ହୋମ୍‌ଗାର୍ଡ ନିଯୁକ୍ତିରେ ଅନିୟମିତତା: କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ

ଗଞ୍ଜାମ,୧୫ା୯(ଅଖିଳ ତରାଇ): ଗଞ୍ଜାମ ଜିଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା। ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା ପରୀକ୍ଷାର ସ୍ବଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯାହା ଫଳରେ ପ୍ରାର୍ଥୀଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ବଢ଼ିଥିଲା।
ଗୃହରକ୍ଷୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି ଯେ, ନିଯୁକ୍ତି କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା ଦୃଷ୍ଟିଗୋଚର ହୋଇଛି। ତେଣୁ ୦୭.୦୯.୨୦୨୫ରେ ପ୍ରଥମ ପର୍ଯ୍ୟାୟ OMR GK ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ୦୭ ଦିନ ମଧ୍ୟରେ ଅର୍ଥାତ୍‌ ୨୧.୦୯.୨୦୨୫ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କ ଥାନା ବା ଜିଲା ଗୃହରକ୍ଷୀ କାର୍ଯ୍ୟାଳୟ, ଛତ୍ରପୁରରେ ଅଭିଯୋଗପତ୍ର ଦାଖଲ କରି ଦକ୍ଷତା ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇଛି। ଅଭିଯୋଗର ଯୋଗ୍ୟତା ଆଧାରରେ ସମାଧାନ କରାଯିବ। ଯେଉଁମାନେ ବିଜ୍ଞାପନରେ ନିର୍ଦ୍ଦିଷ୍ଟ ଦକ୍ଷତା (ସାଧାରଣ ଡ୍ୟୁଟି ବା ସାମୁଦ୍ରିକ ବ୍ୟତୀତ) ଉଲ୍ଲେଖ କରିଛନ୍ତି ଏବଂ ପୂର୍ବରୁ ଏକ ବର୍ଷର ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିନାହାନ୍ତି, ସେମାନେ ତାହା ଦାଖଲ କରିବେ। ଅଭିଯୋଗ ପତ୍ରରେ ଯୋଗାଯୋଗ ନମ୍ବର ଓ ରୋଲ ନମ୍ବର ସ୍ପଷ୍ଟ ଉଲ୍ଲେଖ କରିବା ଆବଶ୍ୟକ। କିନ୍ତୁ ୧୪.୯.୨୦୨୫ରେ ଛତ୍ରପୁର ରିଜର୍ଭ ପୋଲିସ ପରେଡ୍‌ ଗ୍ରାଉଣ୍ଡରେ ଶାରୀରିକ ମାପ ପରୀକ୍ଷାରେ ଉଚ୍ଚତା ପାଇଁ ଅଯୋଗ୍ୟ ଘୋଷିତ ପ୍ରାର୍ଥୀମାନେ ନୂତନ ଅଭିଯୋଗ ଦାଖଲ କରିବାକୁ ଯୋଗ୍ୟ ନୁହନ୍ତି। ପରବର୍ତ୍ତୀ ସୂଚନା ଶୀଘ୍ର ଦିଆଯିବ।

ଆଶାୟୀମାନେ କହୁଛନ୍ତି ଯେ, ଆବେଦନରେ କମ୍ପ୍ୟୁଟର ପଦବୀ ଚୟନ କରିଥିବା ପ୍ରାର୍ଥୀଙ୍କୁ ଜେନେରାଲ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି, ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ରମ୍ଭା ଥାନାରେ ଏହି ଅନିୟମିତତା ସୀମିତ ନୁହେଁ; ଗଞ୍ଜାମର ଅନ୍ୟ ଥାନାଗୁଡ଼ିକରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri