ହୋମ୍‌ଗାର୍ଡ ନିଯୁକ୍ତିରେ ଅନିୟମିତତା: କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ

ଗଞ୍ଜାମ,୧୫ା୯(ଅଖିଳ ତରାଇ): ଗଞ୍ଜାମ ଜିଲାର ହୋମ୍‌ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା। ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା ପରୀକ୍ଷାର ସ୍ବଚ୍ଛତା ଓ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯାହା ଫଳରେ ପ୍ରାର୍ଥୀଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ବଢ଼ିଥିଲା।
ଗୃହରକ୍ଷୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି ଯେ, ନିଯୁକ୍ତି କମିଟିର ନୋଟିସ ଅନୁଯାୟୀ, କିଛି ପ୍ରାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖିତ ଦକ୍ଷତା ବା ଶୃଙ୍ଖଳା ଆବେଦନ ଫର୍ମରୁ ଭିନ୍ନ ଥିବା ଦୃଷ୍ଟିଗୋଚର ହୋଇଛି। ତେଣୁ ୦୭.୦୯.୨୦୨୫ରେ ପ୍ରଥମ ପର୍ଯ୍ୟାୟ OMR GK ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ୦୭ ଦିନ ମଧ୍ୟରେ ଅର୍ଥାତ୍‌ ୨୧.୦୯.୨୦୨୫ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କ ଥାନା ବା ଜିଲା ଗୃହରକ୍ଷୀ କାର୍ଯ୍ୟାଳୟ, ଛତ୍ରପୁରରେ ଅଭିଯୋଗପତ୍ର ଦାଖଲ କରି ଦକ୍ଷତା ସ୍ପଷ୍ଟ କରିବାକୁ ସୁଯୋଗ ଦିଆଯାଇଛି। ଅଭିଯୋଗର ଯୋଗ୍ୟତା ଆଧାରରେ ସମାଧାନ କରାଯିବ। ଯେଉଁମାନେ ବିଜ୍ଞାପନରେ ନିର୍ଦ୍ଦିଷ୍ଟ ଦକ୍ଷତା (ସାଧାରଣ ଡ୍ୟୁଟି ବା ସାମୁଦ୍ରିକ ବ୍ୟତୀତ) ଉଲ୍ଲେଖ କରିଛନ୍ତି ଏବଂ ପୂର୍ବରୁ ଏକ ବର୍ଷର ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିନାହାନ୍ତି, ସେମାନେ ତାହା ଦାଖଲ କରିବେ। ଅଭିଯୋଗ ପତ୍ରରେ ଯୋଗାଯୋଗ ନମ୍ବର ଓ ରୋଲ ନମ୍ବର ସ୍ପଷ୍ଟ ଉଲ୍ଲେଖ କରିବା ଆବଶ୍ୟକ। କିନ୍ତୁ ୧୪.୯.୨୦୨୫ରେ ଛତ୍ରପୁର ରିଜର୍ଭ ପୋଲିସ ପରେଡ୍‌ ଗ୍ରାଉଣ୍ଡରେ ଶାରୀରିକ ମାପ ପରୀକ୍ଷାରେ ଉଚ୍ଚତା ପାଇଁ ଅଯୋଗ୍ୟ ଘୋଷିତ ପ୍ରାର୍ଥୀମାନେ ନୂତନ ଅଭିଯୋଗ ଦାଖଲ କରିବାକୁ ଯୋଗ୍ୟ ନୁହନ୍ତି। ପରବର୍ତ୍ତୀ ସୂଚନା ଶୀଘ୍ର ଦିଆଯିବ।

ଆଶାୟୀମାନେ କହୁଛନ୍ତି ଯେ, ଆବେଦନରେ କମ୍ପ୍ୟୁଟର ପଦବୀ ଚୟନ କରିଥିବା ପ୍ରାର୍ଥୀଙ୍କୁ ଜେନେରାଲ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି, ଯାହା ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଲାଭ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ରମ୍ଭା ଥାନାରେ ଏହି ଅନିୟମିତତା ସୀମିତ ନୁହେଁ; ଗଞ୍ଜାମର ଅନ୍ୟ ଥାନାଗୁଡ଼ିକରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri