ଖଣି ପରେ ଖଣିଜ ପାଣ୍ଠିରେ ବି ଅନିୟମିତତା

ଯାଜପୁର ଅଫିସ,୩୧ା୫: ଖଣିରୁ ଆସିଥିବା ଖଣିଜ ପାଣ୍ଠିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ଗଠିତ ହୋଇଛି। ସେହିପରି ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ହୋଇଛି। ଏହି ଦୁଇ ଖଣିଜ ପାଣ୍ଠି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ସହ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଖସଡା ପ୍ରସ୍ତୁତ ହୋଇଛି। ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳରେ ସ୍ବଚ୍ଛ ଜଳ ଯୋଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ଡିଏମ୍‌ଏଫ୍‌ ପାଣ୍ଠିରୁ କୃଷିର ବିକାଶ ଲକ୍ଷ୍ୟ ରଖି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାପୂର୍ବରୁ ଡିଏମ୍‌ଏଫ୍‌ ପାଣ୍ଠିରୁ ନିର୍ମାଣ ହୋଇଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାର୍ଯ୍ୟରେ ଲାଗି ପାରିନାହିଁ। ଏହାବାଦ୍‌ ୨୦୧୭ରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି ପାଣ୍ଠିରୁ ନିର୍ମାଣ ହେଉଥିବା ୩ଟି ମେଗା ଜଳ ଯୋଗାଣ ପ୍ରକଳ୍ପରୁ ଏଯାଏ ନିର୍ଦ୍ଧାରିତ ଅଞ୍ଚଳବାସୀ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷେ ସମ୍ପୃକ୍ତ ଠିକାସଂସ୍ଥା ଏନ୍‌ସିସି ବିଳମ୍ବର ସୁଯୋଗ ନେଇ ଚୁକ୍ତିଠାରୁ ଅଧିକ ଅର୍ଥ ମଞ୍ଜୁର କରି ନେଇଛନ୍ତି। ଗତ ୨୨ା୫ା୨୦୨୩ରେ ୩୭ଟି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ନିର୍ମାଣ ହେଉଥିବା ପ୍ରଥମ ପ୍ରକଳ୍ପରେ ପୁଣି ୩.୬୯ କୋଟି ଟଙ୍କା ଚଣ୍ଡିଖୋଲ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି। ପୂର୍ବରୁ ଏହି ପ୍ରକଳ୍ପରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ଇଞ୍ଜିନିୟର୍ସ ଅଥରିଟି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଏଭଳି ଭାବେ ଖଣି ଲୁଟରୁ ଗଠିତ ହୋଇଥିବା ଓଏମ୍‌ବିଏଡିସି ପାଣ୍ଠିର ବ୍ୟାପକ ଅନିୟମିତତା ହେଉଥିଲେ ହେଁ ବିଭାଗୀୟ ଅଧିକାରୀମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି।
ଗତ ୨୧ା୪ା୨୦୨୩ରେ ଡିଏମ୍‌ଏଫ୍‌ ସେଲର ୪୦ ତମ ବୈଠକରେ ସୁକିନ୍ଦା ଖଣି ଅଞ୍ଚଳରେ ୭ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତାବ ହୋଇଥିଲା। ଏହି ପ୍ରସ୍ତାବକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ବିଶ୍ୱଜିତ ବିଶ୍ୱାଳ ମଙ୍ଗଳବାର ମଞ୍ଜୁର କରିଛନ୍ତି। ଏହି ମର୍ମରେ ସେ ଯାଜପୁର ଜିଲାପାଳ ତଥା ଡିଏମ୍‌ଏଫ୍‌ର ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ପତ୍ର ମାଧ୍ୟମରେ ସୂଚିତ କରିଛନ୍ତି। ମଞ୍ଜୁର ହୋଇଥିବା ଏହି ୭ଟି ପ୍ରକଳ୍ପରେ ସମୁଦାୟ ୨୫୨ ହେକ୍ଟର(ଖରିଫ-୧୪୦ ଓ ରବି ୧୧୨ ହେକ୍ଟର) ଜମିରେ ଜଳସେଚିତ ହେବ। ଏଥିପାଇଁ ୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହିସବୁ ପ୍ରକଳ୍ପ ସୁକିନ୍ଦା ଖଣି ଅଞ୍ଚଳର କଦମ୍ବପାଳ-୨, କଦମ୍ବପାଳ-୩, ମୂଳଖମ୍ବ-୧, ମୂଳଖମ୍ବ-୨, ମୂଳଖମ୍ବ-୩, କୁହିକା-୨ ଓ କୁହିକା-୩ ପ୍ରକଳ୍ପଗୁଡିକ ରହିଛି।
ସୂଚନାଯୋଗ୍ୟ, ୨୦୧୧-୧୨ ଆର୍ଥିକ ବର୍ଷରୁ ଯାଜପୁର ଜିଲାରେ ନିର୍ମାଣାଧୀନ ୧୨ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଡିଏମ୍‌ଏଫ୍‌ ପାଣ୍ଠିରୁ ମେଘା ଇଞ୍ଜିନିୟର୍ସ ପ୍ରକଳ୍ପ ନିର୍ମାଣ କରୁଛି। ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି ା କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ୍‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। କିନ୍ତୁ ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ସମ୍ପୃକ୍ତ ଠିକାଦାରମାନଙ୍କ ସ୍ବାର୍ଥରେ ସ୍ବାହା ହୋଇଥିବା ମତପ୍ରକାଶ ପାଇଛି। ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri