା ପକ୍ଷରୁ ଏହାକୁ ୩୦ହଜାର ଟଙ୍କାରେ ନିଲାମ କରାଯାଇଛି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ କହିଛନ୍ତି, ବୋଲେରୋ ୧୫ ବର୍ଷ ପୁରୁଣା ହୋଇଯାଇଥିଲା। ଏମଭିଆଇଙ୍କ ମୂଲ୍ୟାଙ୍କନ ଅନୁଯାୟୀ ୨୭ ହଜାର ହୋଇଥିବା ବେଳେ ଏହା ୩୦ ହଜାର ନିଲାମ ଡାକ ଦେଇ ବିକ୍ରି ହୋଇଯାଇଥିଲା। ଏହି ନିଲାମ ଗତ ଜାନୁୟାରୀ ୧୨ ତାରିଖରେ ହୋଇଥିଲା। ପ୍ରତି ୧୫ ବର୍ଷରେ ସରକାରୀ ଗାଡିଗୁଡିକ ନିଲାମ କରାଯାଏ ବୋଲି ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ବଡବିଲସ୍ଥିତ ଏଆରଟିଓ ଏସ.ମାଝି ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଗାଡ଼ିର ମୂଲ୍ୟାଙ୍କନ ବଡବିଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କରାଯାଇଥିଲା। ତେଣେ ଏନେଇ ଯୋଡ଼ାରେ ଗାଡ଼ି ନିଲାମରେ ଚଞ୍ଚକତା ହୋଇଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଭାଜପା ପକ୍ଷରୁ ଏହାର ତଦନ୍ତ ପାଇଁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri